Posted inଖେଳ

ସ୍ବାବ ପରୀକ୍ଷା କରାଇଲେ ଅଷ୍ଟ୍ରେଲିଆ ପେସର

ସିଡ୍‌ନୀ,୧୩।୩- ଅଷ୍ଟ୍ରେଲିଆନ ଦ୍ରୁତ ବୋଲର କେନ ରିଚାର୍ଡସନଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଛି। ତାଙ୍କର ସ୍ବାବ ପରୀକ୍ଷା ମଧ୍ୟ କରାଯାଇଛି। ଏବେ ରିପୋର୍ଟକୁ ଅପେକ୍ଷା। ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଦଳ ସହ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଡାହାଣହାତୀ ପେସର ତଣ୍ଟିରେ ଯନ୍ତ୍ରଣା ଅନୁଭବ କରୁଥିବା ମେଡିକାଲ ଷ୍ଟାପଙ୍କୁ ଜଣାଇଥିଲେ। ଆମ ମେଡିକାଲ ଷ୍ଟାଫ ଏହାକୁ ତଣ୍ଟି ସଂକ୍ରମଣ ଭାବେ ଚିକିତ୍ସା କରୁଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦଳର ଅନ୍ୟ ଖେଳାଳିଙ୍କଠାରୁ ରିଚାର୍ଡସନଙ୍କୁ ଦୂରେଇ ରଖାଯାଉଛି। ତାଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଅଧିକ ସୂଚନା ପ୍ରଦାନ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପ୍ରବକ୍ତା କହିଛନ୍ତି। ୨୯ ବର୍ଷୀୟ ପେସରଙ୍କ ସ୍ଥାନରେ ସିନ ଆବଟଙ୍କୁ ବଦଳ ଖେଳାଳି ଭାବେ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ

କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ…

‘ରାହୁଲ ଗାନ୍ଧୀଙ୍କ ଥାର୍ଡ କ୍ଲାସ ମିଛ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶୀ ସହାୟତା ପାଇଥିବା ନେଇ ଅଭିଯୋଗ ଉପରେ ଭାଜପାର ପାଲଟା ଜବାବ

ନୂଆଦିଲ୍ଲୀ,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଦେଶୀ ସହାୟତା’ ଯୋଗୁ କ୍ଷମତାକୁ ଆସିଥିଲେ ଏବଂ ଏବେ ମଧ୍ୟ କ୍ଷମତାରେ…

ଟିମ ଇଣ୍ଡିଆକୁ ଫେରିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡ଼ିବ ‘ଅଗ୍ନୀ ପରୀକ୍ଷା’, ଅଧିନାୟକ ଶୁବମନ ଗିଲ କହିଲେ…

ନୂଆଦିଲ୍ଲୀ,୩।୧୧: ୨୦୨୭ ଦିନିକିଆ ବିଶ୍ୱକପ ପାଖେଇ ଆସୁଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ…

କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ…

ଭାରତୀୟ ପତାକା ଥିବା ଜାହାଜ ଉପରେ ଆକ୍ରମଣ; ଜଣେ ବ୍ୟକ୍ତି ନିହତ; ଜାହାଜରେ ଥିଲେ ୧୪ କର୍ମଚାରୀ

ମସକଟ,୩।୧୧: ସୋମବାର ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଅଜ୍ଞାତ ଆକାଶୀୟ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇଥିଲା।…

ଶ୍ରେୟସଙ୍କ ଗୋଟିଏ ପୋଷ୍ଟରେ ସୋସିଆଲ ମିଡିଆରେ ହଇଚଇ: ଦିନିକିଆ ସିରିଜ ପୂର୍ବରୁ ଭାଇରାଲ ହେଲା…ପ୍ରଶଂସକ ଚକିତ!

ନୂଆଦିଲ୍ଲୀ, ୩।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ସିରିଜ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ…

ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍‌

ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?