Posted inଜାତୀୟ

ସୋସିଆଲ ମିଡିଆ ଛାଡ଼ିବେ ମୋଦି

ନୂଆଦିଲ୍ଲୀ,୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସୋସିଆଲ ମିଡିଆ ଛାଡ଼ିବା ନେଇ ଚିନ୍ତା କରୁଥିବା ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ଆସନ୍ତା ରବିବାର ପରେ ସେ ଟୁଇଟର, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌ ଛାଡ଼ିପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଭଳି ଖବର ଲୋକଲୋଚନକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସକ୍ରିୟ ଥିବା ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ମୋଦି ଅନ୍ୟତମ। ଏମିତିକି, ସୋସିଆଲ ମିଡିଆ ତାଙ୍କୁ ଏକ ନୂଆ ପରିଚୟ ଆଣିଦେଇଛି। ଏବେ ଟୁଇଟରରେ ମୋଦିଙ୍କ ୫.୩୩ କୋଟି ଅନୁଗାମୀ ରହିଥିବାବେଳେ ଫେସ୍‌ବୁକରେ ୪.୪୫କୋଟି, ଇନ୍‌ଷ୍ଟାଗ୍ରାମରେ ୩.୫୨କୋଟି ଅନୁଗାମୀ ରହିଛନ୍ତି। ସେହିପରି ୟୁଟ୍ୟୁବ୍‌ରେ ମୋଦିଙ୍କୁ ୪୫ଲକ୍ଷ ସବ୍‌ସ୍କ୍ରାଇବ କରିଛନ୍ତି। ଫେସ୍‌ବୁକ୍‌ରେ ସବୁଠୁ ସକ୍ରିୟ ୫୦ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ମୋଦି ଶୀର୍ଷରେ ରହିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ମଧ୍ୟ ସେ ଆଗରେ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡ଼ିବା ଘୋଷଣା ପଛରେ କାରଣ କ’ଣ ତାହା ଜାଣିବା ପାଇଁ ଅନେକ ୟୁଜର ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ସମ୍ପର୍କରେ ମୋଦି କିଛି କହିନାହାନ୍ତି। ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ସମର୍ଥକମାନେ ତାଙ୍କୁ ଅନୁରୋଧ କରିଥିବା ଜଣାପଡିଛି।
୨୦୧୪ରେ ମୋଦି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ସେ ସୋସିଆଲ ମିଡିଆ ଜରିଆରେ
ତାଙ୍କ ସମର୍ଥକମାନଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ। ୨୦୦୯ରେ ସେ ଟୁଇଟର ଓ ଫେସ୍‌ବୁକ୍‌ରେ ଯୋଗଦେବା ପରଠାରୁ ଏଥିରେ ସକ୍ରିୟ ରହିଥିଲେ। ସେ କୌଣସି ପୋଷ୍ଟ ଶେୟାର କଲେ କିଛି ମିନିଟ ମଧ୍ୟରେ ହଜାର ହଜାର ‘ଲାଇକ୍‌’ ମନ୍ତବ୍ୟ ଓ ଉତ୍ତର ମିଳୁଥିଲା। ତେବେ ଦିଲ୍ଲୀ ଦଙ୍ଗା ଭଳି କେତେକ ବିଷୟରେ ସେ କୌଣସି ପ୍ରତିକ୍ରିୟା ଦେଉ ନଥିବାରୁ ବେଳେବେଳେ ସମାଲୋଚନାର ଶିକାର ମଧ୍ୟ ହେଉଥିଲେ। ସୋମବାର ରାତି ୮ଟା ୫୬ ମିନିଟରେ ସୋସିଆଲ ମିଡିଆ ଛାଡ଼ିବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଘଣ୍ଟାଏ ମଧ୍ୟରେ ଟୁଇଟରରେ ୬୫,୦୦୦ରୁ ଅଧିକ ‘ଲାଇକ୍‌’ କମେଣ୍ଟ ଓ ୪୨,୦୦୦ ଉତ୍ତର ଆସିବା ସହ ୨୨,୦୦୦ ଥର ରିଟୁଇଟ୍‌ ହୋଇଥିବା ଜଣାପଡିଛି। ଅପରପକ୍ଷରେ ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ, ମୋଦି ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ଛାଡ଼ନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri