Posted inଖେଳ

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା ଓ ଜ୍ଞାନ ବାଣ୍ଟିବାକୁ ସବୁବେଳେ ଇଚ୍ଛା ଜାହିର କରିଆସୁଥିବା ତେନ୍ଦୁଲକର ଏହି ଡାକ୍ତରମାନଙ୍କୁ ଶନିବାର ବିଭିନ୍ନ ପରାମର୍ଶ ଦେଇଥିଲେ। ପାଖାପାଖି ଦୁଇ ଦଶନ୍ଧିଧରି କ୍ରିକେଟ ଖେଳିଥିବା ସଚିନଙ୍କ ନିକଟରେ ବିଭିନ୍ନ ପ୍ରକାର ଅଭିଜ୍ଞତା ରହିଛି। ଦୀର୍ଘ ଦିନର କ୍ୟାରିୟରରେ ତେନ୍ଦୁଲକର ବହୁତ ତଥା ଭିନ୍ନ ଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରି ଆସୁଥିଲେ। ଏହି ସମସ୍ୟାଗୁଡ଼ିକ ମଧ୍ୟରେ ଟେନିସ ଏଲ୍‌ବୋ ଇଞ୍ଜୁରି ସବୁଠାରୁ ଚର୍ଚ୍ଚିତ ଥିଲା।
ତେନ୍ଦୁଲକର ୨୦୦ଟି ଟେଷ୍ଟ ଓ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଦେଶର କେତେକ ଯୁବ ଅର୍ଥୋପେଡିକ ସର୍ଜନମାନେ ଇଣ୍ଟରନେଟ ମାଧ୍ୟମରେ ସେମିନାର (ଓ୍ବେବିନାର୍ସ) ମାଧ୍ୟମରେ ସ୍ପୋଟର୍‌ସ ଇଞ୍ଜୁରି ସଂକ୍ରାନ୍ତରେ ଜାଣିବାକୁ ଇଚ୍ଛା ଜାହିର କରିଥିଲେ। ଡ. ସୁଧୀର ଓ୍ବାରିୟର ଏ ନେଇ ସଚିନଙ୍କୁ ଅବଗତ କରାଇଥିଲେ।
ଶନିବାର ଏ ନେଇ ଏକ ସେସନର ଆୟୋଜନ ହୋଇଥିଲା ଓ ଯୁବ ଡାକ୍ତରମାନେ ସଚିନଙ୍କଠାରୁ ବହୁତ କିଛି ଶିକ୍ଷା କରିଥିଲେ। ଏହି ସେମିନାରରେ ୧୨,୦୦୦ ଡାକ୍ତର ସାମିଲ ହୋଇଥିଲେ। ଡାକ୍ତରମାନଙ୍କଠାରୁ ଏନେଇ ବହୁତ ସାହାଯ୍ୟ ପାଇଥିବା କଥା ୪୬ ବର୍ଷୀୟ ସଚିନ ଏହି ଆଲୋଚନ ଅବସରରେ କହିଥିଲେ। ଏହି ସେସନ ମାଧ୍ୟମରେ ଯୁବ ଡାକ୍ତରମାନେ ଆଥଲେଟମାନଙ୍କ ଆଘାତ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଡ. ଓ୍ବାରିୟର ଏହି ସେସନ ସଂଯୋଜନା କରିଥିଲେ। ପିଜିଓଥେରାପିଷ୍ଟ ନୀତୀନ ପଟେଲ ତାଙ୍କୁ ଏଥିରେ ସହଯୋଗ କରିଥିଲେ। ପଟେଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ ସହିତ କାର୍ଯ୍ୟ କରି ବହୁ ଅଭିଜ୍ଞତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri