ସେଲ୍‌ଫି ନେଲା ବେଳେ ଯୁବକଙ୍କୁ କଚାଡ଼ିଲା ଦନ୍ତା

କୁଆମରା,୨୮ା୧୨(ଡି.ଏନ୍‌.ଏ.)- ହାତୀ ଦେଖିବାକୁ ଯାଇ ଜଣେ ଯୁବକ ମୋବାଇଲରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବିପଦ। ୫୦୦ ମିଟର ପର୍ଯ୍ୟନ୍ତ ଗୋଡାଇଲା ଦନ୍ତାହାତୀ। ଶୁଣ୍ଢରେ ତାଙ୍କୁ ଉଠାଇ ଫିଙ୍ଗିଦେଲା କିଛି ଦୂରକୁ । ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଏହି ଯୁବକ। ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଜୟପୁର ପଞ୍ଚାୟତର ଦାମାସାହି ଗ୍ରାମ ନିକଟରେ ଶୁକ୍ରବାର ଏହି ଘଟଣା ଘଟିଛି। ସେଲ୍‌ଫି ଉଠାଉଥିବା ଏହି ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିିହା ଅଞ୍ଚଳରୁ ୭ଟି ହାତୀ କୁଆମରା ବନାଞ୍ଚଳକୁ ବୁଧବାର ରାତିରେ ପଶି ଆସିଥିଲେ। କଡଦା ଗ୍ରାମର ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗୁରୁବାର କୁଆମରା ଫରେଷ୍ଟର ଧ୍ରୁବଚରଣ ବସନ୍ତିଆଙ୍କ ତତ୍ତ୍ୱାବଧାନ ଓ ଗ୍ରାମ ଲୋକଙ୍କ ସହାୟତାରେ ହାତୀ ପଲଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ତେବେ ହାତୀପଲ ନୀଳଗିରି ରେଞ୍ଜ ଅନ୍ତର୍ଗତ କାଠପାଳ ନିକଟରେ ପହଞ୍ଚିବା ବେଳକୁ ଗୋଟିଏ ହାତୀ ଗୋଠଛଡା ହୋଇ ଯାଇଥିଲା। ଦଳର ବାକି ୬ଟି ହାତୀ ପୁଣି ପଛକୁ ଫେରି ଆସି ପୁରୁଣା ଗାଁ ନିକଟରେ ପହଞ୍ଚିଥିଲେ। ତେବେ ରାତିରେ ସାଇଁକୁଳା ରାସ୍ତାରେ ଆସି କଲେଜ ସମ୍ମୁଖରେ ଥିବା ଏକ ଧାନଖଳାରେ ରଖା ଯାଇଥିବା ଧାନବିଡାକୁ ଖାଇ ଯାଇଥିଲେ। ପରେ ଜୟପୁର ପଞ୍ଚାୟତସ୍ଥିତ ଦାମାସାହି ଗ୍ରାମର ଜିତେନ ନାୟକଙ୍କ ଶାଗୁଆନ ବଗିଚାରେ ଶୁକ୍ରବାର ଦିନତମାମ ରହି ଉତ୍ପାତ କରିଥିଲେ। ବାରିପଦା, ଡୁକୁରା ଓ ଉଦଳାରୁ ୪୦ରୁ ଊର୍ଦ୍ଧ୍ୱ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିଲେ। ଶେଷରେ ସାରେ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇବାରୁ ହାତୀ ପଲ ମୁଖ୍ୟ ରାସ୍ତା ପାର ହୋଇ ବିଲ ମଧ୍ୟରେ ପଶି ନୀଳଗିରି ମୁହଁା ହୋଇଥିଲେ। ତେବେ ହାତୀଙ୍କ ପାଇଁ ଖୁଣ୍ଟା- କୁଆମରା ମୁଖ୍ୟ ରାସ୍ତାର ଦାମାସାହି ନିକଟରେ ପ୍ରାୟ ୨/୩ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ହାତୀ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହାତୀ ପାଖକୁ ଯାଇ ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ବେଳେ ହାତୀଟି ରାଗି ଯାଇ ତାଙ୍କୁ ଆକ୍ରମଣ କରିଥିଲା, ଯାହାକି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri