Posted inଜାତୀୟ

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଭୋଟ ଗ୍ରହଣ କରାଯିବ। ସେହିପରି ଅକ୍ଟୋବର ୨୪ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ନିର୍ବାଚନକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରୟାସ କରାଯାଇଛି। ପ୍ରାର୍ଥୀମାନେ କୌଣସି ପ୍ଲାଷ୍ଟିକ୍‌ ନିର୍ମିତ ହୋର୍ଡିଂ ଅବା ବ୍ୟାନର ବ୍ୟବହାର କରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ପ୍ରାର୍ଥୀ ମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମା ୨୮ ଲକ୍ଷ ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା କହିଛନ୍ତି। ଏନେଇ ବିଜ୍ଞପ୍ତି ସେପ୍ଟେମ୍ବର ୨୭ରେ ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ଅକ୍ଟୋବର ୪ ଥିବାବେଳେ ଅକ୍ଟୋବର ୫ରେ ଯାଞ୍ଚ୍‌ ଏବଂ ଅକ୍ଟୋବର ୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଏହି ନିର୍ବାଚନ ସହିତ ଅରୁଣାଚଳପ୍ରଦେଶ,ବିହାର, ଛତିଶଗଡ଼, ଆସାମ, ଗୁଜରାଟ, ହିମାଚଳପ୍ରଦେଶ,କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଆଦି ରାଜ୍ୟର ୬୪ ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହରିୟାଣାର ୯୦ ବିଧାନସଭା ଆସନ ମଧ୍ୟରୁ ୧୭ଟି ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୯ ଏସ୍‌ସି ଏବଂ ୨୫ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ହରିୟାଣାର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା କୋଟିଏ ୮୨ ଲକ୍ଷ ଥିବାବେଳେ ମହାରାଷ୍ଟ୍ରରେ ୮କୋଟି ୯୪ ଲକ୍ଷ ପଞ୍ଜିକୃତ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ସରକାରଙ୍କର କାର୍ଯ୍ୟକାଳ ନଭେମ୍ବର ୨ରେ ଶେଷ ହେଉଥିବାବେଳେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକାଳ ନଭେମ୍ବର ୯ରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri