ସ୍ବଦେଶକୁ ଅଧିକ ଟଙ୍କା ପଠାନ୍ତି ଏନ୍‌ଆର୍‌ଆଇ: ୨୦୧୮ରେ ଆସିଛି ୫ ଶହ ୫୧କୋଟି ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୬: ସ୍ବଦେଶକୁ ବିଦେଶରୁ ଟଙ୍କା ପଠାଇବାରେ ଏନଆର୍‌ଆଇମାନେ ପୃଥିବୀରେ ପୁଣି ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୮ରେ ସେମାନେ ଭାରତକୁ ୫ ଶହ ୫୧ କୋଟି ହଜାର ଟଙ୍କା ପଠାଇଛନ୍ତି। ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଗତ ବର୍ଷ ଏନ୍‌ଆର୍‌ଆଇମାନେ ମୋଟ ୫୫,୧୦,୬୪,୫୦ ଲକ୍ଷ ଟଙ୍କା(୭୯ ବିଲିୟନ୍‌ ଡଲାର) ଭାରତକୁ ପଠାଇଛନ୍ତି। ଭାରତ ପଛକୁ ଚାଇନାର ସ୍ଥାନ ରହିଛି। ଏହା ୬୭ ବିଲିୟନ୍‌ ଡଲାର ବିଦେଶୀ ମୁଦ୍ରା ପାଇଥିବାବେଳେ ତୃତୀୟ ସ୍ଥାନରେ ମେକ୍ସିକୋ ରହିଛି। ଏହା ୩୬ ବିଲିୟନ୍‌ ଡଲାର ହାସଲ କରିପାରିଛି। ସେହିପରି ଚତୁର୍ଥ ସ୍ଥାନରେ ଫିଲିପାଇନ୍ସ୍‌ ଏବଂ ପଞ୍ଚମ ସ୍ଥାନରେ ମିଶର ରହିଛି। ଏହି ଦୁଇଦେଶ ଯଥାକ୍ରମେ ୩୪ ଏବଂ ୨୯ ବିଲିୟନ୍‌ ଡଲାର ହାସଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ ରିପୋର୍ଟ ଅନୁସାରେ ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୨୦ କୋଟି ବିଦେଶୀ କାମ କରିଥାନ୍ତି। ସେମାନେ ନିଜ ନିଜ ଦେଶକୁ ପଠାଉଥିବା ବିଦେଶୀ ମୁଦ୍ରା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇଥାଏ। ୨୦୧୮ରେ ବିଦେଶରେ କାମ କରୁଥିବା ପୃଥିବୀର ବିଭିନ୍ନ ଦେଶର ଲୋକ ନିଜ ନିଜ ଦେଶକୁ ମୋଟ ୬ଶହ ୮୯ କୋଟି ଡଲାର ପଠାଇଛନ୍ତି। ୨୦୧୭ରେ ଏହାର ପରିମାଣ ୬ ଶହ ୩୩ ଶହ କୋଟି ଡଲାର ଥିଲା। ୨୦୧୬ଠାରୁ ୨୦୧୮ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ଏନ୍‌ଆର୍‌ଆଇମାନଙ୍କ ସ୍ବଦେଶକୁ ଟଙ୍କା ପଠାଇବାରେ ଲାଗାତାର ବୃଦ୍ଧି ଘଟିଛି। ୨୦୧୮ରେ ଏଥିରେ ୧୪ ପ୍ରତିଶତ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri