‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ ପ୍ଲାକାର୍ଡ, ଯେଉଁଥିରେ ଦର୍ଶାଯାଇଥିଲା ‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’। ଖୁବ୍‌ ସଂକ୍ଷିପ୍ତ ଭାବେ ଲେଖାଯାଇଥିବା ସେହି ଗୋଟିଏ ଧାଡ଼ିରେ ପ୍ରତିଫଳନ ହୋଇଥିଲା ବିଶ୍ୱବାସୀ ନୀରବରେ ଭୋଗୁଥିବା ସମସ୍ୟାର ଚିତ୍ର। ଏହାପରେ ଯାହା ଘଟିଗଲା ତାହା ଇତିହାସ। ମାତ୍ର ୧୫ ବର୍ଷ ବୟସରୁ ବିଶ୍ୱବାସୀଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ଗହନ ପାଠ ପଢ଼ାଇଥିବା ଏହି କୁନି ପରିବେଶବିତ୍‌ ଜଣକ ହେଲେ ଗ୍ରେଟା ଥନ୍‌ବର୍ଗ।
୨୦୧୮ ଅଗଷ୍ଟ ୨୦ ପୂର୍ବରୁ ଗ୍ରେଟା ଥିଲେ ଜଣେ ଅପରିଚିତ ଚେହେରା। କେହି ତାଙ୍କୁ ଜାଣି ନ ଥିଲେ କି ଚିହ୍ନି ବି ନ ଥିଲେ। ହେଲେ ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଆରା ଅଭିଯାନ ଏବେ ତାଙ୍କୁ ବିଶ୍ୱବ୍ୟାପୀ ଦେଇଛି ପରିଚିତି। ମନୁଷ୍ୟକୃତ କାରଣରୁ ସବୁଜ ପରିବେଶ ଆଜି ଧ୍ୱଂସାଭିମୁଖୀ। ଏହାକୁ ଖେଳିବୁଲିବା ବୟସରେ ହୃଦୟଙ୍ଗମ କରିପାରିଛନ୍ତି ଗ୍ରେଟା।
ହଠାତ୍‌ କାଳ୍ପନିକ ଜୀବନଶୈଳୀରୁ ବାସ୍ତବବାଦୀ ହୋଇଯାଇଥିବା ଗ୍ରେଟାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ ଏବଂ ଏହାକୁ ନେଇ ଆସନ୍ନ ଗମ୍ଭୀର ସମସ୍ୟାକୁ ରାଜନେତାମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଏହା ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲା। ଫଳରେ ସେ ସ୍କୁଲରୁ ଛୁଟି ନେଇ ଏହାର ପ୍ରତିବାଦ କରିବାକୁ ବାହାରିପଡ଼ିଥିଲେ। ଏହାପରେ ଏଥିରେ ଯୋଡ଼ି ହୋଇଗଲେ ବିଭିନ୍ନ ଛାତ୍ର ସଙ୍ଗଠନ। ସବୁଆଡୁ ତାଙ୍କର ଏହି ଅଭିଯାନକୁ ମିଳିଲା ଅକୁଣ୍ଠ ସମର୍ଥନ। ବିଭିନ୍ନ ସ୍ଥାନରେ ଜଳବାୟୁ ପରିବର୍ତ୍ତନକୁ ବେଖାତିର କରିଚାଲିଥିବା ରାଜନେତାଙ୍କ ବିରୋଧରେ ଆରମ୍ଭ ହେଲା ପ୍ରତିବାଦ। ଅଭିଯାନକୁ ଆହୁରି ଶାଣିତ କରିବାକୁ ସେ ଆରମ୍ଭ କଲେ ‘ଫ୍ରାଇଡେ ଫର ଫ୍ୟୁଚର’। ପରିବେଶ ପ୍ରତି ଏପରି ଭଲପାଇବା କାରଣରୁ ତାଙ୍କୁ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଉଦ୍‌ବୋଧନ ଦେବାକୁ ମିଳିଥିଲା ସୁଯୋଗ। ସେ ସମ୍ମିଳନୀରେ ରଖିଥିବା ଅଭିଭାଷଣ ତଥାକଥିକ ରାଷ୍ଟ୍ରନାୟକମାନଙ୍କ ଚିନ୍ତା ବଢ଼ାଇଦେଲା। ଏହାକୁ ଗମ୍ଭୀରତାର ସହ ନେଲେ ପରିବେଶବିତ୍‌, ଛାତ୍ର। ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ହେଲା। ବିରୋଧ ପ୍ରଦର୍ଶନ କରାଗଲା। ଏବେ ଏହି ଅଭିଯାନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ ଯୋଡ଼ି ହୋଇଗଲେଣି। ଅକାଟ୍ୟ ତଥ୍ୟ ଉପସ୍ଥାପନା ପାଇଁ ଗ୍ରେଟା ସବୁଠି ପରିଚିତ। ସେ ନିଜ ଅଭିଭାଷଣରେ ରଖୁଥିବା ତଥ୍ୟକୁ ଆଧାର କରି ପରିବେଶ ସୁରକ୍ଷା ଏବଂ ତାପମାତ୍ରା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେବଳ ଏତିକି ନୁହେଁ, ପ୍ରଥମେ ନିଜଠୁ ଆରମ୍ଭ ନ୍ୟାୟରେ ସେ ନିଜ ପରିବାର ସଦସ୍ୟଙ୍କ ଜୀବନ ଶୈଳୀ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି। ଏଥିରେ ମାଂସ ବର୍ଜନ, ବିମାନରେ ଯାତ୍ରା ବନ୍ଦ ଭଳି ନିୟମ ଲାଗୁ ହୋଇଛି। ୨୦୧୯ରେ ଟାଇମ୍ସ ମାଗାଜିନ ଗ୍ରେଟାଙ୍କୁ କଭର ପୃଷ୍ଠାରେ ସ୍ଥାନିତ କରିଥିଲା। ଏହା ଶୀର୍ଷକ ରହିଥିଲା ‘ନେକ୍‌ଷ୍ଟ ଜେନେରେଶନ ଲିଡର’। ତାଙ୍କ ଜୀବନଗାଥାକୁ ଆଧାର କରି ୩୦ ମିନିଟ୍‌ ଅବଧିର ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ, ଗ୍ରେଟାଙ୍କ ଜନ୍ମ ୨୦୦୩ରେ ହୋଇଥିଲା। ତାଙ୍କ ମା’ ମେଲିନା ଏର୍ନମ୍ୟାନ ଜଣେ ଅପେରା ଗାୟିକା। ବାପା ସ୍ବାନ୍ତ ଥନ୍‌ବର୍ଗ ଜଣେ ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri