ହଦଗଡ଼ ଡ୍ୟାମ୍‌ର ସୁରକ୍ଷା ନେଇ ପ୍ରଶ୍ନବାଚୀ

ହାଟଡିହୀ, ୧୦।୬(ଶୁଭକାନ୍ତ ନାୟକ)-କେନ୍ଦୁଝର ଓ ଭଦ୍ରକ ଜିଲାକୁ କେନାଲ ଯୋଗେ ଜଳସେଚନ ସୁବିଧା ଯୋଗାଉଥିବା ହଦଗଡ଼ ଡ୍ୟାମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ କରାଯାଇ ବିଦ୍ୟାଧରପୁରଠାରେ ନିର୍ମିତ ବ୍ୟାରେଜରୁ ବାମ ଓ ଦକ୍ଷିଣ ପାର୍ଶ୍ୱ କେନାଲରେ ଚାଷ ଜମିକୁ ଜଳ ଯୋଗାଯାଉଛି। ମନୋରମ ପରିବେଶ ଯୋଗୁ ହଦଗଡ ଡ୍ୟାମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିଛି। ଏହି ଡ୍ୟାମର ସୁରକ୍ଷାବାଡା ଦୁର୍ବଳ ହୋଇପଡ଼ିବା ପରେ ତାହାକୁ ଭାଙ୍ଗି ସେଠାରେ ନୂତନ ଭାବେ ସୁରକ୍ଷା ବାଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ୪୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହାସତ୍ତ୍ୱେ ନିମ୍ନମାନର ଲୁହାଛଡ଼ ବ୍ୟବହାର ସାଙ୍ଗକୁ ଢଳେଇ କାମ କରାଯାଉଥିବାରୁ ସୁରକ୍ଷାବାଡାର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ନଦୀବନ୍ଧ ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପର ସୁରକ୍ଷା ଲାଗି ସରକାରୀସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ପ୍ରଶାସନିକସ୍ତରରେ ଏହାକୁ ଅଣଦେଖା କରାଯିବା ଚିନ୍ତାର କାରଣ ହୋଇଛି। ୧୯୬୦ ମସିହାରେ ହଦଗଡ଼ ଡ୍ୟାମ ନିର୍ମାଣ ଆରମ୍ଭ ହୋଇ ୧୯୭୬ ମସିହାରେ ଶେଷ ହୋଇଥିଲା। ବନ୍ଧର ଉଚ୍ଚତା ପ୍ରାୟ ୮୫.୯୫ ମିଟର। ସେଠାରେ ୩ଟି ସ୍ଲୁଇସ ଗେଟ୍‌ ରହିଛି ଯାହାଦ୍ୱାରା ନଦୀକୁ ଜଳ ନିଷ୍କାସନ କରାଯାଉଛି। ଉଲ୍ଲେଖନୀୟ ଯେ, ହଦଗଡ଼ ଡ୍ୟାମର ମନୋରମ ପରିବେଶର ଶୋଭା ଉପଭୋଗ କରିବାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏହି ସ୍ଥାନ ବୁଲି ଦେଖିବାକୁ ଆସୁଛନ୍ତି। ସେମାନେ ଡ୍ୟାମ ଉପରେ ବିଶାଳ ଜଳଭଣ୍ଡାରର ନୀଳ ଜଳରାଶିର ଶୋଭା ଉପଭୋଗ କରିଥାନ୍ତି। ଶୀତ ଋତୁରେ ଅନେକ ପର୍ଯ୍ୟଟକ ମଧ୍ୟ ଏଠାକୁ ବଣଭୋଜି କରିବାକ ଆସିଥାନ୍ତି। ଡ୍ୟାମର ସୁରକ୍ଷାବାଡ଼ା ଦୁର୍ବଳ ହେବା ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ବ୍ୟୟ ଅଟକଳ ହୋଇ ବିଦ୍ୟାଧରପୁର ସବ୍‌ଡିଭିଜନ ପକ୍ଷରୁ ପ୍ରାୟ ମାସେ ହେବ ନୂତନ ବାଡ଼ା ନିର୍ମାଣ କରାଯାଉଛି। ପୁରୁଣା ବାଡ଼ାକୁ ଭାଙ୍ଗି ବାଲି, ସିମେଣ୍ଟ ଭାଗ କମ୍‌ ଦିଆଯାଇ ନୂତନ ବାଡ଼ା ନିମ୍ନମାନର କରାଯାଉଥିବାରୁ ଡ୍ୟାମ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଦେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି କୌଣସି ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଆସୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହଦଗଡ଼ ଡ୍ୟାମର ସୁରକ୍ଷା ଲାଗି ନିର୍ଦ୍ଧାରିତ ଅଟକଳ ଅନୁସାରେ ନିର୍ମାଣ କାମ କରାଯିବା ସାଙ୍ଗକୁ କ୍ୱାଲିଟି କଣ୍ଟ୍ରୋଲ ଟିମ୍‌ ଦ୍ୱାରା ମାନ ପରୀକ୍ଷା କରାଯିବା ସକାଶେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅମୂଲ୍ୟ ରାଉତଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାରଙ୍କ ଦେହ ଖରାପ ଥିବାରୁ ତାଙ୍କ ଲୋକ ସୁରକ୍ଷାବାଡା ନିର୍ମାଣ କରୁଛନ୍ତି। କାମରେ କୌଣସି ଅନିୟମିତତା ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଫଳକ କାହିଁକି ଲଗାଯାଇନାହିଁ ପଚାରିବାରୁ ସେଭଳି ବ୍ୟବସ୍ଥା ବିଭାଗ ପକ୍ଷରୁ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri