ସେବା ସମବାୟ ସମିତିରେ ପକାଇଲେ ତାଲା

ବଇଣ୍ଡା,୧୬।୨(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ସାନହୁଲା ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ ଚାଷୀଙ୍କୁ ଧାନ କିଣାରେ ଅଣଦେଖା କରାଯାଉଥିବା ପ୍ରତିବାଦ କରି କେତେଜଣ ଚାଷୀ ଶନିବାର ସମବାୟ ସମିତିରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ କହିଛନ୍ତି, ପେଡ଼ିପଥର, ସାନହୁଲା, କୁରୁମଟାବ, କୁର୍ତ୍ତିବାସପୁର ପଞ୍ଚାୟତ ଅଧୀନ ୩୧ ଗ୍ରାମର ଚାଷୀ ଏହି ସୋସାଇଟି ଉପରେ ନିର୍ଭରଶୀଳ। ପ୍ରତ୍ୟେକ ବର୍ଷ ଏଠାରେ ଚାଷୀମାନେ ଅମଳ କରିଥିବା ଧାନକୁ ବିକ୍ରି କରୁଥିବାବେଳେ ଚଳିତ ବର୍ଷ ୩୪୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏପରିକି ଟୋକନ ମଧ୍ୟ ପାଇଛନ୍ତି। ହେଲେ ସେମାନେ ଧାନ ବିକ୍ରି କରିବାକୁ ସୋସାଇଟିକୁ ଆଣୁଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଶନିବାର କେତେଜଣ ଚାଷୀଙ୍କ ଧାନ ଗ୍ରହଣ କରାଯିବ ନାହିଁ ବୋଲି ସୋସାଇଟି ପକ୍ଷରୁ କୁହାଯାଇଥିଲା। ପରେ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଫଳରେ ଗଦା ହୋଇ ରହିଥିବା ଧାନ କିଣାଯାଇ ପାରି ନ ଥିଲା। ଖବରପାଇ ଆଠମଲ୍ଲିକ ବ୍ଲକ ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର, ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିବା ପରେ ଫାଟକ ଖୋଲା ଯାଇଥିଲା। ଏ ନେଇ ସୋସାଇଟି ସଭାପତି ପ୍ରଭାକର ପ୍ରଧାନ କହିଛନ୍ତି, କେତେଜଣ ଚାଷୀ ଟୋକନ କରି ନ ଥିବାବେଳେ ଧାନ ବିକ୍ରି ପାଇଁ କହିଥିଲେ। ବିନା ଟୋକନରେ ଧାନ କିଣାର ନିୟମ ନ ଥିବା କୁହାଯିବାରୁ ଉତ୍‌କ୍ଷିପ୍ତ ହୋଇ ସେମାନେ ତାଲା ପକାଇ ଦେଇଥିଲେ। ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର କହିଛନ୍ତି, ଯେଉଁମାନେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକୃତ କରିନାହାନ୍ତି ସେହି ଚାଷୀମାନେ ସମିତିରେ ତାଲା ପକାଇ ଦେଇଥିଲେ। ସେମାନଙ୍କୁ ଉପଜିଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri