ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର ବିଜେଡି ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ବିଜୁ ପଟ୍ଟନାୟକ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ରାଜ୍ୟବାସୀଙ୍କ ସେବାରେ ଲାଗିବ। ତେବେ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ହଟାଯିବା ଲାଗି ଘୋଷଣା ପରେ ପରେ ଏହାର ଶ୍ରେୟ କାହାକୁ ଯିବ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଲୋକେ। କାରଣ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଏହି ଶ୍ରେୟ ପାଇଁ ହକ୍‌ଦାର ବୋଲି କହୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ପୁରୀର ଆଇନଜୀବୀ ଦିଗମ୍ବର ବେହେରା ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହି ପ୍ରସଙ୍ଗକୁ ନେଇ ଏକ ପୋଷ୍ଟ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ସ୍ବର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧିସ୍ଥଳ ସ୍ଥାନାନ୍ତର କରି ଶାମୁକା ପ୍ରକଳ୍ପ ସଂଲଗ୍ନ (ବାଲିହରଚଣ୍ଡୀ ମନ୍ଦିରଠାରୁ ସାତପଡ଼ା ମଝି)ରେ ୫୦୦ ବର୍ଗ କିମି ଅଞ୍ଚଳକୁ ନେଇ ତାକୁ ବିକଶିତ କରାଯାଉ। ସେଠାରେ ପୃଥିବୀର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ଡେଙ୍ଗା ମଣିଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କଲେ ଖୁବ୍‌ ଭଲ ହୁଅନ୍ତା। ତାଙ୍କର ଏହି ପ୍ରସ୍ତାବର ସମର୍ଥନରେ ଅନେକ କମେଣ୍ଟ ଦେଇଛନ୍ତି।

ସ୍ବର୍ଗଦ୍ୱାରେରେ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ସ୍ଥାପନ ହେବା ପରେ ଏହାକୁ ହଟାଇବା ଲାଗି ୧୯୯୯ରେ ପୁରୀ ସିଭିଲ ଜଜ୍‌ ଜୁନିୟର ଡିଭିଜନଙ୍କ କୋର୍ଟରେ ଟାଇଟଲ ସୁଟ୍‌ (୫୨/୧୯୯୯) ଫାଇଲ ହୋଇଥିଲା। ଆଇନଜୀବୀ ରମେଶ ପ୍ରସାଦ ସିଂହ, ଆଇନଜୀବୀ ବିକାଶ ଶତପଥୀ ଓ ସାମାଜିକ କର୍ମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ ଏହି ମାମଲା ଦାଏର କରି ତୁରନ୍ତ ସ୍ବର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧିସ୍ଥଳ ହଟାଇବାକୁ ନିବେଦନ କରିଥିଲେ। ସେହିପରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଆମର ଦୀର୍ଘଦିନର ସ୍ବର୍ଗଦ୍ୱାର ମୁକ୍ତି ଆନ୍ଦୋଳନ ସଫଳ ହେଲା। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ସ୍ବର୍ଗଦ୍ୱାର ମୁକ୍ତି ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ସମୟରେ ଯେଉଁ ମିଥ୍ୟା ମକଦ୍ଦମା ଆମ୍ଭମାନଙ୍କ ନାମରେ ଦାଏର ହୋଇଥିଲା ତାହାକୁ ପ୍ରତ୍ୟାହାର କରାଯାଉ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି। ଏଥିସହ ବିଜୁବାବୁଙ୍କ ସମାଧି, ପ୍ରତିମୂର୍ତ୍ତି ଓ ଡାକୋଟା ବିମାନ ଗୋଟିଏ ସ୍ଥାନରେ ରଖି ଏହାକୁ ଦର୍ଶନୀୟ ସ୍ଥାନର ଆଖ୍ୟା ଦିଆଯାଉ ବୋଲି ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶନିବାର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି। ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ କହିଛନ୍ତି, ୩ ବର୍ଷ ଆନ୍ଦେଳନର ଅନ୍ତ ଘଟିଲା। ସ୍ବର୍ଗଦ୍ୱାର ଜବରଦଖଲ ଉଚ୍ଛେଦ, ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଏଥିଲାଗି ସିଂହଦ୍ୱାରରେ ଦୀପଦାନ କରାଯାଇଛି। ସେହିପରି ଶନିବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଆମେ ୩ ବର୍ଷ ଧରି ଲଢେଇ କରିଥିଲୁ, କେସ୍‌ ଖାଇଛୁ। ବିଜୁବାବୁଙ୍କ ସମାଧିସ୍ଥଳ ହଟିବା ନିଷ୍ପତ୍ତି ନେଇ ଆଜି ବହୁତ ଖୁସି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ତେବେ ଏକାଧିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷଙ୍କ ଏଭଳି ମତାମତକୁ ନେଇ ପୁରୀ ବିଭିନ୍ନ ସ୍ଥାନରେ ନାନା ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳିଥିଲା। ପ୍ରତାପ ଶତପଥୀ ନାମକ ଜଣେ ସହରବାସୀ କହିଥିଲେ, ଏତେ ଲୋକ ଏହାର ଶ୍ରେୟ ନେବାକୁ ଆଗେଇ ଆସିବାକୁ ନେଇ ମୁଁ ଦ୍ୱନ୍ଦ୍ୱରେ ରହିଛି। ବାସ୍ତବରେ ଏହା ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ନା ସମ୍ପୃକ୍ତ ବ୍ୟକ୍ତିଙ୍କ ଉଦ୍ୟମ ତାହା ଜାଣିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri