ସେବା ମନ୍‌ଭାବ ଆଘେ ହାରମାନିଛେ ବଏସ୍‌

ବିନିକା,୧।୨(ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଗଣେଶପୁରର ହଲକାପୁର ଗଁାର ଲକ୍ଷୀନ୍ଦ୍ର କାଣ୍ଡ(୭୫)। ପରିବାର କହେଲେ ମାଏକିନା ଉକିଆ(୭୦) ଆର ପୁଓ ଈଶ୍ୱର(୩୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୧ ଏକର ଜମି ରହିଛେ। ହେଲେ ଆଏଜ୍‌କେ ୩୦ ବଛରରୁ ଅଧ୍‌କା ହେଲା ଲକ୍ଷୀନ୍ଦ୍ର ବାପ୍‌ଅଜାରନୁ ଶିଖିଥିବାର ଚେରମୂଲି ଉଷୋକଷା ବେଭାର କରି ରୁଗୀକଁୁ ସେବା ଯୁଗେଇ ଆସୁଛନ୍‌। ଇଥିରଲାଗି ସେ କାହାରିନୁ ଟଁକା ପଏସା ଦାବି ନାଇଁକରବାର। ଯେ ଦେଲା ଭଲ ନାଇଁ ଦେଲେ ବି ଭଲ। ରୁଗୀ ଭଲ ହେଲେ ସେ ବହୁତ୍‌ ଖୁସି।
ଆଏଜ୍‌କାଲି ଚିକିଛା ବିଜ୍ଞାନର ବଢ଼ତି ସଂଗେ ଅନେକ ଯନ୍ତ୍ରପାତି, ଉଷୋକଷା ବଲରେ ବଡ଼ ବଡ଼ ରୋଗ୍‌ ଭଲ ହେଇଯାଉଛେ। ହେଲେ ଲକ୍ଷୀନ୍ଦ୍ରକଁର ଚେରମୂଲି ଚିକିଛାର ଆଏଜ୍‌ ବି ଚାହିଦା ରହିଛେ। ଫିଦିନ ଭିନେ ଭିନେ ଜାଗାରୁ ଲୋକ୍‌ ଚିକିଛା ଲାଗି ଲକ୍ଷୀନ୍ଦ୍ରକଁର ପାସ୍‌କେ ଆସୁଛନ୍‌। ସେନ୍‌ତା ସେ ହାଡ଼ ଯୁଡ଼ବାରଠାନୁ ମୂଲ କରି ଅଁାଠୁଗଠି ଦରଜ୍‌, ସ୍ନାୟୁ ଦୁରବଲତା, ଦଗ୍‌ଧ ଅମିଲତା ଲେଖେଁ ପାଖାପାଖି ୧୫ ପରକାର ରୋଗ୍‌ର ଜଡ଼ିବୁଟି ଚିକିଛା କରୁଛନ୍‌। ଝନେ ଭଲ ଆୟୂର୍ବେଦ ଚିକିଛକ ହିସାବେ ସୁବର୍ଣ୍ଣପୁର ସମେତ ବୌଦ୍ଧ, ବରଗଡ଼ ଜିଲାରେ ତାକର ନଁା ରହିଛେ। ୩୦ ବଛର ହେଲା ଚିକିଛା ସେବା ଯୁଗେଇ ଆସୁଥିବାର ଲକ୍ଷୀନ୍ଦ୍ର ଅନେକ ରୁଗୀକୁ ଭଲ କରିଥିବାର ନଜିର ରହିଛେ। ସେନ୍‌ତା ଅନେକ ଗରିବ୍‌ ଦୁଖି ରୁଗୀକୁଁ ସେ ମାହାଲିଆ ଚିକିଛା ସେବା ଯୁଗେଇ ଦେଇଆସୁଛନ୍‌। ଲକ୍ଷୀନ୍ଦ୍ର ଯେ ଖାଲି ମୁନୁଷ୍‌କର ଚିକିଛା କରୁଛନ୍‌ ସେଟା ନୁହେ, ସେ ଗାଈଗୋରୁ, ଛେଲମେଢ଼ିକଁର ବି ହାଡ଼ଭଂଗା, ଖଁଜା ଖସ୍‌ରା ସଂଗେ ଅନେକ ରୋଗ୍‌ର ଚିକିଛା କରୁଛନ୍‌। ହାଡ଼ଭଂଗା ଚିକିଛା ବାବ୍‌ଦେ ଲକ୍ଷୀନ୍ଦ୍ରକୁଁ ପଚ୍‌ରାଲାରୁ ପାନ୍‌ପତର, କୁସୁମ ଛାଲି ଆର ଅରୁଆ ଚାଉଲରେ ଗୁଟେ ଲେପ ତିଆରି କରାଯାଏସି। ସେ ଲେପ୍‌କେ ହାଡ଼ଭଂଗା ଜାଗାରେ ଦେଇ କପା, ପକଡ଼ା ଆର ବାଉଁଶ ବତା ଦେଇ ଭିଡ଼ି ଦିଆଯାଏସି। ଦିନାକେତେ ଉତାରୁ ତାରମନ୍‌କେ ହାଡ଼ ଯୁଡ଼ି ହେଇଯାଇସି। ସେନ୍‌ତା ଇ ସବୁ ଚେର୍‌ମୂଲି ଦରବ ସେ ଉଲୁଣ୍ଡା ଜଂଗଲରୁ ଠୁଲଉଥିବାର କହିଛନ୍‌। ହେଲେ ଦୁଖର କଥା ଗଲା ୩୦ ବଛରୁ ଅଧ୍‌କା ହେଲା ଅଂଚଲବାସୀକୁ ସେବା ଯୁଗେଇ ଆସୁଥିବାର ବୁରୁଧ୍‌ ଲକ୍ଷୀନ୍ଦ୍ର ଆର ତାକର ମାଏକିନା ଉକିଆ ଆଏଜ୍‌ତକ ସରକାରୀ ଭତା ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଚେରମୂଲି ଚିକିଛାର ବଢ଼ତି ଲାଗି ଲକ୍ଷୀନ୍ଦ୍ର କେଭେ ସରକାରୀ ପୋରଛାହନ୍‌ ନଁାଇଁପାଇ। ଯେନ୍‌ଥିରଲାଗି ତାକର ଉତାରୁ ଇ ପୁରନାକାଲିଆ ଚିକିଛା ବେବସ୍‌ତାଟା ବୁଡ଼ିଯିବାର ସେ ଆଶଁକା କରିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri