Posted inଜାତୀୟ

ହତ୍ୟାର ତୃତୀୟ କାରଣ ପ୍ରେମ

ନୂଆଦିଲ୍ଲୀ,୨୦-୧୧:ଭାରତରେ ହତ୍ୟାର ତୃତୀୟ ବଡ଼ କାରଣ ହେଉଛି ପ୍ରେମ ବ୍ୟାପାର। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୦୧ରୁ ୨୦୦୭ ମଧ୍ୟରେ ପ୍ରେମକୁ ନେଇ ହତ୍ୟାକାଣ୍ଡ ସବୁଠୁ ବେଶି ବୃଦ୍ଧି ପାଇଛି। ବିଶ୍ୱର ଅଧିକାଂଶ ଦେଶ ଭଳି ଭାରତରେ ମଧ୍ୟ ହତ୍ୟାର ହାର ବିଗତ କିଛି ବର୍ଷ ମଧ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ ପଛରେ ତୃତୀୟ ମୁଖ୍ୟ କାରଣ ସାଜିଛି ପ୍ରେମ ବ୍ୟାପାର। ନିକଟରେ ଜାରି ହୋଇଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି ଯେ, ୨୦୦୧ରେ ୩୬,୨୦୨ ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ଖସିଯାଇଥିଲା। ଅର୍ଥାତ୍‌ ଏହି ଅବଧି ମଧ୍ୟରେ ହତ୍ୟା ମାମଲା ୨୧% ହ୍ରାସ ପାଇଥିଲା। ଏହି ହତ୍ୟାକାଣ୍ଡଗୁଡ଼ିକ ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ୪.୩% ଏବଂ ସମ୍ପତ୍ତି ବିବାଦ ୧୨% ଦାୟୀ। ସେହିପରି ପ୍ରେମ ବ୍ୟାପାର ଓ ଅନୈତିକ ସମ୍ପର୍କ ଯୋଗୁ ୨୮% ହତ୍ୟାକାଣ୍ଡ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟର ବିଶ୍ଳେଷଣରୁ ଜଣାପଡ଼ିଛି।

୧୪ ରାଜ୍ୟରେ ନଂ.୧
ହତ୍ୟାକାରୀ ପ୍ରେମ
୨୦୧୭ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ହାରାହାରି ୩୮୪ ଲୋକ ପ୍ରେମଜନିତ ହିଂସା କାରଣରୁ ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ୍‌ ଆନ୍ଧ୍ର ଓ ତେଲଙ୍ଗାନାରେ ଦିନକୁ ଅନୂ୍ୟନ ଜଣଙ୍କ ଜୀବନ ପ୍ରେମ ଯୋଗୁ ଯାଉଛି।
ସବୁଠୁ ଆଗରେ ଉତ୍ତରପ୍ରଦେଶ
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ତାମିଲନାଡ଼ୁ, କର୍ନାଟକ ଓ ଦିଲ୍ଲୀ। ଅଧିକାଂଶ ରାଜ୍ୟରେ ପ୍ରେମ ବ୍ୟାପାର ହତ୍ୟା ପଛର ତୃତୀୟ କିମ୍ବା ଚତୁର୍ଥ ବଡ଼ କାରଣ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଓ ଆସାମ।
କେରଳ, ପଶ୍ଚିମବଙ୍ଗରେ ସବୁଠୁ କମ୍‌
କେରଳ ଓ ପଶ୍ଚିମବଙ୍ଗରେ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ର ଟପ୍‌ ୫ କାରଣ ମଧ୍ୟରେ ପ୍ରେମ ରହିଛି। ଏହାସତ୍ତ୍ୱେ ଏହି ଦୁଇ ରାଜ୍ୟରେ ସବୁଠୁ କମ୍‌ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି।
ଅନର୍‌ କିଲିଂ: ୨୦୧୬ରେ ୭୧, ୨୦୧୭ରେ ୯୨
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ପ୍ରେମକୁ ନେଇ ହତ୍ୟାର ମୁଖ୍ୟ କାରଣ ହେଉଛି ତ୍ରିକୋଣୀୟ ପ୍ରେମ ବା ଅନୈତିକ ସମ୍ପର୍କ। ସେହିପରି ଅନର୍‌ କିଲିଂ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ। ୨୦୧୬ରେ ସମ୍ମାନ ପାଇଁ ୭୧ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୧୭ରେ ଅନରକିଲିଂ ଯୋଗୁ ୯୨ ଜଣଙ୍କ ଜୀବନ ଯାଇଥିଲା। ଭିନ୍ନ ଜାତି, ବର୍ଗ ଓ ଧର୍ମରେ ବିବାହ ଯୋଗୁ ପ୍ରେମୀ ଯୁଗଳ ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ହତ୍ୟାର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri