Posted inଖେଳ

ସ୍ମିଥ, ଓ୍ବାର୍ନରଙ୍କ ଉଇକେଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ, ୯ା୫ (ପି.ଟି.):ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟେଷ୍ଟ ସିରିଜରେ ଭାରତ ଯଦି ବିଜୟ ଲାଭ କରିବାକୁ ଚାହୁଛି ତେବେ ବିପକ୍ଷ ଦଳର ରନ୍‌ ମେସିନ୍‌ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କୁ ଶୀଘ୍ର ଆଉଟ କରିବାକୁ ପଡ଼ିବ। ଏକଥା କହିଛନ୍ତି ଅଷ୍ଟ୍ରେଲିଆର ମହାନ କ୍ରିକେଟର ଇଆନ ଚାପେଲ। କୋଭିଡ୍‌-୧୯ ମହାମାରୀ ଯଦି ନିୟନ୍ତ୍ରଣକୁ ଚାଲି ଆସେ ତେବେ ବହୁ ପ୍ରତିକ୍ଷିତ ସିରିଜ
ଠିକଣା ସମୟରେ ହେବ। ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ଯୋଗୁ ଆୟୋଜକ ଫାଇଦାରେ ରହିବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପ୍ରକାଶ କରିଛନ୍ତି। ଭାରତ-ଅଷ୍ଟ୍ରେଲିଆ ସିରିଜ ଆକର୍ଷଣୀୟ ହେବ ବୋଲି ମୋର ବିଶ୍ୱାସ। ଗତ ଥର ଟୁର୍‌ରେ ଆସିଥିବା ବେଳେ ବିଜୟ ସହ ଫେରିଥିବାରୁ ଭାରତୀୟ ଦଳ ଆତ୍ମବିଶ୍ୱାସର ସହ ଆସିବ ବୋଲି ଚାପେଲ ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ୭୬ ବର୍ଷୀୟ ପୂର୍ବତନ କ୍ରିକେଟର କହିଛନ୍ତି, ଅଷ୍ଟ୍ରେଲିଆ ଦଳକୁ ସ୍ମିଥ୍‌ ଓ ଓ୍ବାର୍ନର ଫେରିଥିବାରୁ ଭାରତକୁ ଏଥର ମ୍ୟାଚ ଜିତିବା ସହଜ ହେବ ନାହିଁ। କିନ୍ତୁ ଅଷ୍ଟ୍ରେଲିଆ କଣ୍ଡିଶନରେ କିଭଳି ଖେଳିବାକୁ ହେବ ସେ ସେଥିପାଇଁ ଭାରତ ପ୍ରସ୍ତୁତ ହୋଇ ଆସିବ ନିଶ୍ଚୟ। ୨୦୧୮-୧୯ ଡାଉନ୍‌ ଅଣ୍ଡରରେ ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ୭ ଦଶନ୍ଧିରେ ପ୍ରଥମ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। ତେବେ ସେତେବେଳେ ଅଷ୍ଟ୍ରେଲିଆ ଦଳରେ ଏହି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଓ ସ୍ମିଥ୍‌ ନ ଥିଲେ। ଦୁଇ ଖେଳାଳି ସେତେବେଳେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ବାସନ୍ଦ ଦଣ୍ଡ ଭୋଗୁଥିଲେ। ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ବେଶ୍‌ ଶକ୍ତିଶାଳୀ। ନିଜ ଦେଶରେ ଏହି ଦଳକୁ ପରାସ୍ତ କରିବା ସହଜ ନୁହେଁ ବୋଲି ଚାପେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri