Posted inଖେଳ

ହମ୍ପି ଓ୍ବାଲର୍‌ଡ ରାପିଡ୍‌ ଚାମ୍ପିୟନ

ମସ୍କୋ, ୨୯ା୧୨ (ପି.ଟି.)-ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ମହିଳା ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ଏଠାରେ ଚାଇନାର ଲି’ ଟିଙ୍ଗ୍‌ଜି ବିପକ୍ଷ ଆର୍ମାଗେଡନ ଗେମ୍‌ ଡ୍ର ରଖିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହି ୩୨ ବର୍ଷୀୟା ଖେଳାଳି ୧୨ତମ ତଥା ଫାଇନାଲ ରାଉଣ୍ଡରେ ଚାଇନାର ଅନ୍ୟ ଜଣେ ଖେଳାଳି ଟାଙ୍ଗ୍‌ ଝୋଙ୍ଗ୍‌ୟିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିବା ଦ୍ୱାରା ଟିଙ୍ଗ୍‌ଜୀଙ୍କ ସହିତ ବ୍ରେକର ଖେଳିବାକୁ ବାଧ୍ୟ ହୋଇଥିଲେ। ତୃତୀୟ ଦିବସରେ ଯେତେବେଳେ ମୁଁ ମୋ ପ୍ରଥମ ଗେମ୍‌ ଆରମ୍ଭ କଲି ଶୀର୍ଷ ସ୍ଥାନ ଅଧିକାର କରିବି ବୋଲି କେବେ ଭାବି ନ ଥିଲି। କିନ୍ତୁ ଶ୍ରେଷ୍ଠ ୩ ମଧ୍ୟରେ ରହିବି ବୋଲି ମୋର ବିଶ୍ୱାସ ଥିଲା ବୋଲି ହମ୍ପି ପ୍ରକାଶ କରିଛନ୍ତି। ୧୩ତମ ସିଟ୍‌ରୁ ଆରମ୍ଭ କରି ହମ୍ପି ତୁର୍କୀର ଏକାଟରିନା ଆଟାଲିକ୍‌ ଏବଂ ଟିଙ୍ଗ୍‌ଜିଙ୍କ ସହିତ ସମାନ ୯ ପଏଣ୍ଟ ଅର୍ଜନ କରିଥିଲେ। ଇଭେଣ୍ଟରେ ହମ୍ପିଙ୍କ ଆରମ୍ଭ ଭଲ ଥିଲା। ପ୍ରଥମ ୫ ରାଉଣ୍ଡରୁ ସେ ୪.୫ ପଏଣ୍ଟ ସ୍କୋର କରିଥିଲେ। ମାତ୍ର ପରେ ସେ ରୁଷିଆର ଇରିନା ବୁଲ୍‌ମାଗାଙ୍କଠାରୁ ହାରି ଅଳ୍ପକେ ପଛରେ ପଡ଼ିଯାଇଥିଲେ। କିନ୍ତୁ ସେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ବିଜୟ ଲାଭ କରିଥିଲେ। ଏହା ସତ୍ତ୍ୱେ ଭାରତୀୟ ଖେଳାଳିଙ୍କୁ ଭାଗ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଆଟାଲିକ୍‌ଙ୍କଠାରୁ ଟିଙ୍ଗଜି ପରାସ୍ତ ହେବା ଦରକାର ପଡ଼ୁଥିଲା। ତାହା ମଧ୍ୟ ଘଟିଥିଲା। ମାତ୍ର ଏତିକିରେ କାର୍ଯ୍ୟ ଶେଷ ହୋଇ ନ ଥିଲା। ହମ୍ପି ଟାଇବ୍ରେକ୍‌ର ପ୍ରଥମ ଗେମ୍‌ରେ ପjରାଜgିତ ହୋଇଥିଲେ। ମାତ୍ର ପରବର୍ତ୍ତି ଗେମ୍‌ ଜିତି ଆର୍ମାଗେଡନ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସ୍ବର୍ଣ୍ଣ ପଦକ ପାଇଁ ଏହି ଗେମ୍‌ରେ ଅତିକମ୍‌ରେ ଡ୍ର ଯଥେଷ୍ଟ ଥିଲା। ଟିଙ୍ଗ୍‌ଜିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଆଟାଲିକ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୭ରେ ବିଶ୍ୱନାଥନ ଆନନ୍ଦ ଓପନ ବିଭାଗରେ ଏହି ଟାଇଟଲ ଜିତିଥିବାବେଳେ ବର୍ତ୍ତମାର ଫର୍ମାଟରେ ହମ୍ପି ଦ୍ୱିତୀୟ ଭାରତୀୟ ଭାବେ ରାପିଡ୍‌ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପକ୍ଷରେ ନରଓ୍ବେର ମାଗ୍ନସ କାର୍ଲସେନ ୧୧.୫ ପଏଣ୍ଟ ସ୍କୋର କରି ଏଠାରେ ଓପନ୍‌ ବିଭାଗରେ ଟାଇଟଲ ବିଜୟୀ ହୋଇଛନ୍ତି। ଫିଡେ ଫ୍ଲାଗ୍‌ ଅଧୀନରେ ଖେଳୁଥିବା ଇରାନର ଷ୍ଟାର ଖେଳାଳି ଫିରୋଜା ଅଲିରିଜା ଆମେରିକାର ହିକାରୁ ନାକାମୁରାଙ୍କୁ ପଛରେ ପକାଇ ରୌପ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri