୯ ହଜାର ଡାକ୍ତର, ନର୍ସ କରୋନା ସଂକ୍ରମିତ: ଧ୍ୟାନର ସାହାରା ନେଲା ସ୍ପେନ୍‌ ହସ୍ପିଟାଲ!

ମ୍ୟାଡ୍ରିଡ୍‌,୩୦।୩: କରୋନା ସଂକ୍ରମଣ ଏବେ ଇଟାଲୀ ଓ ଆମେରିକାରେ ଅଧିକ ପରିମାଣରେ ଦେଖାଦେଇଥିବା ବେଳେ ସ୍ପେନ ମଧ୍ୟ କିଛି ପଛରେ ନାହିଁ। ଏବେ ସ୍ପେନରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏବେସୁଦ୍ଧା ସ୍ପେନରେ କରୋନା ସଂକ୍ରମଣରେ ୬ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ମିଳିଥିବା ସୂଚନା ଅନୁଯାୟୀ ସ୍ପେନରେ ଏବେ ୯୦୦୦ ଡାକ୍ତର ଓ ନର୍ସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଏଠାରେ ଦିନକୁ ଦିନ ଶହ ଶହ ଲୋକ କରୋନାରେ ସଂକ୍ରମିତ ହେବା ଓ ଶହ ଶହ ଲୋକଙ୍କ କରୋନା ଯୋଗୁ ମୃତ୍ୟୁ ହେବା ଅନେକଙ୍କୁ ମାନସିକ ଅବସାଦ ଭିତରକୁ ଠେଲି ଦେଉଛି। ଏହାକୁ ଦେଖି ଏବେ ସ୍ପେନ୍‌ ହସ୍ପିଟାଲର ହେଲ୍‌ଥ ଓ୍ବାର୍କର ଧ୍ୟାନକୁ ଆପଣାଇ ନେଇଥିବା ଜଣାପଡିଛି। ଦ ଗାର୍ଡିୟନର ରିପୋର୍ଟ ଅନୁଯାୟୀ, ଅଧିକାଂଶ ଡାକ୍ତର ଓ ନର୍ସ ୨୪ ଘଣ୍ଟା କାମ କରୁଥିବା ଓ ହସ୍ପିଟାଲରେ ରୋଗୀଙ୍କ ପାଇଁ ସ୍ଥାନ ନ ଥିବା ଦେଖାଯାଇଛି। ଏହାଶହ ଥକ୍କାପଣ ଓ ଅବସାଦ ଦୂର କରିବା ପାଇଁ ରବିବାର ମ୍ୟାଡ୍ରିଡର ସମସ୍ତ ହେଲ୍‌ଥ ଓ୍ବାର୍କର ମେଡିଟେଶନ କରିଥିବା ଦେଖାଯାଇଛି। ଅନ୍ୟପଟେ ସରକାର ସ୍ଥିତି ଅଣାୟତ ହୋଇଥିବା ଦର୍ଶାଇ ହେଲ୍‌ଥ ଓ୍ବାର୍କରମାନେ ମେଡିଟେଶନ ବା ଧ୍ୟାନ ମାଧ୍ୟମରେ ନିଜେ ନିଜକୁ ସାହାରା ଦିଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ରୂପ ନେଲା ଯୁଦ୍ଧ: ୟୁକ୍ରେନ ଉପରେ ୩ହଜାର କେଜିର ବୋମା ମାଡ଼, ସାରା ବିଶ୍ୱ ସ୍ତବ୍ଧ

ରୁଷିଆ,୧୫।୭: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅନ୍ତର୍ଗତ ଓରିଖୋଭ ସହର ଉପରେ…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri