ସ୍ବଳ୍ପ ସଞ୍ଚୟ ଯୋଜନା ସୁଧହାର ହ୍ରାସ;ସଂସଦରେ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୩୦-୬: କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି କ୍ରମେ ସୁକନ୍ୟା ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଭଳି ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ୧୦ ବେସିସ୍‌ ପଏଣ୍ଟ ଅର୍ଥାତ୍‌ ୦.୧ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ଏହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ପାଇଁ ଲାଗୁ ହେବ। ଏହାର ଅର୍ଥ ଏଭଳି ଯୋଜନା ପାଇଁ କମ ସୁଧ ମିଳିବ। ଅନ୍ୟପକ୍ଷରେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହାକୁ ବିରୋଧ କରିଛି। ଭାରି ବହୁମତରେ ବିଜୟ ପରେ ଏନ୍‌ଡିଏ ସରକାରଙ୍କର ଜନତାଙ୍କୁ ଏହା ‘ ବିଜୟର ଉପହାର’ ବୋଲି ଉଲ୍ଲେଖ କରିଛି କଂଗ୍ରେସ। ଦଳର ମୁଖପାତ୍ର ପଓ୍ବନ ଖେରା କହିଛନ୍ତି ଯେ, ସରକାରଙ୍କୁ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ହେବ। ସଂସଦର ବଜେଟ ଅଧିବେଶନ ବେଳେ ଦଳ ଏହାକୁ ପ୍ରସଙ୍ଗ କରିବ। ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ହ୍ରାସ କରି ଦେଶବାସୀଙ୍କୁ ଦଣ୍ଡ ଦେଇଛନ୍ତି। କାରଣ ଏଭଳି ଯୋଜନା ଉପରେ ଦେଶର ଅଧିକାଂଶ ଲୋକ ନିର୍ଭରଶୀଳ। ସେ କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ୨ ବର୍ଷିୟା, ୫ ବର୍ଷିୟା, ପବ୍ଲିକ୍‌ ପ୍ରୋଭିଡେଣ୍ଡ ଫଣ୍ଡ (ପିପିଏଫ୍‌)ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଯଥାକ୍ରମେ ୮.୪, ୮.୫,୮.୭ ଏବଂ ୯.୨% ସୁଧ ହାର ପ୍ରଦାନ କରାଯାଉଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅମଳରେ ଏହା ଏବେ ୬.୯,୭.୭,୭.୯ ଏବଂ ୮.୬ ପ୍ରତିଶତକୁ ହ୍ରାସ ପାଇଛି। ସୂଚନାଥାଉ କି, ସରକାରଙ୍କ ଘୋଷଣା ପରେ ପିପିଏଫ୍‌ ଏବଂ ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟ(ଏନ୍‌ଏସ୍‌ସି)ର ସୁଧ ହାର ୮ରୁ ୭.୯% କୁ ହ୍ରାସ ପାଇଛି। ସେହିପରି ୧୧୩ ମାସରେ ପରିପକ୍ୱ ହେଉଥିବା କିଷାନ ବିକାଶ ପତ୍ର(କେଭିପି)ର ସୁଧ ହାର ୭.୬% ରହିବ। ବର୍ତ୍ତମାନ ୧୧୨ ମାସରେ ପରିପକ୍ୱ ହେଉଥିବା କେଭିପିରେ ୭.୭% ସୁଧ ମିଳୁଥିଲା। ଅନୁରୂପ ଭାବେ ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୫ ବଦଳରେ ୮.୪% ସୁଧ ମିଳିବ। ୧-୩ ବର୍ଷର ପୋଷ୍ଟ ଅଫିସ ଟର୍ମ ଡିପୋଜିଟର ସୁଧ ହାର ତ୍ରୈମାସ ଭିତ୍ତିରେ ୬.୯% , ୫ବର୍ଷିୟା ତ୍ରୈମାସ ଭିତ୍ତିରେ ୭.୭%, ରିକରିଂରେ ୭.୨% ସୁଧ ମିଳିବ। ବରିଷ୍ଠ ନାଗରିକ ମାନେ ସଞ୍ଚୟ ଯୋଜନାରେ ୮.୭ ବଦଳରେ ୮.୬% ସୁଧ ପାଇବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri