Posted inଭଦ୍ରକ

ସ୍ବୀକୃତି ମିଳିନି, ସଙ୍ଗୀତ ଦେଇଛି ଜୀବନ

ବନ୍ତ,୧୮।୩ (ସ୍ବ.ପ୍ର.)-ତାଙ୍କ ଚେହେରା, ବେଶଭୂଷା ବେଶ୍‌ ନିଆରା। ସକାଳୁ ସକାଳୁ ନାଲି ପୋଷାକ ରଙ୍ଗର ପରିଧାନ ପିନ୍ଧି ମଥାରେ ନାଲି ପଗଡ଼ି ଓ କାନ୍ଧରେ ନାଲି ରଙ୍ଗର ଝୁଲାମୁଣି ଧରି ଘରୁ ବାହାରି ପଡ଼ିନ୍ତି। ହାତରେ ଥାଏ ଏକତାରା। ଖଣ୍ଡେ ସାଇକେଲ ଧରି ଦିଶାହୀନ ଭାବରେ ବାହାରି ଯାଆନ୍ତି । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଇ ଘୂରି ବୁଲନ୍ତି ଗୋଟିଏ ପରେ ଗୋଟିଏ ଗାଁ । ସେ ଗାଁ ଦାଣ୍ଡ ଓ ଦୋକାନ ବଜାରରେ ବୁଲି ଏକତାରା ବଜାଇ ଭଜନ ବୋଲିଲେ ଭକ୍ତମାନେ ମୁଗ୍ଧହୋଇ ଶୁଣନ୍ତିି। ଜଣେ କଳାକାର ହୋଇ ବି ବଞ୍ଚିବା ଲାଗି ଏଭଳି ବାଟ ବାଛି ନେଇଛନ୍ତି। ତାଙ୍କ ଏକତାରା ଧ୍ୱନି ଓ ଭଜନରେ ଖୁସି ହୋଇ ଯିଏ ଯାହା ତାଙ୍କ ଝୁଲାମଣିରେ ଅଜାଡ଼ି ଦିଅନ୍ତି, ସେଥିରେ ଚଳିଥାଏ ତାଙ୍କର ଅଭାବୀ ସଂସାର।
ଏହି କଳାକାର ହେଲେ ମାଧବ ଦାସ। ବୟସ ୬୦ ଅତିକ୍ରମ କରି ଗଲାଣି । ଏକତାରା ରାଗିଣୀ ଓ ତାଙ୍କ କଣ୍ଠ ସ୍ବର ଫିକା ପଡ଼ିନି । ଏହି ସଙ୍ଗୀତ ଲୋକଙ୍କ ପାଖରେ ତାଙ୍କୁ ପରିଚିତ କରାଇଛି। କିଛି ଦୂରରୁ ତାଙ୍କ ସଙ୍ଗୀତ ଶୁଣି ସମସ୍ତେ ଜାଣି ନିଅନ୍ତି ମାଧବାବା ଆସିଗଲେ। କେହି କେହି ତାଙ୍କୁ ନାଲାବାବା ବୋଲି ମଧ୍ୟ ଡାକନ୍ତି।
ମାଧବଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ଅଡ଼ାଳପଙ୍କ ନିକଟସ୍ଥ ସୋସୋ ଥାନା ଅଧୀନ ମୌଦା ଗାଁରେ। ସେ କହନ୍ତି, ଜଣେ କଳାକାର ଭାବେ ତାଙ୍କୁ ସ୍ବୀକୃତି ମିଳିନି ସତ, ସଙ୍ଗୀତ ଦେଇଛି ତାଙ୍କ ଜୀବନ ଓ ପେଟକୁ ଦାନା। ତାଙ୍କୁ ୮ ବର୍ଷ ହୋଇଥିବାବେଳେ ମା’ ବାପା ଆରପାରିକୁ ଚାଲିଗଲେ। ଅଭାବ ଅନଟନ ଯୋଗୁ ୫ମ ଶ୍ରେଣୀରୁ ଅଧିକ ପଢି ପାରି ନ ଥିଲେ। ୧୬ ବର୍ଷ ବୟସରେ ସେ ରୋଗାକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଲେ। ବେସାହରା ଭାବେ ଜୀବନ ବିତାଇବା ବେଳେ ସେ ସୂର୍ଯ୍ୟଦେବଙ୍କ ପାଖରେ ଶରଣାପନ୍ନ ହୋଇଥିଲେ। କିଛିମାସ ମଧ୍ୟରେ ସେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଥିଲେ। ଏହା ପରେ ତାଙ୍କ ଜୀବନଧାରା ଭିନ୍ନ ମୋଡ଼ ନେଇଥିଲା। ସେବେଠାରୁ ସୂର୍ଯ୍ୟଙ୍କ ପ୍ରତୀକ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ନିଜଦ୍ୱାରା ନିର୍ମିତ ଏକତାରା ବଜାଇ ସ୍ବରଚିତ ଭଜନ ଗାଇବା ଆରମ୍ଭ କରିଦେଲେ। ତାଙ୍କ କଳା ପ୍ରତିଭା ଆଉ ଲୁଚି ରହିଲା ନାହିଁ ା ସେ କଟକ ରେଡିଓ ଷ୍ଟେଶନ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଓ ଇଲେକ୍‌ଟ୍ରୋନିକ ମିଡିଆରେ ମଧ୍ୟ ଏକତାରା ଭଜନ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ନିଜ ଘରର ଅଭାବୀ ସ୍ଥିତି ଲାଗି ପ୍ରତିଭାର ବିକାଶ କରି ନ ପାରି ସେ ବଣମଲ୍ଲୀ ପରି ପଡ଼ି ରହିଛନ୍ତି । ସରକାରଙ୍କଠାରୁ କଳାକାର ଭତ୍ତା ପାଇବାକୁ ବହୁ ଚେଷ୍ଟାକରି ନିରାଶ ହୋଇଛନ୍ତି ା କୌଣସି ପ୍ରୋସତ୍ାହନ ମିଳି ନ ଥିଲେ ବି ସଙ୍ଗୀତ ମାଧ୍ୟମରେ ସେ ଶ୍ରୋତାଙ୍କ ହୃଦୟ ଜିଣୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri