ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଭେଳିକି :ଜୀବିକା ଛଡ଼ାଇନେଲେ ରାଜ୍ୟ ବାହାର ଭେଣ୍ଡର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଗାଡ଼ି କିଣିବା ସମୟରେ ଏହି ନମ୍ବର ପ୍ଲେଟ ଲାଗି କରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଗଡ଼ିପାରିବ ନାହିଁ। ଉକ୍ତ ନମ୍ବର ପ୍ଲେଟକୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏଥିରେ ଥିବା ବାରକୋଡ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହିତ ଯୋଡ଼ି ହୋଇରହିବ। ନମ୍ବର ପ୍ଲେଟ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ୨୦୧୯ ମେ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଠାରୁ ସାର୍ଟିଫିକେଟ ପାଇଥିବା ରାଜ୍ୟ ବାହାରର ୫ ଭେଣ୍ଡର ଓଡ଼ିଶାରେ ନୂତନ ନମ୍ବର ପ୍ଲେଟ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ୍‌ ମାଲିକଙ୍କଠାରୁ ଦୁଇଚକିଆ ଯାନ ପାଇଁ ନମ୍ବର ପ୍ଲେଟ ଲଗାଇବା ସକାଶେ ୨୨୦ଟଙ୍କା ସହିତ ୧୮% ଜିଏସ୍‌ଟି ଏବଂ ୪ ଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ୧୮% ଜିଏସ୍‌ଟି ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡ଼ି କିଣୁଥିବା ଲୋକଙ୍କଠାରୁ ତାହା ଅସୁଲ କରୁଛନ୍ତି। ବିନା ନମ୍ବର ପ୍ଲେଟରେ ନୂଆ ଗାଡ଼ି ଶୋ’ରୁମ୍‌ ବାହାରକୁ ନ ଛାଡ଼ିବାକୁ ଡିଲରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏହାର ଠିକ୍‌ ବିପରୀତ ଦେଖିବାକୁ ମିଳୁଛି। ନମ୍ବର ପ୍ଲେଟ ନ ଲଗାଇ ଶୋ’ରୁମ୍‌ ଗାଡ଼ି ଛାଡ଼ି ଦେଉଛନ୍ତି। ବିନା ନମ୍ବର ପ୍ଲେଟରେ ମାସ ମାସ ଧରି ରାସ୍ତାରେ ଗଡୁଛି। ଏହା ନ ଥିବାରୁ ମାଲିକଙ୍କୁ ଜରିମାନା ଗଣିବାକୁ ପଡୁଛି।
ନୂଆ ବୁଲେଟ କିଣିଥିବା ରମେଶ ନାୟକ କହିଛନ୍ତି, ଦେଢ଼ମାସ ଅପେକ୍ଷା କରିବା ପରେ ମୋତେ ନମ୍ବର ପ୍ଲେଟ ଦେଇଛନ୍ତି। ମୋ ଠାରୁ ଏ ବାବଦରେ ପଇସା ନେଇଥିଲେ ମଧ୍ୟ ଏହାକୁ ବାହାରେ ଲଗାଇବାକୁ କହୁଛନ୍ତି। ଏହା ପାଇବାରେ ଡେରି ହେବାରୁ ମୋତେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଛି। କେବଳ ରମେଶ ନୁହନ୍ତି ଅନେକ ବ୍ୟକ୍ତି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନମ୍ବର ପ୍ଲେଟ ବାବଦରେ ପଇସା ନେଉଥିଲେ ମଧ୍ୟ ବାହାର ରାଜ୍ୟର ଭେଣ୍ଡର ନିର୍ଦ୍ଧାରିତ ସମୟରେ ତାହା ଯୋଗାଉ ନାହାନ୍ତି। ଏହାଛଡ଼ା ଯେଉଁ ନମ୍ବର ପ୍ଲେଟ ଲଗାଯାଉଛି ତାହା ଅତ୍ୟନ୍ତ ନିମ୍ନମାନର। କମ୍‌ ଦିନ ମଧ୍ୟରେ ଲେଖା ଲିଭିଯିବା ସହ ସହଜରେ ଏହାକୁ ବାହାର କରି ଦିଆଯାଇପାରୁଛି। ପରିବହନ କାର୍ଯ୍ୟାଳୟ ଅଧିକାରୀ କେବଳ ଟିକସ ଆଦାୟ କରି ଆରାମରେ ବସି ଯାଉଛନ୍ତି। ଦେଶର ସୁରକ୍ଷା ସହ ଏହା ଜଡ଼ିତ ଥିଲେ ମଧ୍ୟ ପରିବହନ ଅଧିକାରୀମାନେ ଏହାକୁ ଅତି ହାଲ୍‌କା ଭାବେ ନେଉଛନ୍ତି। ନମ୍ବର ପ୍ଲେଟ ଖୋଲିବା କଥାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଗ୍ରହଣ କରିବାକୁ ନାରାଜ। ସେ କହିଛନ୍ତି, କୌଣସି ପରିସ୍ଥିତିରେ ସେହି ନମ୍ବର ପ୍ଲେଟ ଖୋଲିବ ନାହିଁ। ତାହା ଭାଙ୍ଗିଯିବ ପଛେ ଖୋଲାଯାଇ ପାରିବ ନାହିଁ।
ଅନ୍ୟପକ୍ଷରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଦାୟିତ୍ୱ ଦିଲ୍ଲୀ, ଉତ୍ତର ପ୍ରଦେଶ ଭଳି ବାହାର ରାଜ୍ୟର ଭେଣ୍ଡର ହାତେଇ ନେଇଥିବାରୁ ରାଜ୍ୟରେ ନମ୍ବର ପ୍ଲେଟ ଲେଖି ଚଳୁଥିବା ପ୍ରାୟ ୨୫ ହଜାର ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଗତ ୪ ମାସ ହେବ ନମ୍ବର ପ୍ଲେଟ ଲେଖାଳିମାନେ ହାତବାନ୍ଧି ବସିଛନ୍ତି। ଶହୀଦନଗରଠାରେ ୨୭ବର୍ଷ ହେବ ନମ୍ବର ପ୍ଲେଟ ଲେଖି ଜୀବିକା ନିର୍ବାହ କରୁଥିବା ବସନ୍ତ ରାଉତ କହିଛନ୍ତି ଯେ, ବାହାର ଭେଣ୍ଡରକୁ ନମ୍ବର ପ୍ଲେଟ ଲେଖିବା ଦାୟିତ୍ୱ ମିଳିବା ପରଠାରୁ ଆମ ଜୀବିକା ଉଜୁଡ଼ିଯାଇଛି। ଆମ ପାଖକୁ ଆଉ କେହି ଆସୁନାହାନ୍ତି। ମୋ ପିଲାଙ୍କ ମୁହଁରେ ଦାନ ଦେବାକୁ ମୁଁ ଅଯୋଗ୍ୟ ହୋଇଗଲିଣି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆମ ହାତରେ କିଛି ନାହିଁ। ଏ ବାବଦରେ ଓଡ଼ିଶା ନମ୍ବର ପ୍ଲେଟ ଏବଂ ଷ୍ଟିକରିଂ ସଂଘ ପକ୍ଷରୁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । କେନ୍ଦ୍ର ଉପରେ ଦୋଷ ଲଦି ଦେଇ ପରିବହନ ବିଭାଗ ରାଜ୍ୟର ନମ୍ବର ପ୍ଲେଟ ଲେଖୁଥିବା ଗରିବ ପରିବାରଙ୍କ ପେଟରେ ଲାତ ମାରିଛନ୍ତି। ସରକାର ତୁରନ୍ତ ଏହାର ପ୍ରତିକାର ନ କଲେ ସମସ୍ତ ଶୋ’ରୁମ ଆଗରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରି କି ଜୀବନ ଜୀବିକା ସୁରକ୍ଷା ପାଇଁ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ସଂଘର ଉପଦେଷ୍ଟା ଶଶାଙ୍କ ଶେଖର ନାୟକ କହିଛନ୍ତି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri