ହର୍ବାଲ ଜୁସ୍‌ ବ୍ୟବସାୟ ଦେଉଛି ଆତ୍ମସନ୍ତୋଷ

ରାକେଶ କୁମାର ରାଉତ
ଫୁଲବାଣୀ ଅଫିସ, ୧୫ା୩ – ଫୁଲବାଣୀ ସହରର ଉଚ୍ଚ ଶିକ୍ଷିତ ଯୁବକ ରତନ ଚୌଧୁରୀ। ସାମାଜିକ ବିଜ୍ଞାନରେ ସ୍ନାତୋକତ୍ତର ଡିଗ୍ରୀ। ଚାକିରି ପାଇଁ ସୁଯୋଗ ମିଳିଥିଲା। ମାତ୍ର କିଛି ଅଲଗା ନିଶା ତାଙ୍କର। ନିଜେ ଫିଟ୍‌ ରହି ଅନ୍ୟକୁ ଫିଟ୍‌ ଦେଖିବା ପାଇଁ ମନରେ ଦୃଢ଼ ପ୍ରତିଜ୍ଞା ନେଇ ସେ ଏବେ ଆରମ୍ଭ କରଛନ୍ତି ହର୍ବାଲ ଜୁସ୍‌ ବ୍ୟବସାୟ। ଏହା ଖାଲି ତାଙ୍କୁ କେବଳ ରୋଜଗାର ଦେଇନି, ଦେଉଛି ଆତ୍ମସନ୍ତୋଷ। ଅଳ୍ପ ଟଙ୍କାରେ ବିଭିନ୍ନ ପ୍ରକାର ଜୁସ୍‌ ପ୍ରସ୍ତୁତ କରି ସେ ଏବେ ଗ୍ରାହକଙ୍କ ମନ କିଣିନେଲେଣି। ସେଥିମଧ୍ୟରୁ ଡାଇବେଟିସ ଏବଂ ଗ୍ୟାସଟ୍ରିକ୍‌ ଜୁସ୍‌ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି। ଫୁଲବାଣୀ ସହର କରୋନେଶନ ପଡିଆ ସମ୍ମୁଖରେ ସକାଳ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ମିଳୁଛି ଏହି ଜୁସ୍‌।
ରତନଙ୍କୁ ଏବେ ୨୬ ବର୍ଷ। ଘର ପିଅନପଡ଼ାରେ। ନିଜେ କିଛି କରି ସ୍ବାବଲମ୍ବୀ ହେବାର ନିଶା ତାଙ୍କର ବହୁ ଦିନରୁ ଥିଲା। ବର୍ତ୍ତମାନ ସବୁଜିନିଷ ଭେଜାଲ ହେଉଥିବା ବେଳେ କିଛି ଅସଲି କରି ଲୋକଙ୍କ ପାଖରେ ପହଞ୍ଚିବାକୁ ତାଙ୍କ ମନରେ ଆସିଲା। ତେଣୁ ଏଥିପାଇଁ ସେ ହର୍ବାଲ ଜୁସ୍‌ର ବ୍ୟବସାୟକୁ ବାଛିଲେ। ଏହାକୁ କିପରି ପ୍ରସ୍ତୁତ କରିବେ ସେଥିଲାଗି ତାଲିମ ଆବଶ୍ୟକ ଭାବି ନିଜ ପରିଚିତ, ସାଙ୍ଗସାଥୀଙ୍କ ସହ ଆଲୋଚନା କଲେ। ଏଭଳି ପାନୀୟ ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣି ତାଙ୍କ ପାଖରେ ପହଞ୍ଚିଥିଲେ ରତନ। ୫ ମାସ ମଧ୍ୟରେ ସେ ଡାଇବେଟିସ୍‌, ଗ୍ୟାସ୍‌ଷ୍ଟ୍ରିକ/ଏସିଡିଟି, ଓଜନ ହ୍ରାସ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଶକ୍ତିବର୍ଦ୍ଧକ, କୃମି ନାଶକ, କାଶ ଥଣ୍ଡା ଏବଂ ସୁନ୍ଦର ତ୍ୱଚା ଲାଗି ଉଦ୍ଦିଷ୍ଟ ଜୁସ୍‌ ପ୍ରସ୍ତୁତ କରିବା ଶିଖିଗଲେ।
ଚିରେଇତା, ତ୍ରିଫଳା, ଗୁଡୁମାରୀ ପତ୍ର, ବେଲ ଓ ବେଲପତ୍ର, ଗାଜର, ବିଟ୍‌, ଲାଉ, କଲରା, କାକୁଡି, ଅଦା, ତୁଳସୀ, ଜାମୁ, ଲିମ୍ବ, ମେଥି, ବାସଙ୍ଗପତ୍ର, ପସାରୁଣୀ ପତ୍ର, ବେଗୁନିଆପତ୍ର, ଅଁଳା, ହଳଦୀ, ସଜନାପତ୍ର ଆଦିରେ ଏସବୁ ଜୁସ୍‌ ତିଆରି ହେଉଛି। କୌଣସି ରାସାୟନିକ ପଦାର୍ଥ ଏଥିରେ ମିଶୁନାହିଁ। ଏବେ ସମସ୍ତେ ଫିଟ୍‌ ରହିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବ୍ୟାୟାମ ଉପରେ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି। ସକାଳ ଏବଂ ସନ୍ଧ୍ୟାରେ ଖୋଲା ପଡିଆରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଭିଡ। ବ୍ୟାୟାମ ପରେ ହର୍ବାଲ ଜୁସ୍‌ ପିଇ ସେମାନେ ଘରକୁ ଯାଉଛନ୍ତି।
ରତନ କହିଛନ୍ତି, ସମସ୍ତେ ସୁସ୍ଥ ରହିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରି ଦେଲେଣି। ଲୋକେ କିପରି ଆହୁରି ଭଲରେ ରହିବେ ସେଥିପାଇଁ ସେ ହର୍ବାଲ ଜୁସ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି। ରାତି ୩ଟାରୁ ଉଠି ତାଙ୍କୁ ଏସବୁ ପ୍ରସ୍ତୁତ କରିବାକୁ ପଡ଼େ। ସକାଳ ପ୍ରାୟ ୬ଟାରେ ଫୁଲବାଣୀ କରୋନେଶନ ପଡିଆ ସମ୍ମୁଖ ରାସ୍ତା ପାର୍ଶ୍ୱରେ ତାଙ୍କ ବ୍ୟବସାୟ ଚାଲେ। ବହୁ ଲୋକେ ଏହି ପଡିଆକୁ ବ୍ୟାୟାମ କରିବାକୁ ଆସୁଛନ୍ତି। ସହର ରାସ୍ତାରେ ବି ମର୍ନିଂୱାର୍କ କରୁଛନ୍ତି। ଲୋକେ ବ୍ୟାୟମ କରି ଯେତିକି ଫିଟ୍‌ ରହୁଛନ୍ତି, ସେମାନଙ୍କୁ ଏହି ଜୁସ୍‌ ପିଆଇ ଆହୁରି ଫିଟ୍‌ ରଖିବାକୁ ତାଙ୍କର ଏହି ପ୍ରୟାସ ବୋଲି କହିଛନ୍ତି ରତନ। ଏବେ ଦିନକୁ ପ୍ରାୟ ୧୦୦ ଗ୍ଲାସ ଜୁସ୍‌ ବିକ୍ରି ହେଉଛି। ଯଦି କେହି ଖାଲି ଲାଉ କିମ୍ବା କଲରା ଜୁସ୍‌ ମାଗୁଛନ୍ତି, ତାହା ମଧ୍ୟ ଦିଆଯାଉଛି। ସମସ୍ତେ ସକାଳୁ ବ୍ୟୟାମ କରନ୍ତୁ ଏବଂ ହର୍ବାଲ ଜୁସ୍‌ ପିଇ ଫିଟ୍‌ ରୁହନ୍ତୁ ବୋଲି ରତନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri