ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍‌ରେ ପଟ୍‌ଲାଇନ୍‌ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ମ୍ୟାଗନେଟ କାର୍‌ଟିକୁ ଟାଣି ନେଇଥିଲା। ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ନୋଟିସ୍‌ ଲଗାଯାଇ ବାରଣ କରାଯାଇଛି। ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାର୍‌ରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାଲାକୋର ସୁରକ୍ଷା ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ କହିଛନ୍ତି। ସେହିପରି ମଙ୍ଗଳବାର ସକାଳେ ପଟ୍‌ଲାଇନ୍‌ ପରିସରରେ ପିଟିଏମ୍‌ କ୍ରେନର ଏକ ପ୍ୟାନେଲ ବକ୍ସ ଉପରୁ ତଳକୁ ଗଳିପଡ଼ିଥିଲା। ଯଦି ସେହି ସମୟରେ କୌଣସି ଶ୍ରମିକ କାମ କରୁଥାନ୍ତେ ତେବେ ସେମାନେ ଦୁର୍ଘଟଣାର ଶୀକାର ହୋଇଥାନ୍ତେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ରାତିରେ ଅଟୋ ଚାବି-ମୋବାଇଲ୍ ଛଡ଼ାଇ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ

ବଞ୍ଚୋ/ହାଟଡିହୀ, (ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍‌…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri