ହାଇଦ୍ରାବାଦରୁ ଚାଲିଚାଲି ଆସୁଥିବା ଶ୍ରମିକଙ୍କ ରାସ୍ତାରେ ଜୀବନ ଗଲା

 

ମାଲକାନଗିରି,୧୩ା୫ (ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଅନେକ ପରିବାରକୁ ଉଜାଡି ଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତ୍ୟୁ ଘଟିଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଶ୍ରମିକ। ଲକ୍‌ଡାଉନ ପରେ ବିଭିନ୍ନ କଳକାରଖାନା, ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବାରୁ ନିଜ ରାଜ୍ୟକୁ କିମ୍ବା ଜିଲାକୁ ସେମାନେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏପରି ଚାଲିଚାଲି ନିଜ ଗ୍ରାମକୁ ଆସୁଥିବା ବେଳେ ରାସ୍ତାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ କସା ମାଡକାମି (୨୨)। ସେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିଡିପାଲ୍ଲୀ ପଞ୍ଚାୟତର ଟାଙ୍ଗିଣିତଙ୍ଗ ଗ୍ରାମକୁ ଚାଲିଚାଲି ଆସୁଥିଲେ। ଖବରରୁ ଜଣାପଡିଛି କସା ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ ଯାଇ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକଡାଉନ ଯୋଗୁ ସେଠାରେ କାର୍ଯ୍ୟ ବନ୍ଦ ହୋଇଯିବାରୁ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଫଳରେ କସା ଏବଂ ତାଙ୍କ ସାଥୀମାନେ ଆଉ ଗ୍ରାମକୁ ଫେରି ପାରି ନ ଥିଲେ। ଦୀର୍ଘ ଦେଢ ମାସ ହେଲା ହାଇଦ୍ରାବାଦରେ ରହି ଖାଦ୍ୟ ଅଭାବରେ ଛଟପଟ ହେଉଥିଲେ। ଶେଷରେ ସାହସ ବାନ୍ଧି ଦୀର୍ଘ ୫୦୦ କିଲୋମିଟର ୪ଜଣ ଶ୍ରମିକ ମାଲକାନଗିରି ଚାଲିଚାଲି ଆସିବା ପାଇଁ ବାହାରିଥିଲେ। ମଙ୍ଗଳବାର ରାତିରେ ସେମାନେ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ପହଞ୍ଚତ୍ଥିଲେ। ସେତେବେଳକୁ କସା ଅସୁସ୍ଥ ହୋଇପଡିଥିଲେ। ରାତି ୩ଟାରେ କସାଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ସାଥୀ ଶ୍ରମିକମାନେ ୧୦୧ ଆମ୍ବୁଲାନ୍ସକୁ ଫୋନ କରି ଜଣାଇବା ପରେ ଭଦ୍ରାଚଳମ ପୋଲିସ ପହଞ୍ଚତ୍ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ କସାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସାଥୀ ଶ୍ରମିକମାନେ ଏକ ଘରୋଇ ଆମ୍ବୁଲାନ୍ସ ଭଡାକରି ମୃତଦେହ ଗ୍ରାମକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

IAS ସ୍ତରରେ ଅଦଳବଦଳ କଲେ ସରକାର, MSME ସଚିବ ହେଲେ ରଶ୍ମିତା ପଣ୍ଡା

ଭୁବନେଶ୍ବର,୧୧।୨: ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅନେକ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯାଇଛି । ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ…

୨ ନଦୀର ସଙ୍ଗମସ୍ଥଳରେ ହେବ ଆନିକଟ୍‌, ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଧାୟକ କହିଲେ…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri