ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଭାରତର କେତେଜଣ ସୋସିଆଲ ମିଡିଆ ୟୁଜର ଏହାକୁ ଦେଖି ହସି ହସି ବେଦମ୍‌ ହୋଇଛନ୍ତି। କାରଣ କିରଣ ପାକିସ୍ତାନରେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଭାରତରେ। କାରଣ ତାଙ୍କର ସ୍ପଷ୍ଟ ଉଚ୍ଚାରଣ ସହ ଆକ୍ରମଣାତ୍ମକ ଢଙ୍ଗକୁ ନେଇ ସୋସିଆଲ ମିଡିଆରେ ତାଙ୍କର ରହିଛନ୍ତି ଅଧିକ ଫଲୋୟର୍ସ। ତେବେ ନିକଟରେ ସେ ଟୁଇଟରରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି କିରଣ ହଜ୍‌ ଯାତ୍ରୀଙ୍କୁ ନେଇ ନ୍ୟୁଜ ଆରମ୍ଭ କରୁଥିବା ବେଳେ ଶେଷକୁ ଜମ୍ମୁ-କଶ୍ମୀର ଅନୁଚ୍ଛେଦ ୩୭୦ ଉପରକୁ ଆସି ଯାଉଥାଆନ୍ତି। ଆଉ ପ୍ରତି ଥର ସେ ଏହି କଥା ହିଁ କହୁଥାଆନ୍ତି। ଯାହାକୁ ନେଇ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଅବଶ୍ୟ ବାଲାକୋଟ ଆକ୍ରମଣ ସମୟରେ ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଯେତେବେଳେ ପାକିସ୍ତାନ ହାତକୁ ଚାଲି ଯାଇଥିଲେ ସେତେବେଳେ ମଧ୍ୟ କିରଣ ଆସିଥିଲେ ଚର୍ଚ୍ଚାକୁ। କାରଣ ସେ ଏମିତି ଢଙ୍ଗରେ ଖବର ଉପସ୍ଥାପନ କରିଥିଲେ ସତେ ଯେମିତି ପାକିସ୍ତାନ ଏକ ବଡ ଯୁଦ୍ଧରେ ବିଜୟ ଲାଭ କରିଛି। ଏଥର ମଧ୍ୟ କିରଣଙ୍କ ମୁହଁରେ ସେମିତି କିଛି ଭାବ ଦେଖିବାକୁ ମିଳିଛି। କାରଣ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଭାରତ ସହ ଯେମିତି ସବୁ ପ୍ରକାର ସମ୍ପର୍କ ଛିନ୍ନ କରିଦେଲାଣି ପାକିସ୍ତାନ। ଅବଶ୍ୟ ଏହାର ପରିଣାମ ବି ଭୋଗିବା ଆରମ୍ଭ କରି ସାରିଲାଣି ପାକିସ୍ତାନ। କାରଣ ଏବେ ସେଠାରେ ଟମାଟୋ କିଲୋ ପହଞ୍ଚିଲାଣି ୩ଶହ ଟଙ୍କାରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri