Posted inକଟକ

ସ୍ବାବ୍‌ ପରୀକ୍ଷା ଦାବିରେ ପ୍ରବାସୀଙ୍କ ରାସ୍ତାରୋକୋ

ତିଗିରିଆ,୩୧।୫(ଡି.ଏନ୍‌.ଏ.)- କଟକ ଜିଲା ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଈପୁର ପଞ୍ଚାୟତସ୍ଥିତ କ୍ଷେତ୍ରମୋହନ ଚୌଧୁରୀ ନୋଡାଲ ଉ.ପ୍ରା.ବିଦ୍ୟାଳୟରେ ଥିବା ପ୍ରବାସୀମାନଙ୍କ ସ୍ବାବ୍‌ ପରୀକ୍ଷା ବିଳମ୍ବ ହେଉଛି। ଏନେଇ ପ୍ରବାସୀମାନେ ରବିବାର କଟକ-ନରସିଂହପୁର ୬୫ନଂ ରାଜପଥରେ ରାସ୍ତାରୋକୋ କରିଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୬୦ରୁ ଊର୍ଦ୍ଧ୍ୱ ପ୍ରବାସୀ ୨୦ ଦିନ ହେବ ରହୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ସ୍ବାବ୍‌ ପରୀକ୍ଷା ହୋଇନାହିଁ। ଫଳରେ ସେମାନେ ଘରକୁ ଯାଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରବାସୀଙ୍କ ରାସ୍ତାରୋକୋ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ା ଖବରପାଇ ତିଗିରିିଆ ବିଡିଓ ଦୀପ୍ତିମୟୀ ବେହେରା ଓ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ ପ୍ରମୁଖ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ୨ ଦିନ ମଧ୍ୟରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବେହେରା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri