ହବଲ୍‌ ଟେଲିସ୍କୋପର ୧.୪ ମିଲିୟନ ଅବଜରଭେଶନ

ଓ୍ବାଶିଂଟନ, ୨୬।୪: ହବଲ୍‌ ସ୍ପେସ ଟେଲିସ୍କୋପ୍‌ ମହାକାଶରେ ଚିତ୍ତାକର୍ଷକ ଅବିଷ୍କାର କରିବାର ୩ ଦଶନ୍ଧି ୨୪ ଏପ୍ରିଲରେ ଶେଷ କରିଛି। ଏହି ସମୟରେ ୧.୪ ମିଲିୟନ ଅବଜରଭେଶନ ବା ଅବଲୋକନ କରି ଏହା ଏକ ରେକର୍ଡ ସୃଷ୍ଟି କରିପାରିଛି। ଉକ୍ତ ଅବଜରଭେଶନରୁ ତଥ୍ୟ ଆହରଣ କରି ବିଶ୍ୱର ଜ୍ୟୋତିର୍ବିଜ୍ଞାନ ବିଶାରଦମାନେ ୧୭ ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଗବେଷଣାତ୍ମକ ପ୍ରବନ୍ଧ ମଧ୍ୟ ପ୍ରକାଶ କରିସାରିଲେଣି। ହବଲ୍‌ ବହୁପ୍ରସୂ ମହାକାଶ ପର୍ଯ୍ୟବେକ୍ଷଣାଗାର ସୃଷ୍ଟି କରିବାରେ ଇତିହାସ ସୃଷ୍ଟି କରିଛି ବୋଲି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ କୁହାଯାଇଛି।
୩୦ ବର୍ଷ ତଳେ ଅର୍ଥାତ୍‌ ୨୪ ଏପ୍ରିଲ ୧୯୯୦ରେ ହବଲ୍‌କୁ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେଶ୍‌ ସେଣ୍ଟରରୁ ମହାକାଶକୁ ଛଡ଼ା ଯାଇଥିଲା। ସ୍ପେସ୍‌ ଶଟଲ୍‌ ଡିସ୍‌କଭରିରେ ୫ ମହାକାଶଚାରୀ ମଧ୍ୟ ଯାତ୍ରା କରିଥିଲେ। ପୃଥିବୀ କକ୍ଷପଥରେ ଅବସ୍ଥାପିତ ହେବା ପରେ ହବଲ୍‌ ଟେଲିସ୍କୋପ୍‌ କାର୍ଯ୍ୟ ଆରମ୍ଭ କରିଥିଲା। ନାସା ଓ ଇସା (ଦି ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି) ସହଯୋଗରେ ପ୍ରସ୍ତୁତ କରାଯାଇଥିବା ଏହି ଅନ୍ତର୍ଜାତୀୟ ପ୍ରକଳ୍ପର ବିଶେଷ ଲକ୍ଷ୍ୟ ଥିଲା ବିଶ୍ୱର ପ୍ରସାରଣ (ଏକ୍ସପାନ୍‌ଶନ) ଓ ତ୍ୱରଣ (ଆକ୍ସିଲେରେଶନ) ହାର ମାପିବା ଏବଂ ଛାୟାପଥରେ କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ୍‌) ସନ୍ଧାନ କରିବା। ଏଥିସହିତ ଅନ୍ୟାନ୍ୟ ତାରକା ଚାରିପାଖେ ଗ୍ରହଗୁଡ଼ିକର ବାୟୁମଣ୍ଡଳକୁ ନିରୀକ୍ଷଣ, ଆମ ସୌରଜଗତ ଚାରିକଡ଼େ ଗ୍ରହଗୁଡ଼ିକର ପାଣିପାଗରେ କି ପ୍ରକାର ପରିବର୍ତ୍ତନ ଘଟୁଛି, ତାରକା ଓ ଛାୟାପଥର ଉନ୍ମେଷ ଦିଗରେ ଅତୀତ ଘଟଣାକ୍ରମର ପ୍ରାୟ ୯୭ ପ୍ରତିଶତ ଅବଲୋକନ କରିବା ଲାଗି ଉକ୍ତ ଟେଲିସ୍କୋପରେ ବ୍ୟବସ୍ଥା କରାଯାଇଥିଲା। କହିବାକୁ ଗଲେ ଅନ୍ୟାନ୍ୟ ଟେଲିସ୍ପେପ୍‌ ଅପେକ୍ଷା ହବଲ୍‌ ଅଦ୍ୟାବଧି ଜ୍ୟୋତିର୍ବିଜ୍ଞାନକୁ ପ୍ରାସଙ୍ଗିକ ତଥ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ଏହା ବିଷୟରେ ଜାଣିବା ଲାଗି ପଥ ସୁଗମ କରିପାରିଛି। ହବଲ୍‌ ପଠାଇଥିବା ଅନନ୍ୟ ଛବି ସମୟ ଓ ମହାକାଶ ମଧ୍ୟରେ ଆମର ସ୍ଥିତିର ପୁନଃ ସଂଜ୍ଞା ନିରୂପିତ କରିବାରେ ସହାୟକ ହୋଇଛି। ଆମର ନିକଟତର ଗ୍ରହଗୁଡ଼ିକଠାରୁ ବହୁଦୂରରେ ଥିବା ଛାୟାପଥ ବିଷୟରେ ବିଶ୍ୱର ଚିତ୍ତାକର୍ଷକ ଅନ୍ତର୍ଦୃଷ୍ଟିକୁ ଅବଲୋକନ କରିବା ସକାଶେ ହବଲ୍‌ ଅନେକ ତଥ୍ୟ ଦେଇଛି ବୋଲି ଓ୍ବାଶିଂଟନ ଡିସିସ୍ଥିତ ନାସା ମୁଖ୍ୟାଳୟରେ ଥିବା ଆସୋସିଏଟ୍‌ ଆଡ୍‌ମିନିଷ୍ଟ୍ରେଟର ଫର୍‌ ସାଇନ୍ସ ଟମାସ ଜୁର୍ବୁଚେନ୍‌ କହିଛନ୍ତି। ୩୦ ବର୍ଷ ତଳେ ଏଭଳି ଏକ ବୃହତ୍‌ କ୍ରାନ୍ତିକାରୀ ଟେଲିସ୍କୋପ୍‌ ପ୍ରେରଣ କରାଯାଇଥିଲା, ଯାହା ନିରନ୍ତର ବୈଜ୍ଞାନିକ ସୂଚନା ଦେଇଚାଲିଛି। ଏହା ଦୀର୍ଘ ବର୍ଷ ଧରି ମଣିଷର ଅନୁସନ୍ଧିତ୍ସୁ ମନକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ନାସା ପକ୍ଷରୁ କୁହାଯାଇଛି।
ଏହି ପର୍ଯ୍ୟବେକ୍ଷଣାଗାର (ଅବଜରଭେଟୋରି)ରେ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରପାତି ଯେଭଳି ଖଞ୍ଜାଯାଇଛି, ତାହା ୨୦୨୦ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିବ। ହବଲ୍‌କୁ ବଳ ଦେବା ଲାଗି ଜେମ୍ସ ଓ୍ବେବ୍‌ ସ୍ପେଶ୍‌ ଟେଲିସ୍କୋପ ଆସୁଛି ବୋଲି ନାସା କହିଛି। କକ୍ଷପଥରେ ୩୦ ବର୍ଷ ରହି ରେକର୍ଡ କରିଥିବା ହବଲ୍‌ ପ୍ରଥମ ଥର ପାଇଁ ଦୁଇ ସୁନ୍ଦର ନୀହାରିକା (ନେବୁଲା) ଏନ୍‌ଜିସି ୨୦୨୦ ଏବଂ ଏନ୍‌ଜିସି ୨୦୧୪ର ଛବି ପ୍ରେରଣ କରିବାରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଉଲ୍ଲେଖଯୋଗ୍ୟ ଯେ, ବୃହତ୍‌ ଲାଲ୍‌ ନେବୁଲା (ଏନ୍‌ଜିସି ୨୦୧୪) ଏବଂ ଏହାର ପାଖରେ ଥିବା କ୍ଷୁଦ୍ର ନୀଳ ରଙ୍ଗର ନେବୁଲା (ଏନ୍‌ଜିସି ୨୦୨୦) ତାରକାଭର୍ତ୍ତି ଲାର୍ଜ ମାଗେଲାନିକ୍‌ କ୍ଲାଉଡ୍‌ର ଏକ ଅଂଶବିଶେଷ। ଲାଜ୍‌ ମାଗେଲାନିକ୍‌ କ୍ଲାଉଡ୍‌ ଛାୟାପଥର ଏକ ଉପଗ୍ରହାଣୁପୁଞ୍ଜ, ଯାହା ୧, ୬୩,୦୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri