ସ୍କୁଲ ଖେଳପଡ଼ିଆ ନବୀକରଣ କଲା ବିଏମ୍‌ସି, ବିଡିଏ: ୫ ସରକାରୀ ସ୍କୁଲରୁ ହେଲା ଆରମ୍ଭ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଶାରୀରିକ ତଥା ମାନସିକ ବିକାଶ କଥା ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟକ କର୍ତ୍ତପକ୍ଷ (ବିଡିଏ)।  ସ୍କୁଲ୍‌ଗୁଡ଼ିକରେ ରହିଥିବା ଖେଳପଡ଼ିଆର ନବୀକରଣ ପାଇଁ ଏହି ଦୁଇ କର୍ତ୍ତପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବାଙ୍ଗାଲୋରର ଏକ ଠିକା ସଂସ୍ଥା ଆନ୍ଥିଲି କ୍ରିଏଶନ ସହ ହାତ ମିଶାଇଛନ୍ତି। ସଂସ୍ଥା ପକ୍ଷରୁ ସ୍କୁଲର ଖେଳ ପଡ଼ିଆକୁ ସମ୍ପୂର୍ଣ୍ଣ ନବୀକରଣ କରାଯିବା ସହ ବର୍ଜ୍ୟ ଓ ବ୍ୟବହୃତ ଗାଡିମୋଟର ଟାୟାରରେ ନୂଆ ଢାଞ୍ଚା ନିର୍ମାଣ କରାଯିବ।  ପ୍ରାଥମିକ ଭାବେ ଭୁବନେଶ୍ୱରର ୫ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ ହୋଇଛି।  ଆଗାମୀ ଦିନରେ ସହରର ସମସ୍ତ ସ୍କୁଲ୍‌ ଖେଳପଡ଼ିଆର ନବକଳେବର କରାଯିବ ବୋଲି  ବିଡିଏ ଓ ବିଏମ୍‌ସି ପକ୍ଷରୁ  ପ୍ରେସ୍‌ ବିବୃତ୍ତିରେ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଖେଳପଡ଼ିଆକୁ ଭାଗ ଭାଗ କରାଯାଇ ସେଥିରେ ଭିନ୍ନ ଭିନ୍ନ ଢାଞ୍ଚାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ଏଥିରେ ‘ଦି ହିଭିଂ ହୁପ୍‌’, ‘ଷ୍ଟିପିଂ ଷ୍ଟେନ୍‌ସ’, ‘କ୍ୟୁବ୍‌ କ୍ଲାଇମ୍ବର’, ‘ସ୍ବିଂ’, ‘କ୍ୟାଟର ପିଲାର’ ଓ ‘ଟ୍ବିଷ୍ଟର’ ଖେଳ ଉପକରଣ ଲଗାଯିବ। ମୁଖ୍ୟତଃ ସେଗୁଡ଼ିକୁ ବ୍ୟବହୃତ ବର୍ଜ୍ୟ ଅଥବା ଟାୟାରରେ ତିଆରି କରାଯିବ। ବର୍ତ୍ତମାନ ସାଲିଆ ସାହିର ଏକାମ୍ର ବିହାର ପ୍ରାଇମେରୀ ସ୍କୁଲ, ବାପୁଜିନଗର ୟୁଜିୟୁପି ସ୍କୁଲ, ପଳାଶପଲ୍ଲୀସ୍ଥିତ ମୁକ ବଧିର ବିଦ୍ୟାଳୟ, ଶାନ୍ତିନଗର ବସ୍ତିର ଏଫ.ସି.ଆଇ କଲୋନୀ ଓ ସାଲିଆସାହି ବିର୍ଶାମୁଣ୍ଡା ପଡ଼ିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ବ୍ୟବହୃତ ବର୍ଜ୍ୟକୁ ପୁନଃଚକ୍ରଣ କରାଯିବା ପରେ ପିଲାଙ୍କ ପାଇଁ ସେଥିରୁ ଖେଳିବା ପାଇଁ ଉପକରଣ ପ୍ରସ୍ତୁତ କରାଯାଇଛି। ପିଲାମାନଙ୍କୁ ଏକ ଇକୋ ଫ୍ରେଣ୍ଡ୍‌ଲି ପରିବେଶ ସହ ଖେଳକୁଦ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri