Posted inଖେଳ

ସ୍ଲାମ ଟାଇଟଲ, ନଂ ୧ ରେକର୍ଡକୁ ଭାଙ୍ଗି ପାରିବି: ଜୋକୋଭିଚ୍‌

ପ୍ୟାରିସ୍‌,୧୬।୫ (ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ବିବେଚିତ ହେଉଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ବିଶ୍ୱର ଦୁଇ ଦୁଇଟି ରେକର୍ଡ ଭାଙ୍ଗିପାରିବେ ବୋଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କ୍ୟାରୟର ଶେଷ କରିବା ପୂର୍ବରୁ ଜଣେ ସର୍ବଶ୍ରେଷ୍ଠ ଗ୍ରଣ୍ଡସ୍ଲାଟ ଟାଇଟଲ ବିଜେତା ଭାବେ ନିଜକୁ ପ୍ରମାଣିତ କରିବି। ସେ ସର୍ବାଧିକ ଗ୍ରାଣ୍ଡସ୍ଲମ ଟାଇଟଲ ହାସଲରେ ସମସ୍ତଙ୍କୁ ପଛରେ ପକାଇବି ବୋଲି ସେ କହିଛନ୍ତି। ପୁଣି ୧ ନମ୍ବର ସ୍ଥାନରେ ସର୍ବାଧିକ ସପ୍ତାହରେ ରହି ବିଶ୍ୱରେକର୍ଡ ଭଙ୍ଗ କରିବି ବୋଲି ଜୋକୋଭିଚ୍‌ କହିଛନ୍ତି।
ଜୋକୋଭିଜ୍‌ ଏପର୍ଯ୍ୟନ୍ତ ୧୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ସେ ରୋଜର ଫେଡରର ୨୦ ଓ ରାଫାଲ ନାଡଶଙ୍କ ୧୯ଟି ଟାଇଟଲରୁ ଯଥାକ୍ରମେ ୩ ଓ ୨ଟି ପାଦ ଦୂରରେ ରହିଛନ୍ତି। କୋଭିଡ-୧୯ କାରଣରୁ ୨୦୨୦ ସେସନ ବନ୍ଦ ହେବା ପୂର୍ବରୁ ଜୋକୋଭିଚ୍‌ ତାଙ୍କର ଅଷ୍ଟମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ ଓ ବିଜୟଧାରାକୁ ୧୮-୦ରେ ପହଁଚାଇଥିଲେ। ଏହି ଦୁଇଟି ରେକର୍ଡ ଭାଙ୍ଗିବାକୁ ସମର୍ଥ ଓ ଏହା ମୋର ଲକ୍ଷ୍ୟ ବୋଲି ସେ ଦୃଢତାର ସହ କହିଛନ୍ତି। ସେ ୨୮୨ ସପ୍ତାହ ବିଶ୍ୱର ୧ ନମ୍ବର ସ୍ଥାନରେ ରହି ରେକର୍ଡ କରିଥିଲେ। ତେବେ ଫେଡେରର ୩୧୦ ସପ୍ତାହ ଓ ପୂର୍ବତନ ଖେଳାଳି ପିଟ୍‌ ସାମ୍ପାସ୍‌ ୨୮୬ ସପ୍ତାହ ୧ ନମ୍ବର ସ୍ଥାନରେ ରହିଥିଲେ। ତେବେ ବୟସ ଜୋକୋଭିଚ୍‌ଙ୍କ ସପକ୍ଷରେ ରହିଛି। ସେ ଆସନ୍ତା ୨୨ ତାରିଖରେ ୩୩ତମ ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ଅନ୍ୟପଟେ ଫେଡରର ଅଗଷ୍ଟରେ ୩୯ ଓ ନାଡଲା ଜୁନ୍‌ରେ ୩୪ ବର୍ଷରେ ପଦାର୍ପଣ କରିବେ। ଜୋକୋଭିଚ୍‌ ୪୦ ପର୍ଯ୍ୟନ୍ତ ଖେଳିବେ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri