ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନପ୍ରତିବାଦରେ ୧୭ରେ କୋର୍ଟ ବର୍ଜନ

କଟକ ଅଫିସ,୭ା୬:  ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ କରାଯାଉଛି। ଅର୍ଥାତ୍‌ ଯେଉଁମାନେ ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁନାହାନ୍ତି କିମ୍ବା ମକଦ୍ଦମା ପରିଚାଳନା କରୁନାହାନ୍ତି ସେମାନଙ୍କୁ ହାଇକୋର୍ଟ କଲେଜିୟମ ବିଚାରପତି ଭାବେ ଚୟନ କରିଛି। ହାଇକୋର୍ଟ କଲେଜିୟମର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ। ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ହାଇକୋର୍ଟର କେତେକ ନିର୍ଦ୍ଦିଷ୍ଟ କୋର୍ଟକୁ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି।
ଉକ୍ତ ସମ୍ମିଳନୀରେ ବାର୍‌ ଆସୋସିଏଶନ୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି, ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ସ୍ଥାନରେ ମାତ୍ର ୧୪ ଜଣ କାର୍ଯ୍ୟ କରୁଛନ୍ତି, ଯଦ୍ଦ୍ବାରା ୧ ଲକ୍ଷ ୭ହଜାର ମାମଲା ବିଚାର ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟାରେ ସ୍ଥାଣୁତା ଦେଖାଦେଇଛି। ଗତ ୩ ବର୍ଷ ଧରି ବିଚାରପତି ପୂରଣ ପାଇଁ ବାର୍‌ ଆସୋସିଏଶନ ବାରମ୍ବାର ଦାବି ଓ ପ୍ରତିବାଦ ଜଣାଇ ଆସିଛି। ଏଭଳି ସ୍ଥିତିରେ ହାଇକୋର୍ଟ କଲେଜିୟମ୍‌ ପକ୍ଷରୁ କେତେଜଣ ଆଇନଜୀବୀ ଏବଂ ଜିଲାଜଜ୍‌ଙ୍କ ନାମକୁ ହାଇକୋର୍ଟ ବିଚାରପତି ନିମନ୍ତେ ସୁପାରିସ କରାଯାଇଛି। ଜଣେ ଆଇନଜୀବୀ ବିଚାରପତି ହେବା ପୂର୍ବରୁ ଅତି କମ୍‌ରେ ୧୦ ବର୍ଷ ନିୟମିତ ଭାବେ ପ୍ରାକ୍ଟିସ କରିଥିବା ଆବଶ୍ୟକ। କିନ୍ତୁ ଏଭଳି ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଛି ଯେଉଁମାନେ ୪ ବର୍ଷ ମଧ୍ୟରେ ମାତ୍ର ୪ଟି ମାମଲା ପରିଚାଳନା କରିଥିବା ସଭାପତି ମହାନ୍ତି କହିଛନ୍ତି। ଯେଉଁମାନଙ୍କ ନାମ ସୁପାରିସ ହୋଇଥିବା ଶୁଣାଯାଉଛି ସେମାନଙ୍କ ମଧ୍ୟରୁ ଜଣେ ହାଇକୋର୍ଟରେ ପ୍ରାକ୍ଟିସ କରୁ ନ ଥିବା ଅଭିଯୋଗ ହୋଇଛି। ତେଣୁ କଲେଜିୟମର ଏଭଳି ସୁପାରିସକୁ ବାତିଲ କରିବାକୁ ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ବାର୍‌ ଆସୋସିଏଶନ ପକ୍ଷରୁ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ତେବେ ୧୭ ତାରିଖରେ ଆଇନଜୀବୀମାନେ ହାଇକୋର୍ଟର କେତେକ ନିର୍ଦ୍ଦିଷ୍ଟ କୋର୍ଟକୁ ବର୍ଜନ କରିବା ପରେ ସେହିଦିନ ଅପରାହ୍ନରେ ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଭାପତି ମହାନ୍ତି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ହାଇକୋର୍ଟ ବାର୍‌ ସମ୍ପାଦକ ସଞ୍ଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ଯତେଶ୍ୱର ନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଭାଜପାର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କିଏ କାହା ଉପରେ ପଡ଼ିବେ ଭାରି ?

ଭୁବନେଶ୍ୱର,୮ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ। ଭାରତୀୟ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri