Posted inଖେଳ

ହକି ପ୍ରୋ ଲିଗ୍‌: ଭାରତ ବିପକ୍ଷ ମ୍ୟାଚ୍‌ ଅଲିମ୍ପକ୍ସ ପ୍ରସ୍ତୁତିରେ ସହାୟକ ହେବ: ଜାଲଓ୍ବେସ୍କି

ଭୁବନେଶ୍ୱର,୧୭।୨(ପି.ଟି.): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଆସନ୍ତା ଶୁକ୍ରବାର ଓ ଶନିବାର ଦିନ ଆୟୋଜନ ହେବାକୁ ଥିବା ଏହି ଦୁଇଟି ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ରବିବାର ରାତିରେ ଏଠାରେ ଆସି ପହଞ୍ଚିଛି। ଭାରତ ବିପକ୍ଷ ଏହି ଦୁଇଟି ମ୍ୟାଚ୍‌ ଅଲିମ୍ପିକ୍ସ ପ୍ରସ୍ତୁତିରେ ବେଶ୍‌ ସହାୟକ ହେବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଆରାପ ଜାଲଓ୍ବେସ୍କି କହିଛନ୍ତି।
ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ବେଲଜିୟମଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଅଷ୍ଟ୍ରେଲିଆ ଗ୍ରେଟ ବ୍ରିଟେନକୁ ହରାଇ ଜବଦଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଏବେ ଭାରତ ବିପକ୍ଷରେ ମଧ୍ୟ ବିଜୟୀ ହେବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି। ଘରୋଇ ଦର୍ଶକଙ୍କ ସାମ୍‌ନାର ବିଶ୍ୱର ୪ ନମ୍ବର ଦଳ ଭାରତକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର ବୋଲି ଜାଲଓ୍ବେସ୍କି ସ୍ବୀକାର କରିଛନ୍ତି। ଆଗକୁ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଥିବାରୁ ଏହି ଦୁଇଟି ଆଓ୍ବେ ମ୍ୟାଚ୍‌ ପ୍ରସ୍ତୁତିରେ ସହାୟକ ହେବ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସିଛି। ଭାରତ ବିପକ୍ଷରେ ଆମେ ଖେଳିବାକୁ ବେଶ୍‌ ଆଗ୍ରହୀ ଓ ଉତ୍ସାହିତ ଅଛୁ ବୋଲି ସେ କହିଛନ୍ତି। ମ୍ୟାଚ୍‌ ଆୟୋଜନ ହେବାକୁ ଆଉ କିଛି ଦିନି ବାକି ରହିଛି। ତେଣୁ ଏଠାକାର ଜଳବାୟୁ ତଥା ପରିସ୍ଥିତି ସହ ଖୁବ୍‌ଶୀଘ୍ର ଖାପ୍‌ ଖୁଆଇବୁ ଓ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା କରୁଛୁ।
୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୬ ପଏଣ୍ଟ ହାସଲ କରି ଏବେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଭାରତ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ କୋଚ୍‌ କଲିନ୍‌ ବ୍ୟାଚ୍‌ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଖେଳିବାକୁ ପୁଣିଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ବହୁତ ଉତ୍ସାହିତ ବୋଲି ବ୍ୟାଚ୍‌ କହିଛନ୍ତି। ଏପର୍ଯ୍ୟନ୍ତ ପ୍ରୋ ଲିଗ୍‌ରେ ଆମେ ମିଶ୍ରିତ ପ୍ରଦର୍ଶନ କରିଛୁ। ଆୟୋଜକ ଭାରତ ବିପକ୍ଷ ମ୍ୟାଚ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବୁ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଦର୍ଶକଭରା ଖଚାଖଚ୍‌ ଷ୍ଟାଡିୟମରେ ଖେଳିବାକୁ ଆମେ ବେଶ୍‌ ଆଗ୍ରହୀ ଅଛୁ ବୋଲି ବ୍ୟାଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri