କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ନୟାଗଡ଼ ଜିଲା ସଦର ବ୍ଲକ ବାଲୁଗାଁ ପଞ୍ଚାୟତର କଣ୍ଟାବଣିଆ ଗ୍ରାମବାସୀ। ଗ୍ରାମବାସୀଙ୍କ ଏକତା ଏହି ଗ୍ରାମକୁ ବର୍ତ୍ତମାନ ସ୍ବଚ୍ଛ ଗ୍ରାମ ରୂପେ ପରିଗଣିତ କରିଛି। ଗ୍ରାମରେ ଥିବା ୪ଟି ପୋଖରୀକୁ ଦେଖିଲେ ଜଣାପଡ଼େ ଏ ଗାଁ କେତେ ସୁନ୍ଦର ତଥା ପରିଷ୍କାରପରିଚ୍ଛନ୍ନ। ଖାଲି ଗାଁ ପୋଖରୀ ନୁହେଁ, ଗ୍ରାମର ପରିବେଶ, ଗ୍ରାମକୁ ଯିବା ପାଇଁ ଥିବା ପ୍ରବେଶ ପଥ ଜଣେ ବାଟୋଇକୁ ଗାଁର ସ୍ବଚ୍ଛତା ବିଷୟରେ ଜଣାଇଦିଏ। ଖାଲି ଯେ ସ୍ବଚ୍ଛତା ବଜାୟ ରଖିଛନ୍ତି ତାହା ନୁହେଁ, ଗ୍ରାମବାସୀ ଏକଜୁଟ ହୋଇ ଗ୍ରାମରେ ବିଭିନ୍ନ ପର୍ବପର୍ବାଣିକୁ ମଧ୍ୟ ଧୁମ୍ଧାମ୍ରେ ପାଳନ କରନ୍ତି। ଗ୍ରାମରେ ଜନ୍ମାଷ୍ଟମୀ ଓ ଦୋଳପୂର୍ଣ୍ଣିମା ପାଳନ ହେଉଥିବା ବେଳେ ପଣାସଂକ୍ରାନ୍ତି ଧୁମ୍ଧାମ୍ରେ ପାଳନ କରାଯାଏ। ଏହି ପର୍ବପର୍ବାଣି ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଓ ଭାଇଚାରା ସମ୍ପର୍କକୁ ଜଣାଇଦିଏ। ଗ୍ରାମର ପ୍ରତ୍ୟେକଙ୍କ ଘରେ ଶୌଚାଳୟ ଥିବା ବେଳେ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। ଗାଁର ସ୍ବଚ୍ଛତା ବଜାୟ ରଖିଥିବାରୁ ଏହି ଗ୍ରାମକୁ ୪ ଫେବୃୟାରୀ ୨୦୧୫ ମସିହାରେ ଖୋଲା ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଗ୍ରାମକୁ ପ୍ରବେଶ କରିବାବେଳେ ଆପଣଙ୍କୁ ସ୍ବାଗତ କରିବ ପ୍ରବେଶ ପଥ ତୋରଣ। ତାହା ସାଙ୍ଗଙ୍କୁ ଗ୍ରାମ ରାସ୍ତାକଡ଼ରେ ଲାଗିଥିବା ଗଛ ଆପଣଙ୍କୁ ବିମୋହିତ କରିବ। ଗ୍ରାମରେ ଯଦି କେହି ବାହାରେ ମଳତ୍ୟାଗ କରନ୍ତି ତାହାହେଲେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ବେଢ଼ାସାହି, ଜେନାସାହି, ତୋଟାସାହି ଗଳି ଗ୍ରାମର ୭ ସାହିରେ ୨୬୨ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୧୨୫୪। ସମସ୍ତଙ୍କ ଘରେ ଶୌଚାଳୟ ରହିଛି। ଗ୍ରାମରେ ୧୮ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଥିବାବେଳେ ସେମାନେ ଜିଆ ଖତ ଓ ଅନ୍ୟାନ୍ୟ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇଥିବା ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଳା ମହାନ୍ତି କହିଛନ୍ତି। ଗ୍ରାମର ଲୋକମାନେ ଶୌଚାଳୟ ବ୍ୟବହାର କରୁଛନ୍ତିି କି ନାହିଁ ତାହାକୁ ପ୍ରତି ମାସରେ ଯାଇ ତଦାରଖ କରନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନେ। ଗ୍ରାମବାସୀ ସକାଳୁ ଘର ଓଳାଇ ଅଳିଆ ପାଇଁ ଉଦ୍ଦିଷ୍ଟ ଥିବା ଡଷ୍ଟବିନ୍ରେ ଏହାକୁ ପକାନ୍ତି। ପରେ ଏହାକୁ ସଂଗ୍ରହ କରି ଏକାଠି ରଖାଯାଏ। ସହରରେ ବସବାସ କରୁଥିବା ଲୋକମାନେ ପୌରପରିଷଦ କର୍ମଚାରୀ ସଫା କରିବେ ବୋଲି କହି ରାସ୍ତାକୁ ଅଳିଆ ପିଙ୍ଗି ଦେଉଥିବାବେଳେ ଗ୍ରାମବାସୀଙ୍କ ଏହି ସ୍ବଚ୍ଛତା ବାସ୍ତବିକ ପ୍ରଂଶସନୀୟ। ଗ୍ରାମର ଲୋକମାନେ ଚାଷବାସ କରି ଚଳନ୍ତି। ପୂର୍ବରୁ ଚିନିକଳ ଥିବା ବେଳେ ଲୋକମାନେ ଆଖୁଚାଷ କରି ଦି’ ପଇସା ରୋଜଗାର କରୁଥିଲେ, ମାତ୍ର ବର୍ତ୍ତମାନ ଏହା ବନ୍ଦ ହୋଇ ପଡ଼ିଥିବାରୁ କମ୍ ଆଖୁ ଚାଷ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହିଭଳି ସ୍ବଚ୍ଛ ଗ୍ରାମ ଜିଲାର ଅନ୍ୟ ଗ୍ରାମ ପାଇଁ ଆଦର୍ଶ ପାଲଟିଛି।
– ରଞ୍ଜନ କୁମାର ପ୍ରଧାନ, ନୟାଗଡ଼
Posted inଆମ ଜିଲା ଖବର, ନୟାଗଡ଼ View All
ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ଆର୍ଡିଙ୍କ ଅଚାନକ କଲେଜ ପରିଦର୍ଶନ
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...
୩ ଦିନ ହେଲା ଅଟକି ରହିଛି ଟ୍ରକ୍, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...
ସରପଞ୍ଚଙ୍କ ଘରୁ ଲୁଟ୍
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...
ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍: ଆଉ ତା’ପରେ ଘଟିଗଲା…
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...
ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର
ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...
ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…
ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...
ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ
ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...
Archives


