ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା ଏହି ନାୟିକା ଏବେ ପୁଣିଥରେ ନିଜ ସ୍ୱାମୀଙ୍କ ପ୍ରଥମ ସାକ୍ଷାତ୍‌କାରକୁ ନେଇ କଥା ହୋଇଛନ୍ତି । ଏବେ ନିନା ତାଙ୍କ ଡିଜାଇନର ଝିଅ ମସାବାଙ୍କ ସହ ଆସୁଥିବା ଫିଲ୍ମ ‘ମସାବା-ମସାବା’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ନିନା ଓ ତାଙ୍କ ଝିଅଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଉଛି । ପ୍ରଥମଥର ଲାଗି ନିନା ତାଙ୍କ ସ୍ୱାମୀ ବିବେକ ମେହେରାଙ୍କ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ନେହା ଧୂପିଆଙ୍କ ଟକ୍ ଶୋ’ ‘ନୋ ଫିଲ୍‌ଟର ନେହା’ରେ ବିବେକଙ୍କ ସହ ଥିବା ବଣ୍ଡିଂକୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ବିବେକଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ୍ ବିମାନରେ ହୋଇଥିଲା । ସେ ଲଣ୍ଡନରୁ ମୁମ୍ବାଇ ଫେରୁଥିବା ବେଳେ ବିବେକ ମଧ୍ୟ ଲଣ୍ଡନରୁ ମୁମ୍ବାଇ ଆସୁଥିଲେ । ଯଦିଓ ବିବେକ ଦିଲ୍ଲୀ ବାସିନ୍ଦା କିନ୍ତୁ ସେ କୌଣସି କାମରେ ସିଧା ମୁମ୍ବାଇ ଆସୁଥିଲେ । ସେହି ବିମାନରେ ଜଣେ ମହିଳାଙ୍କୁ ତାଙ୍କ ସିଟ୍ ବଦଳାଇବାକୁ ପଡିବାରୁ ବିବେକ ତାଙ୍କ ସିଟ୍ ଉକ୍ତ ମହିଳାଙ୍କୁ ଦେଇ ନିନାଙ୍କ ପାଖ ସିଟ୍‌ରେ ବସିଥିଲେ । ଭାଗ୍ୟ ଉପରେ ନିନା ଖୁବ୍ ବିଶ୍ୱାସ କରନ୍ତି । ପାଖରେ ବସି ବିବେକ ଯେତେବେଳେ ତାଙ୍କୁ କହିଥିଲେ ହଁ ତୁମେ ହେଉଛ ସିଏ ଯିଏ ମୋତେ ଫସେଇ ଦେଇଛି । ଆଉ ମୁଁ ଫସି ଯାଇଛି । ଯଦି ମୋ ସହ ଖୁସି ତେବେ ରୁହ ନତେଚ୍ ଯାଅ । ଆଉ ଏହାପରେ ନିନା ବିବେକଙ୍କୁ ବିବାହ କରି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିବା କହିଛନ୍ତି । ସୂଚନାଯୋଗ୍ୟ, ନିନା ୱେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳି ଭିଭିୟାନ୍ ରିଚର୍ଡସଙ୍କ ସହ ଗୋଟିଏ ରାତି କଟାଇଥିବା ବେଳେ ତାଙ୍କ ଔରଷରୁ ନିନା ଜନ୍ମ ଦେଇଥିଲେ ମସାବାଙ୍କୁ । ହେଲେ ସେ କେବେ ରିଚାର୍ଡସଙ୍କୁ ବିବାହ କରି ନ ଥିଲେ । ସିଙ୍ଗଲ ମଦର ଭାବେ ସେ ମସାବାଙ୍କୁ ପାଳନ କରି ପରେ ବିବେକଙ୍କୁ ବିବାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri