ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି ବି ପାରମ୍ପରିକ ବୃତ୍ତି ଆପଣାଇ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ମୁଖ୍ୟତଃ କୁଲା ,ଡଲା, ପାଛିଆ,ଠେକା,ପସରା, ବିଞ୍ଚଣା ଓ ଫୁଲଚାଙ୍ଗୁଡ଼ି ତିଆରି କରି ବିକିଥାନ୍ତି। ସମୟର ପରିବର୍ତ୍ତନ ସାଙ୍ଗକୁ କଞ୍ଚାମାଲ ଓ ବଜାର ସୁବିଧାର ଅଭାବ ସେମାନଙ୍କ ଦାନାପାଣିରେ ବାଧକ ସାଜିଛି। କୌଣସି ସ୍ତରରୁ ସେମାନେ ପ୍ରୋତ୍ସାହନ ନ ପାଇ ଏବେ ଘୋର ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ପଛୁଆ ତଥା ଅବହେଳିତ ଏହି ଜନଜାତି ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି।
ବେହେରା ସାହି ଓ ଟାଇଁଶିରା ବେହେରା ସାହିରେ ଏହି ସମ୍ପ୍ରଦାୟର ୧୫ ରୁ ଊଦ୍ଧର୍‌ବ ପରିବାର ବସବାସ କରୁଛନ୍ତି । ସେମାନଙ୍କ ନିକଟରେ କୌଣସି ସରକାରୀ ଯୋଜନାର ସୁଫଳ ପହଞ୍ଚି ପାରି ନାହିଁ ା ବ୍ଲକ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଏହି ଅଞ୍ଚଳରେ ମଧ୍ୟ ବିକାଶଧାରା ପହଞ୍ଚି ପାରି ନାହିଁ ା ଦ୍ବୀପ ତଳ ଅନ୍ଧାର ଭଳି ସେମାନଙ୍କ ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମର ସ୍ବାମୀ ପରିତ୍ୟକ୍ତା ରୁନି ଓ ଅବିବାହିତା ସୂର୍ଯ୍ୟଙ୍କ ଭଳି ଅସହାୟ ମହିଳା ଭଙ୍ଗା କୁଡ଼ିଆରେ ପଲିଥିନ ଟାଣି କାଳାତିପାତ କରୁଛନ୍ତି। ଆବାସ ଯୋଜନାରେ ଘର ପାଇବାକୁ ଆଶଶା ରଖି ଦୟନୀୟ ସ୍ଥିତିରେ ଦିନ ବିତାଉଛନ୍ତି। ସେମାନେ ପାରମ୍ପରିକ ବୃତ୍ତିରେ ଧୂରନ୍ଧରା ହୋଇ ଥିଲେ ବି ବଜାର ସୁବିଧା ଅଭାବରୁ ବାଉଁଶରୁ ସାମଗ୍ରୀ ତିଆରି କରିବା ଏକପ୍ରକାର ବନ୍ଦ କରି ଦେଇଛନ୍ତି। ଏହି ବ୍ଲକର କେନ୍ଦେଇ ପଶି,ଏରେଣ୍ଡେଇ,କଣ୍ଟିଆପଡା,ଜଡିଚାତର,ଚିଲିଦା ,ପଲାଣିଘାଟି, ଓ ଚିନାବାଳିପଶି ଗ୍ରାମରେ ଏହି ସମ୍ପ୍ରଦାୟର ଅବହେଳିତ ଲୋକେ ମଧ୍ୟ ଅସାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି। ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗରୁ ସେମାନେ ମଧ୍ୟ ବଞ୍ଚିତ ହେଉଛନ୍ତି। ଏହି ସମ୍ପ୍ରଦାୟର ପୁରୁଖା ଲେଶକେ କହିଛନ୍ତି, ଚାଷ ଜମି ନ ଥିବାରୁ ଆମ ଜନଜାତିର ଲେକେ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି ରି ପେଟ ପୋଷୁଥିଲେ। ବର୍ତ୍ତମାନ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ବୃଦ୍ଧି ଯୋଗୁଁ ବାଉଁଶ ତିଆରି ସାମଗ୍ରୀର ଚାହିଦା ହ୍ରାସ ପାଇବାରେ ଲାଗିଛି। ପ୍ରୋତ୍ସାହନ ଅଭାବରୁ ଏହି ହାତ ତିଆରି କୁଟୀର ଶିଳ୍ପ ରୁଗଣ ହୋଇ ପଡ଼ିଲାଣି। ଏହି ଜନଜାତିର ଲୋକେ ପୂର୍ବରୁ ବିବାହ, ବ୍ରତଘର, ଯାନିଯାତ୍ରା ଓ ଶୋଭାଯାତ୍ରାରେ ଢୋଲ ବଜାଇ ସେଥିରୁ ଯେଉଁ ଦୁଇ ପଇସା ପାଉଥିଲେ, ଗୁଜୁରାଣ ମେଣ୍ଟାଉଥିଲେ। ଦିନକୁ ଦିନ ପାରମ୍ପରିକ ବାଦ୍ୟର ଚାହିଦା କମୁଥିବାରୁ ଏହି ବେପାରରେ ମାନ୍ଦା ଅବସ୍ଥା ଦେଖାଦେଇଛି। ଏଭଳି ସ୍ଥିତିରେ କୌଳିକ ବୃତ୍ତି ହରାଇ ସେମାନେ ଦୁଃଖରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri