Posted inଖେଳ

ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ପରଲୋକ: ଏକ ଯୁଗର ଅନ୍ତ ଘଟିଲା

ଚଣ୍ଡିଗଡ଼,୨୫।୫(ପି.ଟି.): ଭାରତର ଅନ୍ୟତମ ସର୍ବକାଳୀନ ମହାନ୍‌ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହକିର ଏହି କିମ୍ବଦନ୍ତୀ ପୁରୁଷ ସୋମବାର ସକାଳ ୬.୩୦ରେ ସ୍ଥାନୀୟ ଫୋର୍ଟିସ ହସ୍ପିଟାଲରେ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ସେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରି ଆସୁଥିଲେ। ଏହି ସର୍ବକାଳୀନ ଶ୍ରେଷ୍ଠ ସେଣ୍ଟର ଫରଓ୍ବାର୍ଡଙ୍କ ଝିଅ ସୁଶବୀର ଓ ୩ ପୁଅ କନଓ୍ବଲବୀର, କରନବୀର ଓ ଗୁରବୀର ରହିଛନ୍ତି। ତାଙ୍କ ପୁଅମାନେ କାନାଡାରେ ରହୁଛନ୍ତି। ଫଳରେ ସେ ଝିଅ ଓ ନାତି କବୀରଙ୍କ ସହିତ ରହୁଥିଲେ। ସେ ସକାଳ ୬.୧୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ମୋହାଲିର ଫୋର୍ଟିସ ହସ୍ପିଟାଲ ନିର୍ଦ୍ଦେଶକ ଅଭିଜିତ୍‌ ସିଂ କହିଛନ୍ତି। ଏହାପରେ ତାଙ୍କ ନାତି କବୀର ବଲବୀରଙ୍କ ଦେହାନ୍ତ ଖବର ସାର୍ବଜନୀନ କରିଥିଲେ। ଗତ ଦୁଇବର୍ଷ ମଧ୍ୟରେ ଚତୁର୍ଥଥର ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଜାନୁୟାରୀରେ ନିମୋନିଆ କାରଣରୁ ସେ ୩ ମାସ ହସ୍ପିଟାଲରେ ରହିଥିଲେ।
ମେ ୧୮ ତାରିଖରୁ ସେ ଅର୍ଦ୍ଧଚେତନ ଅବସ୍ଥାରେ ରହିଆସୁଥିଲେ ଏବଂ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ପ୍ରବଳ ଜ୍ୱର ଓ ନିମୋନିଆ କାରଣରୁ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ତେବେ ସେ ନେଗେଟିଭ ବୋଲି ଜଣାପଡିଥିଲା। ଚିକିତ୍ସା ସମୟରେ ସେ ୩ଥର ହୃଦ୍‌ଘାତର ଶିକାର ହୋଇଥିଲେ।
ହକି ଖେଳାଳିଭାବେ ସଫଳତାର ଶୀର୍ଷକୁ ଛୁଇଁଥିବା ବଲବୀର ପଡ଼ିଆରେ ପ୍ରତିପକ୍ଷ ଦଳ ପାଇଁ ଆତଙ୍କ ସାଜିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଭାରତ କ୍ରମାଗତ ୩ଟି ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଭାରତ ୧୯୪୮ ଲଣ୍ଡନ ଅଲିମ୍ପିକ୍ସ, ହେଲସିଙ୍କି ୧୯୫୨ ଓ ମେଲବୋର୍ନ ୧୯୫୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। କୌଣସି ଅଲିମ୍ପିକ୍ସ ହକି ଇଭେଣ୍ଟ ଫାଇନାଲରେ ତାଙ୍କର ସର୍ବାଧିକ ଗୋଲ ସ୍କୋର ରେକର୍ଡ ଏବେ ବି ଅତୁଟ ରହିଛି। ୧୯୫୨ ଅଲିମ୍ପିକ୍ସରେ ଭାରତ ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ଚାମ୍ପିୟନ ହୋଇଥିଲା। ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ ଭାରତ ଟାଇଟଲ ଜିତିଥିଲା। ତେବେ ଏହି ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲ ମୁକାବିଲାରେ ଉପ-ଅଧିନାୟକ ଭାବେ ସଫଳ ଭାବେ ଦାୟିତ୍ୱ ତୁଲାଇ ବଲବୀର ୫ଟି ଗୋଲ ସ୍କୋର କରି ନେଦରଲାଣ୍ଡ୍ସକୁ ଧୂଳି ଚଟାଇଥିଲେ। ତାଙ୍କର ଏହି ୫ ଗୋଲ ରେକର୍ଡକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି। ସେହିପରି ଟୋକିଓ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମେଲବୋର୍ନ ଅଲିମ୍ପିକ୍ସରେ ନିଜ ନେତୃତ୍ୱର ପରାକାଷ୍ଠା ପ୍ରତିପାଦନ କରିଥିଲେ। ତାଙ୍କୁ ଭାରତ ତଥା ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଭାବେ ବିବେଚନା କରାଯାଏ। ତାଙ୍କୁ ମଧ୍ୟ ଆଧୁନିକ ଯୁଗର ଧ୍ୟାନଚାନ୍ଦ ମଧ୍ୟ କୁହାଯାଇଥାଏ।
ହକିରୁ ଅବସର ନେବା ପରେ ସେ କୋଚିଂରେ ମନ ବଳାଇଥିଲେ ଓ ସଫଳତା ମଧ୍ୟ ପାଇଥିଲେ। କୋଚ୍‌ ହିସାବରେ ତାଙ୍କ ତତ୍ତ୍ୱାବଧାନରେ ଭାରତ ୧୯୭୫ ହକି ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ସେହିପରି ୧୯୭୧ ବିଶ୍ୱକପ୍‌ରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା। ତାଙ୍କୁ ୧୯୫୭ରେ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୟାଲ ଅପେରା ହାଉସ୍‌ରେ ଅଲିମ୍ପିକ ମ୍ୟୁଜିୟମ ଏକ୍‌ଜିବିଶନ୍‌ରେ ତାଙ୍କୁ ବିଶେଷ ଭାବେ ‘ଦି ଅଲିମ୍ପିକ ଜର୍ଣ୍ଣି: ଦି ଷ୍ଟୋରୀ ଅଫ୍‌ ଦି ଗେମ୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଭାରତର ଏକମାତ୍ର ଆଥଲେଟ୍‌ ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଦ୍ୱାରା ଆଧୁନିକ ଅଲିମ୍ପିକ୍‌ ଇତିହାସରେ ବିଶ୍ୱର ଅନ୍ୟ ୧୬ଜଣ କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କୁ ଏହି ଅବସରରେ ୧୬ତମ ଆଇକନିକ୍‌ ଅଲିମ୍ପିଆନ ହିସାବରେ ଚୟନ କରାଯାଇଥିଲା। ସେ ପଞ୍ଜାବ ଷ୍ଟେଟ, ପଞ୍ଜାବ ପୋଲିସ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟ ତରଫରୁ ଘରୋଇ ହକି ଖେଳୁଥିଲେ। ଟେକ୍‌ନିକ୍‌ ପାଇଁ ତାଙ୍କୁ କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ସହ ତୁଳନା କରାଯାଇଥାଏ। ପଞ୍ଜାବର ହରିପୁର ଖଲସା ଗ୍ରାମରେ ସେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ। ସେତେବେଳର କୋଚ୍‌ ହରବେଲ ସିଂ ତାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri