ଉଦଳା,୧୫ା୨(ଡ଼ି.ଏନ୍.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଗଦାଧର ରାତିରେ ହାଟରୁ ଫେରି ସ୍ତ୍ରୀ ଦୁଃଖୀ ଭକ୍ତାଙ୍କୁ ଖାଇବାକୁ ମାଗିଥିଲେ। ତେବେ ତରକାରୀ ଦେବାରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ଗଦାଧର ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ଦୁଃଖୀ ଗୁରୁତର ହୋଇ ପଡ଼ିଥିଲେ। ପରେ ଗଦାଧର ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଉଦଳା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍; ଘରୁ ମିଳିଲା….
ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…
ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ
ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍ ବଡ଼ଧରଣର ଚଢ଼ାଉ…
ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ
ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

