ସ୍ବାଭାବିକ ହେଉଛି, ଭିଡ଼ ବି ବଢୁଛି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ସଂକ୍ରମଣକୁ ଯଥାସମ୍ଭବ ରୋକିବା ପାଇଁ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପରିବର୍ତ୍ତିତ କଟକଣା ଲାଗୁ କରାଯାଇଛି। ହେଲେ ଜୀବନ ଜୀବିକା ଓ ଆର୍ଥିକ ବ୍ୟବସ୍ଥା ବିଗୁଡୁଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛିଟା କୋହଳ କରାଯାଇଛି। ଫଳରେ କଟକଣା ସହ ରାଜଧାନୀର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ କେତେକ ଶିଳ୍ପ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିବା ଆରମ୍ଭ କରିଥିବାବେଳେ ରାସ୍ତାରେ ଗାଡିମୋଟର ସଂଖ୍ୟା ବଢ଼ିଲାଣି। ସେହିଭଳି ସାଧାରଣ ଲୋକଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଥିବାବେଳେ ହାଟ, ବଜାରରେ ବି ଗହଳି ଜମିଲାଣି।
ରହୁନି ସାମାଜିକ ଦୂରତ୍ୱ
କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ହେଉଛି ପ୍ରମୁଖ ଅସ୍ତ୍ର। ଏହାକୁ ଗୁରୁତ୍ୱ ଦିଆଯିବା ସହ କଟକଣାରେ କେତେକ କୋହଳ କରାଯାଇଛି। ହେଲେ ସାଧାରଣ ଲୋକ ହୁଅନ୍ତୁ କି ବ୍ୟବସାୟୀ ଅବ ଅନ୍ୟ କେହି ଏହି ସୁଯୋଗରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ହାଟ ଓ ଦୋକାନରେ ଲୋକେ ଭିଡ଼ ଜମାଇ କିଣାବିକା କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଆମିଷ ବଜାରରେ ଅଧିକ ଭିଡ଼ ରହୁଛି। ଫଳରେ ରାଜଧାନୀର କରୋନା ସ୍ଥିତି ପୁଣି ବିଗିଡିଯିବା ଆଶଙ୍କା ପ୍ରକାଶ ପାଇଛି।
ଅମାନିଆ ଗାଡ଼ି ଚାଳକ ନେଇଯିବେ ଜୀବନ
କେତେକ ସ୍ଥାନରେ ବ୍ୟାରିକେଡ ରହିଥିବାବେଳେ ଅନେକ ଛକରେ ଟ୍ରାଫିକ ପୋଲିସ ନାହାନ୍ତି। ଏହାର ସୁଯୋଗ ନେଇ ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ପ୍ରମୁଖ ଓ କଲୋନୀ ରାସ୍ତାରେ ଗାଡ଼ିଗୁଡିକ ଦ୍ରୁତଗତିରେ ଯିଏ ଯୁଆଡେ ପାରୁଛି ଯିବାଆସିବା କରୁଛନ୍ତି। ଫଳରେ କିଛିଦିନ ହେବ ଦୁର୍ଘଟଣା ନ ଥିବା ରାଜଧାନୀ ରାସ୍ତାରେ ଅମାନିଆଙ୍କ ଦ୍ରୁତ ଗାଡ଼ିଚାଳନା ପୁଣି ଜୀବନ ନେବ ବୋଲି କୁହାଯାଉଛି। ସେହିପରି ଅନେକ ବାରିକେଡ଼ରେ ରେଡ଼ିୟମ୍‌ ଲାଗି ନ ଥିବାରୁ ଗାଡ଼ି ଚାଳକ ଅନ୍ଧାରରେ ଜାଣି ନ ପାରି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।
ଫ୍ୟାନ୍‌, ଏସି ପାଇଁ ଲାଗିଲାଣି ଭିଡ଼
ଲକ୍‌ଡାଉନ୍‌ ଯୋଗୁ ଲୋକେ ଘରେ ରହୁଛନ୍ତି। ସେଥିପାଇଁ ଘରର ପଙ୍ଖା,ଏସି ଓ କୁଲର ଆଦି ଖରାପ ହୋଇଯାଇଛି। ଏବେ ରାଜଧାନୀରେ ଖରାତାତି ଅତ୍ୟଧିକ ରହୁଥିବାରୁ ଗରମରେ ଲୋକେ ଘରେ ରହିବା କଷ୍ଟକର ହୋଇପଡୁଛି। ତେଣୁ ଏସବୁ ସାମଗ୍ରୀ ପାଇଁ ଦୋକାନରେ ଭିଡ଼ ଜମାଇବା ସହ ଘରକୁ କିଣି ନେଉଥିବା ଦେଖିବାକୁ ମିଳୁଛି।
ଥାନାକୁ ବିପଦ ବସ୍ତି
କମିଶନରେଟ ପୋଲିସରେ ଥିବା ବସ୍ତି ଏବେ ଥାନା ପାଇଁ ଅଡୁଆ ଆଣିଛି। କାରଣ ଏବେ ବସ୍ତିରେ ଅଧିକ ଛୋଟବଡ଼ ଗଣ୍ଡଗୋଳ ହେଉଛି। ଗୋଟିଏ ଘଟଣା ଘଟିଲେ ଥାନାକୁ ଦଳଦଳ ହୋଇ ବସ୍ତିର ଲୋକେ ଆସୁଛନ୍ତି। ପୋଲିସ ସେମାନଙ୍କୁ ବୁଝାଇଲେ ମଧ୍ୟ କିଛି ନ ଶୁଣି ଥାନା ଭିତରକୁ ପଶି ଏଠିସେଠି ସ୍ପର୍ଶ କରୁଛନ୍ତି। ଯାହାକୁ ନେଇ ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ବ୍ୟାରିକେଡ୍‌ ଉଠିବା ନେଇ ୪ ଦିନରେ ନିଷ୍ପତ୍ତି

ନିୟମ କୋହଳହେବା ପରେ ବିଭିନ୍ନ ଛକରେ ଥିବା ବ୍ୟାରିକେଡ଼ ଉଠିବ କି ନାହିଁ ତାହକୁ ନେଇ ଏବେ ଆଲୋଚନା ଚାଲିଛି। ଲକ୍‌ଡାଉନ୍‌ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିଛି। ବ୍ୟାରିକେଡ୍‌ ଉଠାଇଦେଲେ ବା ପୂରା କୋହାଳ କରିଦେଲେ ଲୋକେ ରାଜରାସ୍ତାକୁ ପଳାଇ ଆସି ଭିଡ଼ ଜମାଇବେ। ତେଣୁ ବାରିକେଡ୍‌ ଉଠାଯାଇନି। ଆସନ୍ତା ୪ଦିନ ଭିତରେ ଏ ନେଇ ନିଷ୍ପତ୍ତି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri