Posted inଜାତୀୟ

ସ୍ବାମୀଙ୍କ ସହମତିରେ ନଣନ୍ଦଙ୍କୁ ବିବାହ କରିଥିଲେ ଭାଉଜ

ପାଟନା,୧।୩: ବିହାର ସମସ୍ତିପୁର ଜିଲାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହମତି କ୍ରମେ ନଣନ୍ଦଙ୍କୁ ବିବାହ କରିଥିଲେ। ଉକ୍ତ ଯୁବତୀଙ୍କୁ ତାଙ୍କ ବଡ଼ ଭଉଣୀ ଅପହରଣ କରିନେଇଥିବା ଭାଉଜ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ ମହିଳା ଥାନା ଅଧିକାରୀଙ୍କୁ ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ ମହିଳା ଜଣଙ୍କ ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ରହିଛି। ଛାଡ଼ପତ୍ର ହୋଇସାରିଥିଲେ କିମ୍ବା ଅବିବାହିତ ଥିଲେ ସମଲିଙ୍ଗୀ ବିବାହ ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ପୋଲିସ କହିଛି। ନଣନ୍ଦ ନାବାଳିକା ଥିବାରୁ ଏହା ଏକ ବିବାଦୀୟ ପ୍ରସଙ୍ଗ ବୋଲି ରୋସେରା ଥାନାର ଭାରପ୍ରାପ୍ତ ଅଧିକାରୀ କ୍ରିଷ୍ଣ ପ୍ରସାଦ କହିଛନ୍ତି। ମହିଳାଙ୍କ ସହ ତାଙ୍କ ସ୍ବାମୀ, ଦୁଇ ପିଲା ଓ ନାବାଳିକା ନଣନ୍ଦ ଏକ ଭଡ଼ାଘରେ ରହୁଥିଲେ। ଗତ ଶୁକ୍ରବାର ମହିଳାଙ୍କ ବଡ଼ ନଣନ୍ଦ ୧୦-୧୫ ଜଣ ଲୋକଙ୍କୁ ସାଙ୍ଗରେ ଆଣି ଉକ୍ତ ଭଡ଼ାଘରେ ପହଞ୍ଚତ୍ ନାବାଳିକା ଝିଅକୁ ନେଇଯିବାରୁ ଘଟଣାର ମୋଡ଼ ବଦଳିଯାଇଛି। ଏହି ଘଟଣା ପରେ ମହିଳା ଜଣକ ତାଙ୍କ ସ୍ବାମୀ ଓ ପିଲାମାନଙ୍କ ସହ ଥାନାରେ ପହଞ୍ଚତ୍ ଅପହୃତ ସାନ ନଣନ୍ଦକୁ ଫେରାଇ ଆଣିବା ଲାଗି ଦାବି କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ସେ ୫/୬ ମାସ ହେଲା ସାନ ନଣନ୍ଦଙ୍କୁ ବିବାହ କରିଥିଲେ। ସେମାନଙ୍କ ସମ୍ପର୍କ ବିଷୟରେ ସ୍ବାମୀ ସବୁ ଜାଣିଥିଲେ ମଧ୍ୟ କୌଣସି ପ୍ରତିବାଦ କରୁ ନ ଥିଲେ। ସେ ନଣନ୍ଦଙ୍କୁ ଖୁବ୍‌ ଭଲ ପାଉଥିବା ଓ ତାଙ୍କ ବିନା ବଞ୍ଚତ୍ପାରିବେ ନାହିଁ ବୋଲି ମହିଳା ଜଣଙ୍କ ପୋଲିସକୁ କହିଛନ୍ତି। ଅପହରଣ ଘଟଣାରେ ମ୍ରିୟମାଣ ମହିଳା ଗତ ରବିବାର ଏକ ମନ୍ଦିର କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ତ୍ରୀଙ୍କ ଖୁସିକୁ ସେ ସମର୍ଥନ କରନ୍ତି ବୋଲି ସ୍ବାମୀ ଜଣକ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri