ସୋରିଆସିସ୍‌ ସମସ୍ୟାରୁ ମୁକ୍ତିଦିଏ କଲରା

କଲରା ଗୁଣରେ ପିତା ହୋଇଥିବାରୁ ଏହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରି ନ ଥାନ୍ତି। ଆହୁରି କେତେକ ବ୍ୟକ୍ତି କଲରାର ଭଲ ଗୁଣ ଜାଣି ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ କଲରାରେ ମିନେରାଲ୍ସ, ଭିଟାମିନ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଭରି ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।

-ଡାଇବେଟିସ୍‌ ପାଇଁ ଲାଭଦାୟକ କଲାରା। କଲରାରେ ରହିଛି କ୍ୟାରୋଟିନ ନାମକ ରାସାୟନିକ ତତ୍ତ୍ୱ ଯାହାର ସେବନରେ ରକ୍ତ ଶର୍କରା ଅଂଶ ନିୟନ୍ତ୍ରଣରେ ରହିଥାଏ।

-ଲିଭର ପାଇଁ ଲାଭଦାୟକ କଲରା। ଏହା ହଜମ ଶକ୍ତି ବୃଦ୍ଧି କରିଥାଏ। କଲରା ଏକ ଥଣ୍ଡା ପରିବା। ସେଥିପାଇଁ ଗରମ ଦିନେ ହେଉଥିବା ଅନେକ ରୋଗଠାରୁ ଏହା ଆମକୁ ଦୂରେଇ ରଖିଥାଏ। ଜଳଉଧୁରି ବା ଲିଭରରେ ପାଣି ଜମା ହେଲେ ନିୟମିତ ୩-୪ ଥର କଲରା ରସ ସେବନ କଲେ ଲାଭ ମିଳିଥାଏ।

-କଲରା କ୍ୟାନସର ପ୍ରତିରୋଧକ ବୋଲି କୁହାଯାଏ। ପ୍ରତିଦିନ ଏକ ଗ୍ଲାସ କଲରା ରସ ପିଇଲେ ଅଗ୍ନାଶୟ କର୍କଟ ହେବାର ସମ୍ଭାବନା କମ୍‌ ଥାଏ। କାରଣ ଏହା ଅଗ୍ନାଶୟରେ କର୍କଟ ସୃଷ୍ଟିକାରୀ କୋଶିକାଙ୍କୁ ମାରି ଦେଇଥାଏ।

-ସୋରିଆସିସ୍‌ ପାଇଁ ଏହା ଭଲ କାମକରେ। ନିୟମିତ ଭାବେ କଲରା ସର ସହ ଲେମ୍ବୁ ରସ ମିଶାଇ ସେବନ କଲେ ପ୍ରାକୃତିକ ଭାବେ ସୋରିଆସିସ୍‌ ରୋଗ ଭଲ ହୋଇଥାଏ। ଏହାଛଡା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ମୁଣ୍ଡବିନ୍ଧା ଓ ଗଣ୍ଠି ଦରଜ ପାଇଁ କଲରା ବେଶ ସହାୟକ ହୋଇଥାଏ। କଲରା ପତ୍ରକୁ ବାଟି ମଥାରେ ଲେପନ କଲେ ବହୁ ସମୟ ଧରି ହେଉଥିବା ମୁଣ୍ଡବିନ୍ଧା ଭଲ ହୋଇଥାଏ। ସେହିପରି ଗଣ୍ଠି ଦରଜ ହେଉଥିଲେ କଲରାକୁ ବାଟି ଏକ କପଡାରେ ବାନ୍ଧି ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri