ସ୍ଥାୟୀ ଜଳ ଯୋଗାଣ, ବେଆଇନ ଜଳକର ଉଚ୍ଛେଦ ଦାବି: ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୪।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା, ତଳମଲା ପଞ୍ଚାୟତକୁ ସ୍ଥାୟୀ ଜଳ ଯୋଗାଣ ଓ ବେଆଇନ ଭାବେ ନିଆଯାଉଥିବା ଜଳକରକୁ ଉଚ୍ଛେଦ ଦାବି ନେଇ ଗୁରୁବାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୧ଟାରେ ଉକ୍ତ ୨ ପଞ୍ଚାୟତର ଚାଷୀ ଜୁନାଗଡ ହାତୀନଦୀ ପୋଲ ୨୬ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଜଳ ଯୋଗାଣ ନ କରି ବେଆଇନ ଭାବେ ନେଇଥିବା ଜଳକରକୁ ସୁଧସହ ଫେରସ୍ତ କରିବା, ଦୀର୍ଘଦିନ ଧରି ଥିବା ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ଏସ୍‌ଡିଓ ମଳୟ ଚକ୍ରବର୍ତ୍ତୀ ଓ ଯନ୍ତ୍ରୀ କେ. ନାରାୟଣ ରାଓଙ୍କୁ ବଦଳି କରାଯାଉ ଓ ଚଳିତ ରବିଋତୁ ପାଇଁ ଆଟିଗଁା ଓ ତଳମଲା ପଞ୍ଚାୟତକୁ ଜଳ ଯୋଗାଣ କରାଯାଉ, ବ୍ୟକ୍ତିଗତ ଭାବେ ନିର୍ମାଣ କରାଯାଇଥିବା ପୋଲ(ଆଉଟଲେଟ)କୁ ବନ୍ଦ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯାଉ ବୋଲି ଦାବି କରାଯାଇଥିଲା। ଖବର ପାଇ ଅପରାହ୍ନ ୧.୨୦ରେ ଘଟଣାସ୍ଥଳରେ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ବିଭାଗୀୟ ଏସ୍‌ଡିଓ ମଳୟ ଚକ୍ରବର୍ତ୍ତୀ, କନିଷ୍ଠଯନ୍ତ୍ରୀ କେ. ନାରାୟଣ ରାଓ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଏହାର ସମାଧାନ ପାଇଁ ସେମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୋକୋରୁ ହଟିଥିଲେ। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଯାନବାହନ ଅଟକି ରହିଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରୋକୋରେ ତଳମଲା ସରପଞ୍ଚ ଦୁଶିଲା ମାଝି, ମିଚାଗଁା ମା’ ଲଙ୍କେଶ୍ୱରୀ ପାଣି ପଞ୍ଚାୟତର ସଭାପତି ଯଶୋବନ୍ତ ପ୍ରଧାନୀ, ତଳମଲା ପାଣି ପଞ୍ଚାୟତ ସଭାପତି ଦେବେନ୍ଦ୍ର ମାଝି, ସମ୍ପାଦକ ଦେବରାଜ ଭାଟି, ଚାଷୀ ଯୁଧିଷ୍ଠିର ବିଶ୍ୱାଳ, ପଦ୍ମଲୋଚନ ପ୍ରଧାନୀ, ରମଣିକାମନ୍ତ ପ୍ରଧାନୀ, ବାହାଦୁର ପ୍ରଧାନୀ, ଟାଇଲ ପ୍ରଧାନୀ, ବୈବ ମାଝି, ମାନସ ରଞ୍ଜନ ମାଝି, ଦୁର୍ଗା ସାହୁ ପ୍ରମୁଖ ଚାଷୀ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ଉପରୋକ୍ତ ସମସ୍ୟାକୁ ନେଇ ଗତ ୩୦ ତାରିଖରେ ଆଟିଗଁା ଓ ତଳମଲା ପଞ୍ଚାୟତ ଚାଷୀମାନେ କଳାହାଣ୍ଡି ଜିଲାପାଳ,ଏସ୍‌ପି, ଧର୍ମଗଡ ଉପଜିଲାପାଳ, ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀ, ଜୁନାଗଡ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଛୋରିଆଗଡ ବ୍ରାଞ୍ଚ କେନାଲର ପାଣି ତଳମୁଣ୍ଡରେ ଥିବା ଆଟିଗଁା ଓ ତଳମଲା ପଞ୍ଚାୟତରେ ପହଞ୍ଚତ୍ପାରୁନାହଁି। ଛୋରିଆଗଡ ବ୍ରାଞ୍ଚ କେନାଲର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଫସଲକୁ କିଛି ପ୍ରଭାବଶାଳୀ, ମୁଷ୍ଟିମେୟ ବ୍ୟକ୍ତି କଙ୍କ୍ରିଟ ବାଡ କରି ଅବରୋଧ କରିଥିବାରୁ ତଳମୁଣ୍ଡକୁ ଠିକ ଭାବେ ପାଣି ପହଞ୍ଚତ୍ପାରୁନାହଁି। ଫଳରେ ଉଭୟ ପଞ୍ଚାୟତର ୭ ଶହ ହେକ୍ଟର ଚାଷଜମିର ଧାନ ଫସଲ ପାଣି ଅଭାବରୁ ମରିବାକୁ ବସିଲାଣି। ଇନ୍ଦ୍ରାବତୀ କେନାଲ ଯୋଗେ ଜଳ ଯୋଗାଣର ଦୀର୍ଘ ୨୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଇଥାଏ। କେନାଲରେ ଠିକ ଭାବେ ପାଣି ଆସୁ ନ ଥିବାବେଳେ ଗତ ୨୬ ବର୍ଷ ହେଲା ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ୨ଟି ପଞ୍ଚାୟତ ଜଳ ପାଉ ନ ଥିବା ଚାଷୀଙ୍କଠାରୁ ବେଆଇନ ଭାବେ ଜଳକର ଆଦାୟ କରାଯାଉଛି। ଏପରି କି ବାରମ୍ବାର ଅଞ୍ଚଳର ଚାଷୀମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ପ୍ରଶାସନଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri