ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଜିରା ପଞ୍ଚାୟତର ୧୬ଟି ଗ୍ରାମର ଗ୍ରାମବାସୀ ୧୯୫୪ ମସିହାରୁ ଜମିଦାରୀ ଉଚ୍ଛେଦ ପରେ ଯେଉଁମାନଙ୍କୁ ହାତପଟ୍ଟା ଦିଆଯାଇଥିଲା ଓଡ଼ିଶା ସରକାର ତାହା ତହସିଲ ମାଧ୍ୟମରେ ଜମା ଧାର୍ଯ୍ୟ କରି ଆରଆଇଙ୍କ ଦ୍ୱାରା ରାଜସ୍ବ ଆଦୟ କରୁଥିଲେ। ସେହିମାନଙ୍କ ନାମରେ ଟିଏଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସେବେଠାରୁ ଏହି ଜମି ମାଲିକମାନେ ନିଜ ଜମିକୁ ବିକ୍ରି, ବଦଳି, ବ୍ୟାଙ୍କରେ ବନ୍ଧକ ଆଦି କରିଆସୁଥିଲେ। ୧୯୮୪ ମସିହାରେ ରିଭିଜନ୍‌ ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବଳରାମପୁର ସର୍କଲରେ ୩୦/୪୦ଟି ମୌଜା କାର୍ଯ୍ୟ କରାଯାଉଥିବାବେଳେ ୧୯୯୭-୯୮ ମସିହା ମଧ୍ୟରେ ୫ଟି ମୌଜା ବ୍ୟତୀତ ଅନ୍ୟ ସମସ୍ତ ମୌଜା ବନ୍ଦୋବସ୍ତ କାର୍ଯ୍ୟ ସମାପ୍ତ ହୋଇ ସେମାନଙ୍କ ନାମରେ ରେକର୍ଡ କରାଯାଇଛି। ୨୦୧୩ରେ ଅଞ୍ଜିରା ସମେତ ୪ଟି ମୌଜା ପଟ୍ଟା ପ୍ରଦାନ କରାଯାଇଥିଲା ଯାହାକି ସମସ୍ତ ଅନାବାଦି ଖାତାରେ ରଖାଯାଇଥିଲା। ଫଳରେ ଏହି ମୌଜାବାସୀ ପଟ୍ଟା ପାଇବାକୁ ବଞ୍ଚତ୍ତ ହେଲେ। ବିଶେଷ କରି ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର, ଗୋଡିପାଟିଆ, ବାଉଁଶଡ଼ୋଳ , ମୁରାରୀପୁର, ଗମ୍ଭାରିଆ, ଗୁରୁସାହି, ବାଲିସାହି ସମେତ ୧୨ଟି ଗ୍ରାମର ଲୋକଙ୍କ ଜମି ପତିତ/ଅନାବାଦି ଖାତାଭୁକ୍ତ କରାଯାଇଛି। ଦଖଲ କରୁଥିବା ଲୋକଙ୍କ ପାଖରେ ଜମିଜମା ମାଲିକାନାର କୌଣସି କାଗଜ ନ ଥିବାରୁ ସେମାନେ ନିଜ ନାମରେ ଘରବାରୀରୁ ବଞ୍ଚତ୍ତ ହୋଇଛନ୍ତି। ଅଞ୍ଜିରା ମୌଜାର ହଜାର ହଜାର ଲୋକଙ୍କ ଜମି ତ୍ରୁଟିପୂର୍ଣ୍ଣ ବନ୍ଦୋବସ୍ତ ଯୋଗୁ ସରକାରୀ ଖାତାକୁ ଚାଲିଯାଇଛି ବୋଲି ଅଭିଯୋଗ କରାଯାଇ ପୁନଃ ବନ୍ଦୋବସ୍ତ କରାଯାଇ ଜମି ମାଲିକାନା, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ଆରଡିସିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଅଞ୍ଜିରା ଗ୍ରାମପଞ୍ଚାୟତର ସରପଞ୍ଚ ଜ୍ୟୋର୍ତିମୟୀ ସେଠୀ, ଜିଲା ପରିଷଦ ସଭ୍ୟା ସୁରେଖା ନାୟକ, ଦେବକୀ ସ୍ବାଇଁ, ବାସନ୍ତି ଦଳାଇ ପ୍ରମୁଖ ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri