ସୌର ବାଡ଼ ଓ ଟ୍ରେଞ୍ଚ ବିପର୍ଯ୍ୟସ୍ତ ସ୍ଥିିତିରେ

ଚମ୍ପୁଆ, ୧୬ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ବର୍ଷର ଅଧାରୁ ଅଧିକ ସମୟ ହାତୀ ଉପଦ୍ରବ ଲାଗି ରହୁଛି ା କେତେବେଳେ ଶିମିଳିପାଳ ଅଞ୍ଚଳରୁ ହାତୀପଲ ଚମ୍ପୁଆ ରେଞ୍ଜକୁ ପଶୁଥିବା ବେଳେ ଆଉ କେତେବେଳେ ଝାଡଖଣ୍ଡ ହାତୀପଲ ପଶି ଜଙ୍ଗଲ ଆଖପାଖ ଅଞ୍ଚଳରେ ପ୍ରଭୂତ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲ ମଧ୍ୟରେ ରହି ସଞ୍ଜ ନଇଁଲେ ଗାଁ ମୁହାଁ ହେଉଛନ୍ତି। ସେମାନେ ବିଲବାଡ଼ିରେ ପଶି ଚାଷଜମିକୁ ଦଳଚକଟିି ନଷ୍ଟ କରି ଦେଉଛନ୍ତି। ହାତୀଉପଦ୍ରବ ଯୋଗୁ ଜଙ୍ଗଲତଳି ଅଞ୍ଚଳ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରାତି ଉଜାଗର ରହୁଥିବା ଏବଂ ଅନେକେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରୁଛନ୍ତି। ବନ ବିଭାଗ ହାତୀପଲକୁ ଘଉଡାଇବା ବା ନିୟନ୍ତ୍ରଣ କରିବାରେ ଫେଲ୍‌ ମାରୁଥିବା ବେଳେ ପୂର୍ବରୁ ଜନବସତିମୁହାଁ ହାତୀଙ୍କୁ ରୋକିବା ଲାଗି ଖୋଳାଯାଇଥିବା ସୌରବାଡ ଓ ଟ୍ରେଞ୍ଚ ଏବେ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି। ହାତୀପଲ ଅବାଧରେ ଜନବସତିକୁ ପ୍ରବେଶ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ଚମ୍ପୁଆ ସେକ୍ସନର ରଜିଆ, ପତଳା, କଇଁତା, ସାତହଳିଆ, ମିରିଗିସିଙ୍ଗା, ଅଡଙ୍ଗାପାଳ, ଗୋଧୂଳି, ଟୁଣୁଟୁଣା ଓ କାଟୁଳିକନା ଅଞ୍ଚଳରେ ପ୍ରତି ବର୍ଷ ହାତୀପଲ ପଶି ଉପଦ୍ରବ କରିବା ସହ ଧନଜୀବନ ହାନି ଘଟାଇବା ଦେଖିବାକୁ ମିଳୁଛି। ଏଥିଲାଗି ଏହି ଅଞ୍ଚଳରେ ହାତୀ-ମଣିଷର ଲଢେଇ ପ୍ରାୟତଃ ଲଗି ରହୁଛି। ପତଳା ଓ ରଜିଆ ଅଞ୍ଚଳରେ ହାତୀପଲ ଦୀର୍ଘ ଦିନ ଧରି ରହୁଥିବାରୁ ଉକ୍ତ ଅଞ୍ଚଳବାସୀ ବାରମ୍ବାର ସୁରକ୍ଷା ଦାବି କରି ଆସୁଥିଲେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପତଳା ନର୍ସରୀଠାରୁ ପତଳା ଗାଁ ମୁଣ୍ଡ ପର୍ଯ୍ୟନ୍ତ ୨ କି.ମି. ରୁ ଊର୍ଦ୍ଧ୍ୱ ତାରବାଡ ଓ ରଜିଆ ହାଟଠାରୁ କଇଁତା ହାଇସ୍କୁଲ ପର୍ଯ୍ୟନ୍ତ ୭ କି.ମି. ଦୂର ୧୦ ଫୁଟ ଅନ୍ତରରେ ସିମେଣ୍ଟ ଖୁଣ୍ଟ ପୋତାଯାଇ ତାରବାଡ ଘେରା ଯାଇଥିଲା ା କରେଣ୍ଟ ଭୟରେ ହାତୀପଲ ଜଙ୍ଗଲ ମଧ୍ୟରେ ରହି ଆସୁଥିଲେ ା ସମୟ କ୍ରମେ ଏହି ତାରବାଡ ସମ୍ପୂର୍ଣ୍ଣ ନଷ୍ଟ ହେବାରୁ ଉକ୍ତ ସ୍ଥାନରେ ଟ୍ରେଞ୍ଚ ଖୋଳା ଯାଇଥିଲା। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯିବାରୁ ତାହା କ୍ରମେ ପୋତି ହୋଇ ପଡିଲାଣି। ଏଥିପ୍ରତି ବିଭାଗ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ରୂପ ନେବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖାଯାଇ ହାତୀପଲ ଯେପରି ଗାଁ ମଧ୍ୟକୁ ପ୍ରବେଶ କରି ନ ପାରିବେ ସେଥିସକାଶେ ସ୍ଥାନୀୟ ଯୁବକଙ୍କୁ ନେଇ ହାତୀ ସ୍କ୍ବାଡ ବା ପାରା ଷ୍ଟାଫ୍‌ ଗଠନ କରାଯାଇଛିଏବଂ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ଲାଗି ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ସହାୟତା ପ୍ରଦାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ଶୀଘ୍ର ମଣ୍ଡି ଖୋଲିବା ସହ ଗିରଫ ନେତାଙ୍କୁ ଖଲାସ ଦାବି କଲା ନବ ନିର୍ମାଣ କୃଷକ ସଂଘ ସଂଗଠନ

ପାଟଣା,୧୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଂଗଠନ ତରଫରୁ ସୋମବାର ପାଟଣା ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ ଭେଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri