ସ୍କର୍ପିଓ ସହ ଅପହୃତ ଯୁବକ ଉଦ୍ଧାର: ୩ ଗିରଫ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ସମେତ ସ୍କର୍ପିଓ ଗାଡ଼ିକୁ ଶୁକ୍ରବାର ପୋଲିସ ରାଜଧାନୀ ଉପକଣ୍ଠରୁ ଉଦ୍ଧାର କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ହେଲେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ସକିଲ ଖାନ (୩୬) ଏବଂ ତାଙ୍କ ସହଯୋଗୀ ହେଲେ ମାହାଙ୍ଗାର ଶେଖ ତହିର ଅଲ୍ଲୀ(୩୦) ଓ ଯାଜପୁର ଜିଲା ଛତିଆ ଅଞ୍ଚଳର ସାନ୍ନିଧ୍ୟ ମହାନ୍ତି(୩୦)। ଗଞ୍ଜେଇ କାରବାରକୁ ନେଇ ସ୍କର୍ପିଓ ସମେତ ସମ୍ପୃକ୍ତ ଯୁବକଙ୍କୁ ଅପହରଣ କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ମୁତାବକ, ଗତ ୬ତାରିଖରେ ନୟାଗଡ଼ ଜିଲା ଫତେଗଡ ଥାନା ଅଧୀନ ଭାପୁର ଅଞ୍ଚଳର ରବୀନ୍ଦ୍ରନାଥ ମହାନ୍ତି ଏକ ବିବାହ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବାକୁ କିସ୍‌ସ୍ଥିତ ଜଗନ୍ନାଥ ମନ୍ଦିରକୁ ଆସିଥିଲେ। ରବୀନ୍ଦ୍ରଙ୍କ ସାନପୁଅ ସୁନୀଲ ପରିବାର ଲୋକଙ୍କୁ ଛାଡି ସ୍କର୍ପିଓ (ନଂ. ଓଡି ୩୪ ସି ୫୨୩୦)କୁ ଗ୍ୟାରେଜରେ ମରାମତି କରିବାକୁ ନେଇ ଯାଇଥିଲେ। ମାତ୍ର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେ ନ ଫେରିବା ଓ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଥିଲା। ପରେ ସୁନୀଲଙ୍କ ଫୋନ୍‌ରୁ କେତେଜଣ ଯୁବକ ଫୋନ କରି ୩ଲକ୍ଷ ଟଙ୍କା ଦେଇ ପୁଅକୁ ନେବାକୁ ଜଣାଇଥିଲେ। ଏ ନେଇ ରବୀନ୍ଦ୍ର ତୁରନ୍ତ ଇନଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୩୮/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସମ୍ପୃକ୍ତ ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକ କରିବା ସହ ଟଙ୍କା ଦେବା ପାଇଁ ସାଦା ପୋଷାକରେ ରବୀନ୍ଦ୍ରଙ୍କ ସହିତ ଏକ କାରରେ ଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତମାନେ କଟକରୁ ଭବନେଶ୍ୱର ମଧ୍ୟରେ ପ୍ରାୟ ୫ଟି ସ୍ଥାନରେ ଅଟକି ପୋଲିସ ଉପସ୍ଥିିତି ସମ୍ପର୍କରେ ପରୀକ୍ଷା କରିଥିଲେ। ଏହାପରେ ସେମାନେ ବାଣୀବିହାର ଓଭରବ୍ରିଜ ଉପରେ କାର୍‌ ରଖିବାକୁ କହିଥିଲେ। ରବୀନ୍ଦ୍ର ଓ ସାଦା ପୋଷାକଧାରୀ ପୋଲିସ ସେଠାରେ କାର୍‌ ରଖି ଅପେକ୍ଷା କରିଥିବାବେଳେ ୨ଟି ବାଇକରେ ୨ଜଣ ଯୁବକ ଟଙ୍କା ନେବାକୁ ଆସି ପହଞ୍ଚିଥିଲେ। ପୂର୍ବରୁ ଜାଲ ବିଛାଇଥିବା ପୋଲିସ ୨ ଅଭିଯୁକ୍ତ ସାନ୍ନିଧ୍ୟ ଓ ତହିରଙ୍କୁ ମାଡ଼ିବସି ଥାନାକୁ ନେଇଥିଲା। ଦୁହିଙ୍କୁ ପଚରାଉଚରା କରିବାରୁ ସତ୍ୟ ସାମ୍ନାକୁ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ସକିଲଙ୍କ ଇସାରାରେ ସେମାନେ କାମ କରୁଥିବା କହିବା ସହ ତାଙ୍କ ଠିକଣା ଜଣାଇଥିଲେ। ପୋଲିସ ସେଠାରେ ଚଢାଉ କରି ସକିଲଙ୍କୁୁ ଗିରଫ କରିବା ସହ ସ୍କର୍ପିଓ ସମେତ ସୁନୀଲଙ୍କୁ ଉଦ୍ଧାର କରିଥିଲା। ଗଞ୍ଜେଇ କାରବାର ନେଇ ଫତେଗଡ ଅଞ୍ଚଳର କାଳିଆ ସୁନୀଲଙ୍କ ଉପସ୍ଥିତିରେ ସକିଲଙ୍କଠାରୁ ୨ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ କାଳିଆ ଟଙ୍କା ନେଇ ଫେରାର ହୋଇଯିବା ସହ ସକିଲକୁ ଗଞ୍ଜେଇ ଦେଇ ନ ଥିଲେ। ସକିଲ କାଳିଆଙ୍କ ପତ୍ତା ନ ପାଇ ସୁନୀଲଙ୍କୁ ଗାଡ଼ି ସମେତ ଅପହରଣ କରିଥିବା ସ୍ପଷ୍ଟ ହୋଇଥିଲା। ପୋଲିସ ଶୁକ୍ରବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri