ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ ସାରା ଦୁଇ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଧାର୍ମିକ, ଆଧ୍ୟାତ୍ମିକ, ପୌରାଣିକ, କିମ୍ବଦନ୍ତକୁ ନେଇ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ା ଦୁଇ ପୀଠକୁ ଲାଗି ଉଭୟ ପାଶର୍‌ବରେ ବହିଯାଇଛି ଚିରସୋ୍ରତା ଝରଣା ା ଦୁଇପୀଠକୁ ଭଲ ସଡକ ପଥ ଦେଇ ଗଲେ ୮୦ କିମିରୁ ଅଧିକ ଦୂର ପଡୁଥିବାବେଳେ ଲୋକେ ଗାଡି ମୋଟରରେ ଯାଆସ କରିଥାନ୍ତି ା ହେଲେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଭୟ ପୁଣ୍ୟକ୍ଷେତ୍ରରେ ହେଉଥିବାରୁ ତିନିଦିନ ଧରି ଗନ୍ଧମାର୍ଦ୍ଦନ ପାହାଡ ପାଲଟେ ଲୋକାରଣ୍ୟ ା ହଜାର ହଜାର ଶ୍ରଦ୍ଧାଳୁ ଆଶା ବିଶ୍ୱାସ ଓ ମାନସିକ ରଖି ଉଠାଣି ଗଡାଣି ପାହାଡ ରାସ୍ତାରେ ଦୀର୍ଘ ୧୫ କିମିରୁ ଊର୍ଦ୍ଧ୍ୱ ପଥକୁ ଦିନ ରାତି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଗନ୍ଧମାର୍ଦ୍ଦନ ପାହାଡ ଜଙ୍ଗଲରେ ଭରା ଥିବାବେଳେ ବନ୍ୟଜନ୍ତୁ ରହିଛନ୍ତି। ହେଲେ ବିଶ୍ୱାସ ପାଖରେ ସବୁ ହାର ମାନିଥାଏ। ପିଲା ଠୁଁ ବୁଢା ଯାଏଁ ସବୁ ବୟସର ଶ୍ରଦ୍ଧାଳୁ ପାହାଡ ଚଢି କିଏ ନୃସିଂହନାଥ ଯାଉଛି ତ କିଏ ହରିଶଙ୍କର ଆସୁଛି ଏହି ନିର୍ଘତ ଖରାରେ। ସତେ ଯେମିତି ବୈଶାଖ ଚତୁର୍ଦ୍ଦଶୀ ମେଳାବେଳେ ଏହି ତିନି ଦିନ ପାଲଟିଛି ପାହାଡ ଚଢାର ମାହାକୁମ୍ଭ ା ସମସ୍ତଙ୍କ ଅପେକ୍ଷା ଏହି ଦିନକୁ ା ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପାହାଡ ଚଢୁଥିବା ଓ ଓହ୍ଲାଉ ଥିବା ଦେଖିବାକୁ ମିଳିଥିଲା। ଅଧିକ ସଂଖ୍ୟାରେ ଛତିଶଗଡ ଅଞ୍ଚଳର ଶ୍ରଦ୍ଧାଳୁ ଥିବା ଅନ୍ୟ ବର୍ଷ ଭଳି ଦେଖିବାକୁ ମିଳିଛି ା ପାହାଡ ଚଢା ସମୟରେ କୌଣସି ଅଘଟଣ ଆଜି ଯାଏଁ ଘଟି ନ ଥିବା ହରିଶଙ୍କର ମନ୍ଦିର ପରିଚାଳନା ସବ କମିଟି ସଭାପତି ବିପ୍ର ବିଶି ପ୍ରକାଶ କରିଛନ୍ତି। ପାହାଡ ଚଢା କଷ୍ଟକର ହୋଇଥିଲେ ବି ଗନ୍ଧମାର୍ଦ୍ଦନ ମାତା, ହରିଶଙ୍କର ବାବା, ନୃସିଂହନାଥ ବାବାଙ୍କ କରୁଣାରୁ ଶ୍ରଦ୍ଧାଳୁମାନେ ସହଜରେ ଯାଆସ କରିଥାନ୍ତି। ମନ୍ଦିର ତରଫରୁ ଗନ୍ଧମାର୍ଦ୍ଦନ ପାହାଡର ୫ କିମି ଉପରେ ଭୀମ ମୋଡ ନିକଟରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ହରିଶଙ୍କର ମନ୍ଦିର ପରିଚାଳକ ବେଣୁଧର ସାହୁ କହିଛନ୍ତି। ପାହାଡ ପଥ ୧୫କିମିରୁ ଉର୍ଦ୍ଧ୍ୱ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ପାହାଡ ଉପରେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri