Posted inଜାତୀୟ

ସ୍ପେସ୍‌ ଷ୍ଟେଶନ ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ଭାରତ ୨୦୩୦ ସୁଦ୍ଧା ନିଜସ୍ବ ସ୍ପେସ୍‌ ଷ୍ଟେଶନ ଲଞ୍ଚ୍‌ କରିବାକୁ ଯୋଜନା କରିଥିବା ଇସ୍ରୋ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌)ର ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ କରିଛନ୍ତି। ଉକ୍ତ ସ୍ପେସ୍‌ ଷ୍ଟେଶନର ଓଜନ ପାଖାପାଖି ୨୦ ଟନ୍‌ ହେବ ବୋଲି ଆକଳନ କରାଯାଇଛି। ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ ‘ଗଗନଯାନ ମିଶନ୍‌’ର ଏହାର ସମ୍ପ୍ରସାରିତ ଅଂଶ। ୨୦୨୨ରେ ଗଗନଯାନର ସମ୍ପୂର୍ଣ୍ଣ ସଫଳତା ପରେ ୫ରୁ ୭ବର୍ଷ ମଧ୍ୟରେ ଭାରତ ଏକ ପୃଥକ୍‌ ସ୍ପେସ୍‌ ଷ୍ଟେଶନ୍‌ ମହାକାଶରେ ସ୍ଥାପନ କରିବ। ଉକ୍ତ ଷ୍ଟେଶନ୍‌ରେ ମାଇକ୍ରୋଗ୍ରାଭିଟି ଏକ୍ସପେରିମେଣ୍ଟ (ଅଣୁମାଧ୍ୟାକର୍ଷଣ ପର୍ଯ୍ୟବେକ୍ଷଣ) କରାଯିବ ବୋଲି ଶିବନ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାକାଶଚାରୀମାନେ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ମହାକାଶରେ ଯେପରି ରହିପାରିବେ ତାହାକୁ ଦୃଷ୍ଟିରେ ରଖି ଏକ ପ୍ରାଥମିକ ଯୋଜନା ପ୍ରସ୍ତୁତ କରାଯାଉଛି। କିନ୍ତୁ ଗଗନଯାନର ସଫଳତା ପରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ। ଏହି ପ୍ରକଳ୍ପ ପାଇଁ କୌଣସି ଦେଶର ସହଯୋଗ ଲୋଡାଯିବ ନାହିଁ ବୋଲି ଶିବନ୍‌ କହିଛନ୍ତି।
ଏ ପର୍ଯ୍ୟନ୍ତ ଆମେରିକା, ରୁଷିଆ, ଚାଇନା ଏବଂ କେତେକ ରାଷ୍ଟ୍ର ସାମୂହିକ ଉଦ୍ୟମରେ ମହାକାଶରେ ସ୍ପେସ୍‌ ଷ୍ଟେଶନ୍‌ ସ୍ଥାପନ କରିଛନ୍ତି। ଏଥିସହିତ ସୂର୍ଯ୍ୟ ଓ ଶୁକ୍ର ସମ୍ପର୍କରେ ଅଧ୍ୟୟନ ପାଇଁ ଅନ୍ୟ ଦୁଇଟି ମିଶନ୍‌ ଯଥାକ୍ରମେ ୨୦୨୦ ଓ ୨୦୨୩ରେ ଲଞ୍ଚ୍‌ କରାଯିବା ବୋଲି ଶିବନ୍‌ ଘୋଷଣା କରିଛନ୍ତି।

ସ୍ପେସ୍‌ ଷ୍ଟେଶନର ଉଦ୍ଦେଶ୍ୟ

ସ୍ପେସ୍‌ ଷ୍ଟେଶନକୁ ଅର୍ବିଟାଲ ଷ୍ଟେଶନ୍‌ ବା ଅର୍ବିଟାଲ୍‌ ସ୍ପେସ୍‌ ଷ୍ଟେଶନ୍‌ ମଧ୍ୟ କୁହାଯାଏ। ଏହା ଏକ ସ୍ପେସ୍‌କ୍ରାଫ୍ଟ ଯାହା ମହାକାଶଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସହାୟତା କରିଥାଏ। ଏହା ସାଧାରଣତଃ ଏକ କୃତ୍ରିମ ଉପଗ୍ରହ ଯାହାକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରାଯାଏ। ଏଠାରେ ଛୋଟ ସ୍ପେସ୍‌କ୍ରାଫ୍ଟକୁ ମଧ୍ୟ ଆଶ୍ରୟ ଦିଆଯାଏ। ଏ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ପେସ୍‌ ଷ୍ଟେଶନ୍‌ ହେଉଛି ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ। ଏହାକୁ ସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ପୂର୍ବରୁ ସ୍ଥାପିତ ସ୍ପେସ୍‌ ଷ୍ଟେଶନ ହେଉଛି ଆଲମାଜ ଓ ସାଲ୍ୟୁଟ୍‌ ସିରିଜ୍‌, ସ୍କାଏଲାବ, ମିର୍‌, ତିଆନ୍‌ଗଙ୍ଗ-୧ ଏବଂ ତିଆନ୍‌ଗଙ୍ଗ-୨। ଚାଇନା, ରୁଷିଆ, ଆମେରିକା ସମେତ କେତେକ ପ୍ରାଇଭେଟ କମ୍ପାନୀ ଆଗାମୀ ଦଶନ୍ଧିରେ ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
ବର୍ତ୍ତମାନ ସ୍ପେସ୍‌ ଷ୍ଟେଶନକୁ ଏକ ଗବେଷଣା ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି। ମାନବ ଶରୀରରେ ମହାକାଶରେ ଦୀର୍ଘରହଣିର ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ସ୍ପେସ୍‌ ଷ୍ଟେଶନକୁ ଉଭୟ ସାମରିକ ଏବଂ ବେସାମରିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri