ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି ବି ପାରମ୍ପରିକ ବୃତ୍ତି ଆପଣାଇ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ମୁଖ୍ୟତଃ କୁଲା ,ଡଲା, ପାଛିଆ,ଠେକା,ପସରା, ବିଞ୍ଚଣା ଓ ଫୁଲଚାଙ୍ଗୁଡ଼ି ତିଆରି କରି ବିକିଥାନ୍ତି। ସମୟର ପରିବର୍ତ୍ତନ ସାଙ୍ଗକୁ କଞ୍ଚାମାଲ ଓ ବଜାର ସୁବିଧାର ଅଭାବ ସେମାନଙ୍କ ଦାନାପାଣିରେ ବାଧକ ସାଜିଛି। କୌଣସି ସ୍ତରରୁ ସେମାନେ ପ୍ରୋତ୍ସାହନ ନ ପାଇ ଏବେ ଘୋର ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ପଛୁଆ ତଥା ଅବହେଳିତ ଏହି ଜନଜାତି ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି।
ବେହେରା ସାହି ଓ ଟାଇଁଶିରା ବେହେରା ସାହିରେ ଏହି ସମ୍ପ୍ରଦାୟର ୧୫ ରୁ ଊଦ୍ଧର୍‌ବ ପରିବାର ବସବାସ କରୁଛନ୍ତି । ସେମାନଙ୍କ ନିକଟରେ କୌଣସି ସରକାରୀ ଯୋଜନାର ସୁଫଳ ପହଞ୍ଚି ପାରି ନାହିଁ ା ବ୍ଲକ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଏହି ଅଞ୍ଚଳରେ ମଧ୍ୟ ବିକାଶଧାରା ପହଞ୍ଚି ପାରି ନାହିଁ ା ଦ୍ବୀପ ତଳ ଅନ୍ଧାର ଭଳି ସେମାନଙ୍କ ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମର ସ୍ବାମୀ ପରିତ୍ୟକ୍ତା ରୁନି ଓ ଅବିବାହିତା ସୂର୍ଯ୍ୟଙ୍କ ଭଳି ଅସହାୟ ମହିଳା ଭଙ୍ଗା କୁଡ଼ିଆରେ ପଲିଥିନ ଟାଣି କାଳାତିପାତ କରୁଛନ୍ତି। ଆବାସ ଯୋଜନାରେ ଘର ପାଇବାକୁ ଆଶଶା ରଖି ଦୟନୀୟ ସ୍ଥିତିରେ ଦିନ ବିତାଉଛନ୍ତି। ସେମାନେ ପାରମ୍ପରିକ ବୃତ୍ତିରେ ଧୂରନ୍ଧରା ହୋଇ ଥିଲେ ବି ବଜାର ସୁବିଧା ଅଭାବରୁ ବାଉଁଶରୁ ସାମଗ୍ରୀ ତିଆରି କରିବା ଏକପ୍ରକାର ବନ୍ଦ କରି ଦେଇଛନ୍ତି। ଏହି ବ୍ଲକର କେନ୍ଦେଇ ପଶି,ଏରେଣ୍ଡେଇ,କଣ୍ଟିଆପଡା,ଜଡିଚାତର,ଚିଲିଦା ,ପଲାଣିଘାଟି, ଓ ଚିନାବାଳିପଶି ଗ୍ରାମରେ ଏହି ସମ୍ପ୍ରଦାୟର ଅବହେଳିତ ଲୋକେ ମଧ୍ୟ ଅସାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି। ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗରୁ ସେମାନେ ମଧ୍ୟ ବଞ୍ଚିତ ହେଉଛନ୍ତି। ଏହି ସମ୍ପ୍ରଦାୟର ପୁରୁଖା ଲେଶକେ କହିଛନ୍ତି, ଚାଷ ଜମି ନ ଥିବାରୁ ଆମ ଜନଜାତିର ଲେକେ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି ରି ପେଟ ପୋଷୁଥିଲେ। ବର୍ତ୍ତମାନ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ବୃଦ୍ଧି ଯୋଗୁଁ ବାଉଁଶ ତିଆରି ସାମଗ୍ରୀର ଚାହିଦା ହ୍ରାସ ପାଇବାରେ ଲାଗିଛି। ପ୍ରୋତ୍ସାହନ ଅଭାବରୁ ଏହି ହାତ ତିଆରି କୁଟୀର ଶିଳ୍ପ ରୁଗଣ ହୋଇ ପଡ଼ିଲାଣି। ଏହି ଜନଜାତିର ଲୋକେ ପୂର୍ବରୁ ବିବାହ, ବ୍ରତଘର, ଯାନିଯାତ୍ରା ଓ ଶୋଭାଯାତ୍ରାରେ ଢୋଲ ବଜାଇ ସେଥିରୁ ଯେଉଁ ଦୁଇ ପଇସା ପାଉଥିଲେ, ଗୁଜୁରାଣ ମେଣ୍ଟାଉଥିଲେ। ଦିନକୁ ଦିନ ପାରମ୍ପରିକ ବାଦ୍ୟର ଚାହିଦା କମୁଥିବାରୁ ଏହି ବେପାରରେ ମାନ୍ଦା ଅବସ୍ଥା ଦେଖାଦେଇଛି। ଏଭଳି ସ୍ଥିତିରେ କୌଳିକ ବୃତ୍ତି ହରାଇ ସେମାନେ ଦୁଃଖରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri