ସ୍ଥାଣୁ ପାଲଟିଛି ଜିଲା କ୍ରିକେଟ ସଂଘ: ପ୍ରତିଭାଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ଜିଲା କ୍ରିକେଟ୍‌ ସଂଘର କାର୍ଯ୍ୟକୁ ନେଇ ବଢ଼ୁଛି ଅସନ୍ତୋଷ। ବିଶେଷକରି ପୂର୍ବତନ ଖେଳାଳିମାନେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର କରୁଛନ୍ତି। ଜିଲାରେ ଉଦୀୟମାନ ଖେଳାଳି ସୃଷ୍ଟି କରିବା ଓ ସେମାନଙ୍କ ପ୍ରତିଭାର ଠିକଣା ବିକାଶ ଦିଗରେ ସଂଘ କିଛି ବି ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଖେଳାଳି ଚୟନ ଠାରୁ ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁଥିରେ କେଁ ରହିଥିବା ବେଳେ ସଂଘର କାର୍ଯ୍ୟକାଳ ସରିଯାଇଥିଲେ ବି ଏଯାଏ ନିର୍ବାଚନ କି କର୍ମକର୍ତ୍ତା ଚୟନ ହେଉ ନ ଥିବାରୁ ସଂଘ ସ୍ଥାଣୁ ପାଲଟିଥିବା ପୂର୍ବତନ ଖେଳାଳିମାନେ ଅଭିଯୋଗ କରିଛନ୍ତି।
କେତେଜଣ ପୂର୍ବତନ ଖେଳାଳିଙ୍କ କହିବା ଅନୁଯାୟୀ, ଜିଲା କ୍ରିକେଟ ଏକଜିକ୍ୟୁଟିଭ ବଡ଼ିରେ ମୋଟ ୨୯ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ମଧ୍ୟ ସଂଘର କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କ କହିବା କଥା ହେଲା, ଜିଲା କ୍ରିକେଟ ଆସୋସିଏଶନ୍‌ ଥାଇ ବି ନ ଥିବା ଭଳି। ଗତ ୫ ବର୍ଷ ମଧ୍ୟରେ ସଂଘର କୌଣସି ସାଧାରଣ ବୈଠକ ଅନୁଷ୍ଠିତ ହୋଇନାହିଁ। ଜିଲାରେ କ୍ରିକେଟର ଉନ୍ନତି ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରି କି ଜିଲାରେ କେବେ କ୍ରିକେଟରଙ୍କୁ ଉତ୍ସାହିତ କରିବା ପାଇଁ ଏକ ବଡ଼ ଧରଣର ଟୁର୍ନାମେଣ୍ଟ ଖେଳାଯାଇନି। ଜିଲା ଆସୋସିଏଶନ୍‌ କାର୍ଯ୍ୟାଳୟରେ ଥିବା କ୍ରିକେଟ ସରଞ୍ଜାମ, ଟିଭି, ଟେବୁଲ, ଚୌକି ସବୁ ଚୋରି ହୋଇଗଲାଣି। ଏସବୁ କାରଣରୁ ଜିଲା କ୍ରିକେଟରମାନେ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହୋଇସାରିଥିଲେ ବି ସେମାନେ ଚୌକି ମାଡ଼ି ବସିଛନ୍ତି। ଓସିଏ ନିର୍ବାଚନ ପାଇଁ ଚିଠି ଆସିଥିବାରୁ ଆସୋସିଏଶନ୍‌ ଯେତିକି ଉତ୍ସାହ ଦେଖାଉଛି, ତାହା ନୂତନ ପ୍ରତିଭା ଅନ୍ବେଷଣ ପାଇଁ କହିଁକି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୧୨ ସୁଦ୍ଧା ଜିଲାର କେଉଁ ବ୍ୟକ୍ତି ନିର୍ବାଚନରେ ଅଂଶଗ୍ରହଣ କରିବେ ତାଙ୍କ ନାମ ପଠାଅ ବୋଲି ଓସିଏ ଚିଠି ଲେଖିଛି। କିନ୍ତୁ ଜିଲାରେ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିଥିବାବେଳେ କିଏ ଏଥିରେ ଅଂଶଗ୍ରହଣ କରିବେ ସେ ନେଇ ଆସୋସିଏଶନ୍‌ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜିଲା ସଂଘ ସଭାପତି ଭୋଟ ପାଇଁ ଯିବେ ନା ସମ୍ପାଦକ, ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ତୁରନ୍ତ ସଂଘର ପୂର୍ଣ୍ଣ ନିର୍ବାଚନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏ ନେଇ ଜିଲା କ୍ରିକେଟ ଆସୋସିଏଶନ୍‌ ସମ୍ପାଦକ ପ୍ରଶାନ୍ତ କୁମାର ସିହ୍ନା କହିଛନ୍ତି, ଆସୋସିଏଶନ୍‌ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ଲୋଧା କମିଟି ପରେ କୌଣସି ଗାଇଡ ଲାଇନ୍‌ ପାଇ ନ ଥିଲୁ। ତେଣୁ ସମସ୍ୟା ହୋଇଥିଲା। ଏବେ ଓସିଏ ସ୍ପଷ୍ଟ କରିଛି ଯେ, ଜିଲା ସଂଘରେ ଲୋଧା କମିଟି କାର୍ଯ୍ୟକାରୀ ହେବ ନାହିଁ। ଏ ନେଇ ବିଧିବଦ୍ଧ ଭାବେ କୌଣସି ପତ୍ର ଓସିଏରୁ ଆସିନାହିଁ। ଆସନ୍ତା ୧୨ ତାରିଖ ମଧ୍ୟରେ ଜଣଙ୍କ ନାମ ଦେବାକୁ କୁହାଯାଇଛି। ପୂର୍ବରୁ ୨ ଜଣଙ୍କ ନାମ ପଠାଯାଉଥିଲା। ନୂଆ ନିୟମ ହେବା ପରେ ଜଣଙ୍କ ନାମ ମାଗିଛନ୍ତି। ତେବେ ଜିଲାରେ ସେଭଳି କିଛି ଟୁର୍ନାମେଣ୍ଟ ହୋଇ ନ ଥିବା ସମ୍ପାଦକ ସ୍ବୀକାର କରିଛନ୍ତି। କେବଳ ୧୬ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌ ଓ କଳାହାଣ୍ଡି କପ୍‌ ପାଇଁ ପିଲା ଚୟନ କରି ଆସୋସିଏଶନ୍‌ ପଠାଉଛି ବୋଲି ସମ୍ପାଦକ ସିହ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri