ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନପ୍ରତିବାଦରେ ୧୭ରେ କୋର୍ଟ ବର୍ଜନ

କଟକ ଅଫିସ,୭ା୬:  ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ କରାଯାଉଛି। ଅର୍ଥାତ୍‌ ଯେଉଁମାନେ ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁନାହାନ୍ତି କିମ୍ବା ମକଦ୍ଦମା ପରିଚାଳନା କରୁନାହାନ୍ତି ସେମାନଙ୍କୁ ହାଇକୋର୍ଟ କଲେଜିୟମ ବିଚାରପତି ଭାବେ ଚୟନ କରିଛି। ହାଇକୋର୍ଟ କଲେଜିୟମର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ। ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ହାଇକୋର୍ଟର କେତେକ ନିର୍ଦ୍ଦିଷ୍ଟ କୋର୍ଟକୁ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି।
ଉକ୍ତ ସମ୍ମିଳନୀରେ ବାର୍‌ ଆସୋସିଏଶନ୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି, ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ସ୍ଥାନରେ ମାତ୍ର ୧୪ ଜଣ କାର୍ଯ୍ୟ କରୁଛନ୍ତି, ଯଦ୍ଦ୍ବାରା ୧ ଲକ୍ଷ ୭ହଜାର ମାମଲା ବିଚାର ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟାରେ ସ୍ଥାଣୁତା ଦେଖାଦେଇଛି। ଗତ ୩ ବର୍ଷ ଧରି ବିଚାରପତି ପୂରଣ ପାଇଁ ବାର୍‌ ଆସୋସିଏଶନ ବାରମ୍ବାର ଦାବି ଓ ପ୍ରତିବାଦ ଜଣାଇ ଆସିଛି। ଏଭଳି ସ୍ଥିତିରେ ହାଇକୋର୍ଟ କଲେଜିୟମ୍‌ ପକ୍ଷରୁ କେତେଜଣ ଆଇନଜୀବୀ ଏବଂ ଜିଲାଜଜ୍‌ଙ୍କ ନାମକୁ ହାଇକୋର୍ଟ ବିଚାରପତି ନିମନ୍ତେ ସୁପାରିସ କରାଯାଇଛି। ଜଣେ ଆଇନଜୀବୀ ବିଚାରପତି ହେବା ପୂର୍ବରୁ ଅତି କମ୍‌ରେ ୧୦ ବର୍ଷ ନିୟମିତ ଭାବେ ପ୍ରାକ୍ଟିସ କରିଥିବା ଆବଶ୍ୟକ। କିନ୍ତୁ ଏଭଳି ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଛି ଯେଉଁମାନେ ୪ ବର୍ଷ ମଧ୍ୟରେ ମାତ୍ର ୪ଟି ମାମଲା ପରିଚାଳନା କରିଥିବା ସଭାପତି ମହାନ୍ତି କହିଛନ୍ତି। ଯେଉଁମାନଙ୍କ ନାମ ସୁପାରିସ ହୋଇଥିବା ଶୁଣାଯାଉଛି ସେମାନଙ୍କ ମଧ୍ୟରୁ ଜଣେ ହାଇକୋର୍ଟରେ ପ୍ରାକ୍ଟିସ କରୁ ନ ଥିବା ଅଭିଯୋଗ ହୋଇଛି। ତେଣୁ କଲେଜିୟମର ଏଭଳି ସୁପାରିସକୁ ବାତିଲ କରିବାକୁ ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ବାର୍‌ ଆସୋସିଏଶନ ପକ୍ଷରୁ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ତେବେ ୧୭ ତାରିଖରେ ଆଇନଜୀବୀମାନେ ହାଇକୋର୍ଟର କେତେକ ନିର୍ଦ୍ଦିଷ୍ଟ କୋର୍ଟକୁ ବର୍ଜନ କରିବା ପରେ ସେହିଦିନ ଅପରାହ୍ନରେ ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଭାପତି ମହାନ୍ତି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ହାଇକୋର୍ଟ ବାର୍‌ ସମ୍ପାଦକ ସଞ୍ଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ଯତେଶ୍ୱର ନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri