ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ ଛୁଆଙ୍କୁ ଗେଲ କରିବାକୁ ଇଚ୍ଛା ହେଉଥିଲେ ବି ବାଧା ଦେଉଛି ସାମାଜିକ କଟକଣା। ରନ୍ଧନ ଗ୍ୟାସ ପରିବହନରେ ନିୟୋଜିତ ଥାଇ ପରିବାର ସହ ମିଶିପାରୁ ନ ଥିବା ଜଣେ ଟ୍ରକ୍‌ ଚାଳକଙ୍କ ଏ ହେଉଛି କୋହଭରା କଥା।
ବୈପାରୀଗୁଡ଼ା ବ୍ଲକ ଅମଳାଭଟ୍ଟା ଗ୍ରାମର ରମେଶ ମାଝି ସ୍ଥାନୀୟ ଅଞ୍ଚଳର ରନ୍ଧନ ଗ୍ୟାସ ଏଜେନ୍ସିରେ ବହୁ ଦିନ ତଳୁ ଡ୍ରାଇଭର ଅଛନ୍ତି। ଗ୍ୟାସ ଟାଙ୍କି ଆଣିବା ପାଇଁ ସେ ଅଧିକାଂଶ ଦିନ ବିଶାଖାପାଟଣା ଯାଆନ୍ତି। ଏହି ଦାୟିତ୍ୱଟି ପୂର୍ବରୁ ପେଟ ପୋଷୁଥିବା ବେଳେ ଏବେ ତାହା ପରିବାରଠାରୁ ବିଚ୍ଛେଦ କରିଛି। କରୋନା ଆତଙ୍କ ପରେ ସେ ପରିବାର ଲୋକଙ୍କୁ ଭେଟିବାକୁ ଗଲେ ଗଁ। ଭିତରକୁ ଲୋକେ ଛାଡୁନାହାନ୍ତି। ଗଁ। ଲୋକେ ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ମଧ୍ୟ ତାଙ୍କୁ ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାସେରୁ ଅଧିକ ହେବ ସେ ବାଧ୍ୟହୋଇ ଗ୍ୟାସ ଡିପୋରେ ଏକା ଏକା ରହୁଛନ୍ତି। ମାସିକ ୧୦ ହଜାର ଟଙ୍କା ଦରମାରେ ସେ ଜୀବନକୁ ବାଜି ଲଗାଇ ଏବେ ଲୋକଙ୍କ ପାଇଁ କାମ କରୁଛନ୍ତି, କିନ୍ତୁ ସମାଜ ତାଙ୍କୁ ଯେପରି ଅଣଦେଖା କରୁଛି ତାହା ତାଙ୍କୁ ମର୍ମାହତ କରିଛି। ସେପାଖେ ରମେଶଙ୍କ ଅନୁପସ୍ଥିତିରେ ଛୋଟ ପିଲାଙ୍କ ସହ ତାଙ୍କ ସ୍ତ୍ରୀ ଦୁଃଖକଷ୍ଟରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri