ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ବୟସ୍କମାନଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ମଧ୍ୟ ସୋନୁଙ୍କୁ ଭଲପାଇବା ଦେଉଛନ୍ତି। ନିକଟରେ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁନି ଝିଅର ମା’ ତାଙ୍କୁ ପଚାରୁଛନ୍ତି, ଝିଅ ସୋନୁ ଅଙ୍କଲ କ’ଣ କରନ୍ତି? ଏକଥା ଶୁଣି ଝିଅଟି ତା’ର ଖନେଇ ଖନେଇ ପାଟିରେ କହୁଛି ଯେ ଯାହା ଗୋଡରେ ଚପଲ ନାହିଁ, ସୋନୁ ଅଙ୍କଲ ତାଙ୍କୁ ପିନ୍ଧିବା ପାଇଁ ଜୋତା ଦିଅନ୍ତି। ଯାହାକୁ ଭୋକ ଲାଗେ, ତାଙ୍କ ଖାଇବାକୁ ଦିଅନ୍ତି। ଯିଏ ଗାଁକୁ ଯିବାକୁ ଚାହୁଁଛନ୍ତି, ସୋନୁ ଅଙ୍କଲ ତାଙ୍କୁ ଘରେ ଛାଡିଦେଉଛନ୍ତି। ସୋନୁ ଅଙ୍କଲ ହେଉଛନ୍ତି ଗୁଡ ବୟ।’ ସୋନୁ ଏହି ଝିଅଟିର ଭିଡିଓ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏକଥା ଶୁଣି ସୋନୁ କହିଛନ୍ତି ଯେ ଲିଟିଲ ଆଞ୍ଜେଲ ମୁଁ ତୁମକୁ ଆଲିଙ୍ଗନ କରିପାରିବି କି? ସୋନୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ପାଲଟିଛି। ସେମାନଙ୍କୁ ନିଜ ଘରେ ପହଞ୍ଚାଇବାର ଦାୟିତ୍ୱ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri