ସୌରଚାଳିତ ଚକରେ ଗଢ଼ାହେଲା ମାଟିପାତ୍ର

ପୁରୀ ଅଫିସ, ୨୫।୭: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ କୁମ୍ଭକାରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ସମେତ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳର କୁମ୍ଭକାରମାନଙ୍କ ଶାଳ, ଚକା, ଭାଟି ନଷ୍ଟ ହୋଇଯାଇଥିଲା। ବାତ୍ୟାକୁ ୩ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁମ୍ଭାରମାନେ ଅଣ୍ଟା ସଳଖି ପାରିନାହାନ୍ତି। ଅନ୍ୟପଟେ ବୁଧବାର ପ୍ରଥମ ଥର ପାଇଁ ସୌରଚାଳିତ ଚକରେ ମାଟିପାତ୍ର ଗଢିଛନ୍ତି କୁମ୍ଭାର। ମଙ୍ଗଳବାର ଏକ ଘରୋଇ କମ୍ପାନୀ ପରୀକ୍ଷାମୂଳକ ଭାବେ କୁମ୍ଭକାର ଲକ୍ଷ୍ମଣ ବିଶୋଇଙ୍କ ଛାତ ଉପରେ ଏକ ସୋଲାର ଚାର୍ଜର ରଖିଥିଲେ। ରାତି ସାରା ଏହା ଚାର୍ଜ ହୋଇଥିଲା। ବୁଧବାର ସକାଳେ ଏହାକୁ ଶାଳର ଚକ ସହିତ ସଂଯୋଗ କରାଯାଇଥିଲା। ଏହି ସୌରଶକ୍ତିକୁ ବ୍ୟବହାର କରି ମାଟିପାତ୍ର ଗଢିଛନ୍ତି ଲକ୍ଷ୍ମଣ। ସକାଳ ୮ଟାରେ ସେ ପରୀକ୍ଷାମୂଳକ ଭାବେ ମାଟିପାତ୍ର ନିର୍ମାଣ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଛୋଟ, ବଡ ମାଟିପାତ୍ର ଗଢିଥିଲେ। ଲକ୍ଷ୍ମଣ କହିଛନ୍ତି, କାମ ଏତେ ସହଜ ହେବ ବୋଲି ସେ ଆଶା କରି ନ ଥିଲେ। ପୂର୍ବରୁ ପାତ୍ର ନିର୍ମାଣବେଳେ ଚକକୁ ହାତରେ ବାରମ୍ବାର ଘୂରାଇବାକୁ ପଡୁଥିଲା। ଏବେ ସୋଲାର ଯୋଗୁ ସେହି ସମସ୍ୟା ରହିଲା ନାହିଁ। ପୁଣି ଅକ୍ଳେଶରେ ମାଟିପାତ୍ର ବାହାରୁଛି। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ଏକ ଘରୋଇ ସଂସ୍ଥା ପରୀକ୍ଷାମୂଳକ ଭାବେ ଗୋଟିଏ ସୋଲାର ବ୍ୟବସ୍ଥା କରିଥିଲେ। ଏହା ସଫଳ ହେଲେ ଅନ୍ୟମାନଙ୍କୁ ଏଥିରେ ଯୋଡ଼ାଯିବ। ଗୋଟିଏ ୟୁନିଟ୍‌ ଲାଗି ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଶାଳ ନଷ୍ଟ ହେବା ସହ ଚକ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ କୁମ୍ଭକାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ। ଅନ୍ୟପଟେ ଫାଇଲିନ୍‌, ତିତ୍‌ଲି ଦୁଃଖ ସରି ନ ଥିବା ବେଳେ ଫନୀ ମାଡ଼ରେ କୁମ୍ଭକାରମାନଙ୍କ ଅଣ୍ଟା ଭାଙ୍ଗିଯାଇଛି। ଯଦି ପ୍ରଶାସନ ପକ୍ଷରୁ ମାଗଣାରେ ସୋଲାର ଯୋଗାଇ ଦିଆଯାଏ, ତେବେ ସେମାନେ ଉପକୃତ ହେବେ। ବିଦ୍ୟୁତ୍‌ଜନିତ ସମସ୍ୟା ଦୂର ହେବା ସହ କମ୍‌ ସମୟରେ ବହୁ ମାଟିପାତ୍ର ଗଢିପାରିବେ। ସେମାନଙ୍କ ଆର୍ଥତ୍କ ସ୍ଥିତି ସୁଧୁରିପାରିବ ବୋଲି ମହେନ୍ଦ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪ ଗିରଫ

ଧର୍ମଶାଳା,୧୫।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଗତକାଲି...

ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ, ଆଗାମୀ ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୪।୧୨( ସୁନିଲ କୁମାର ମହାନ୍ତି): ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri