ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା ବିକ୍ରି କରାଯାଇ ପାରୁନି। ଫଳରେ କାରିଗରମାନେ ହାତବାନ୍ଧି ବସିଛନ୍ତି। ଛେନାପୋଡ଼ ବାହାରକୁ ଯାଉ ନ ଥିବାରୁ ଭାଟି ବନ୍ଦ ହୋଇଯାଇଛି। ପ୍ରସ୍ତୁତି ବନ୍ଦ କାରଣରୁ କାରିଗରମାନେ କ୍ଷୀର କିଣିବା ବନ୍ଦ କରି ଦେଇଛନ୍ତି। ଫଳରେ ଅର୍ଥାଭାବରୁ ଗୋପାଳକମାନେ ଦାନା କିଣିପାରୁ ନାହାନ୍ତି। କ୍ଷୀର ବିକ୍ରି ବନ୍ଦ ହୋଇଯିବା ପରେ ଛେନାପୋଡର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। କିଛି ଗୋପାଳକ ବଳକା କ୍ଷୀରକୁ ଛେନାପୋଡ କରି ବାହାରେ ସ୍ବଳ୍ପ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ନୟାଗଡ଼ ବ୍ଲକର ମାଛିପଡାରେ ୧୦୦, ଓଡଗଁ। ବ୍ଲକର ସୋଲପଟାରେ ୯୦, ଦରପଦା ଗଁ।ରେ ୩୦, ନୟାଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଭାଟି କରାଯାଇ କାରିଗର ଓ ସହଯୋଗୀଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟହ ଛେନାପୋଡ ସୁନ୍ଦରଗଡ, ବ୍ରହ୍ମପୁର, ରାଉରକେଲା, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାୟଗଡା, ବାଲିଗୁଡା, ଯୋଡା, ବଡବିଲ, ଝାରସୁଗୁଡା ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସ୍‌ରେ ଯାଇଥାଏ। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଏହା ବନ୍ଦ ହୋଇଯାଇଛି। ଏ ନେଇ ମାଛିପଡାର ଛେନାପୋଡ କାରିଗର ଅନ୍ତର୍ଯାମୀ ବେହେରା କୁହନ୍ତି, କରୋନା କଟକଣା ଯୋଗୁ ଆଉ ଛେନାପୋଡ ଭାଟି ଜଳୁନି। କଁ। ଭଁ। ଲୋକଙ୍କୁ ପୋଡ କରି ବିକ୍ରି କରୁଛୁ। ଆଗରୁ ଜିଲା ସଦର ମହକୁମାକୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ୍‌ରେ ଛେନାପୋଡ ପଠାଉଥିଲୁ। ଏବେ ତାହା ସମ୍ଭବ ହେଉନାହିଁ। ସହଯୋଗୀ କାରିଗର ରମେଶ ବେହେରା କୁହନ୍ତି, ଦିନକୁ ୧ରୁ ଦେଢ଼ କୁଇଣ୍ଟାଲ ଛେନାପୋଡ ପ୍ରସ୍ତୁତ କରାଯାଉଥିଲା। ଏବେ ୧୦ରୁ ୨୦ କିଲୋ ଛେନାପୋଡ କଲେ ବିକ୍ରି ହେଉନି। ଆମ ଘରମାନଙ୍କରେ ଆଉ ଚୁଲି ଜଳୁନି। ଏପରିସ୍ଥିତିରେ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସହାୟତା ନାହିଁ। ସୋଲପଟାର ଧନୀ ବେହେରା କୁହନ୍ତି, ଛେନାପୋଡ ବ୍ୟବସାୟ ବନ୍ଦ ହୋଇଯିବା ପରେ ଚଳିବୁ କେମିତି ସେହି ଚିନ୍ତାରେ ଅଛୁ। ଜିଲା ବାହାରକୁ ପୋଡ ନ ଯିବା ଦ୍ୱାରା ନୟାଗଡ ଜିଲାରେ ୫ହଜାରରୁ ଊର୍ଦ୍ଧ୍ୱ ପରିବାର ଚଳିବା ମୁସ୍କିଲ ହୋଇଯାଇଛି। ଦରପଦାର ବିଜୟ ବେହେରା କୁହନ୍ତି, ବୃତ୍ତି ବଞ୍ଚାଇବାକୁ ଛେନାପୋଡ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛୁ। ତେବେ ଆଗଭଳି ଏହା ପ୍ରସ୍ତୁତ ହେଉ ନାହିଁ। ସମସ୍ତେ ବେକାର ହୋଇ ଘରେ ବସି ରହିଛୁ। ପରିବାର ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡିଛି। ନବଘନପୁରର ଗୋପାଳକ ନୀଳକଣ୍ଠ ବେହେରା କୁହନ୍ତି, ଛେନାପୋଡ ପ୍ରସ୍ତୁତକାରୀ ଆଉ କ୍ଷୀର ନେଉ ନାହାନ୍ତି। ଗ୍ରାହକ ମଧ୍ୟ କ୍ଷୀର କମାଇ ଦେଇଛନ୍ତି। ଗାଈଙ୍କୁ ଦାନା କିଣି ଦେବାକୁ ପାଖରେ ଟଙ୍କା ନାହିଁ। ଏଣୁ ବଳକା କ୍ଷୀରରେ ଛେନାପୋଡ ପ୍ରସ୍ତୁତ କରି ବିକ୍ରି କରୁଛୁ। ହେଲେ କିଣା ଦାମରେ ବିକ୍ରି କରିବାକୁ ପଡୁଛି। ମାଛିପଡାର ଦୀନବନ୍ଧୁ ବେହେରା କୁହନ୍ତି, ଆମ ପରିବାର ଜିଲାର ବିଭିନ୍ନ ସ୍ଥାନରୁ କ୍ଷୀର ସଂଗ୍ରହ କରି ଆଣି ଛେନା ପ୍ରସ୍ତୁତ କରୁ। ଉକ୍ତ ଛେନାକୁ ଛେନାପୋଡ କାରିଗରଙ୍କୁ ବିକ୍ରି କରୁ। ଏବେ ଛେନାପୋଡ ପ୍ରସ୍ତୁତ ହେଉ ନ ଥିବାରୁ ଆମ ବ୍ୟବସାୟ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri