ସେପ୍ଟେମ୍ବର ୫ରୁ ଜିଓ ଗିଗାଫାଇବର ସେବା;ମାଗଣାରେ ମିଳିବ ଏଚ୍‌ଡି ଟିଭି, ସେଟ୍‌ଟପ୍‌ ବକ୍ସ

ମୁମ୍ବାଇ,୧୩-୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି। ଜିଓ ଶୁଭାରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୫ରୁ ସାରା ଦେଶରେ ଏହି ବ୍ରଡ୍‌ବ୍ୟାଣ୍ଡ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
ମୁକେଶ କହିଛନ୍ତି ଯେ, ୩୪ କୋଟି ଗ୍ରାହକ ଏବେ ଜିଓକୁ ଆପଣାଇଛନ୍ତି। ଫଳରେ ଏହି ମୋବାଇଲ ଅପରେଟିଂ କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ବଢ଼ୁଥିବା ଡିଜିଟାଲ ସର୍ଭିସ କମ୍ପାନୀ ହୋଇଛି। କମ୍ପାନୀ ୬୭,୩୨୦ କୋଟି ଜିଏସ୍‌ଟି ଓ ୧୨,୧୯୧ କୋଟି ଟଙ୍କା ଆୟକର ପ୍ରଦାନ କରି ଦେଶର ସର୍ବବୃହତ ଟିକସଦାତା ହୋଇପାରିଛି। ଜିଓ ଫାଇବର ଓ୍ବେଲକମ୍‌ ଅଫର ସହିତ ଲ୍ୟାଣ୍ଡଲାଇନ ଫୋନରୁ ଲାଇଫଟାଇମ ଫ୍ରି ଭଏସ୍‌ କଲ୍‌, ୧୦୦ ଏମ୍‌ବିପିଏସ୍‌ ମିନିମମ୍‌ ସ୍ପିଡ୍‌ରେ ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଦିଆଯିବ। ସେହିଭଳି ଏହି ଅଫର୍‌ରେ ଯେଉଁ ଗ୍ରାହକ ଜିଓ ଗିଗାଫାଇବର ଓ ଜିଓ ସେଟ୍‌ ଟପ୍‌ ବକ୍ସର ଜିଓ ଫର୍‌ ଏଭର ପ୍ଲାନ ନେବେ ସେମାନଙ୍କୁ କମ୍ପାନୀ ପକ୍ଷରୁ ୪କେ ଏଚ୍‌ଡି ଏଲ୍‌ଇଡି ଟିଭି ଓ ୪କେ ସେଟ୍‌ ଟପ୍‌ ବକ୍ସ ମାଗଣାରେ ପ୍ରଦାନ କରାଯିବ। ତେବେ ପ୍ଲାନ୍‌ ସମ୍ପର୍କ ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଜିଓ ଫାଇବର ପ୍ଲାନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ କହିଛନ୍ତି ଯେ, ଏହା ଗ୍ଲୋବାଲ ରେଟ୍‌ ମୁକାବିଲାରେ ୧୦ ଗୁଣା ଶସ୍ତା ହେବ। ଜିଓ ଫାଇବର ସିମ୍ପଲ ଟାରିଫ ପ୍ଲାନ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କା ପ୍ରତି ମାସରେ ଉପଲବ୍ଧ ହେବ। ସେ କହିଛନ୍ତି ଯେ, ଗ୍ରାହକଙ୍କୁ କେବଳ ଗୋଟିଏ ସେବା ଭଏସ୍‌ କଲ୍‌ ଅଥବା ବ୍ରଡ୍‌ବ୍ୟାଣ୍ଡ ପାଇଁ ଅର୍ଥ ଦେବାକୁ ହେବ। ଇଣ୍ଟରନ୍ୟାସନାଲ କଲ୍‌ ଲାଗି ସବୁଠାରୁ କମ୍‌ ଫିକ୍ସଡ ଲାଇନ ରେଟ୍‌ ପ୍ରଦାନ କରାଯିବ। ଏହାର ଦର ବର୍ତ୍ତମାନ ଉପଲବ୍ଧ ରେଟ୍‌ ଠାରୁ ୧୦ ଗୁଣା ଶସ୍ତା ହେବ। ଆମେରିକା ଓ କାନାଡାକୁ ଇଣ୍ଟରନ୍ୟାଶନାଲ କଲ୍‌ ଲାଗି ୫୦୦ ଟଙ୍କା ପ୍ରତି ମାସରେ ଆଦାୟ କରାଯିବ। ଫଳରେ ଜଣେ ଗ୍ରାହକ ମାତ୍ର ୫୦୦ ଟଙ୍କାରେ ଆମେରିକା, କାନାଡାକୁ ଅନ୍‌ଲିମିଟେଡ କଲ୍‌ କରିପାରିବେ। ଜିଓ ଫାଇବରର ବାର୍ଷିକ ପ୍ୟାକ୍‌ ନେଲେ ଏଚ୍‌ଡି ଟିଭି ସବ୍‌କ୍ରିପ୍‌ଶନ ମିଳିବ।
ଘରେ ବସି ଦେଖିହେବ ପ୍ରଥମ ଦିନ ସିନେମା
ମୁକେଶ କହିଛନ୍ତି ଯେ, ୨୦୨୦ ମଧ୍ୟଭାଗରୁ ଜିଓ ଗିଗାଫାଇବରର ପ୍ରିମିୟମ ଗ୍ରାହକଙ୍କ ଲାଗି ବିଶେଷ ସୁବିଧା ପ୍ରଦାନ କରାଯିବ। ଜିଓ ଫାଇବର ଗ୍ରାହକ ସିନେମା ହଲ୍‌ରେ ରିଲିଜ ହେଉଥିବା ସିନେମାକୁ ଅର୍ଥାତ୍‌ ଫାର୍ଷ୍ଟ ଡେ, ଫାର୍ଷ୍ଟ ସୋ ଅଧୀନରେ ନୂଆ ସିନେମା ଦେଖିବାର ସୁଯୋଗ ପାଇବେ। ଜିଓ ଗିଗାଫାଇବର ପାଇଁ ଅଦ୍ୟାବଧି ୫ କୋଟିରୁ ଅଧିକ ରେଜିଷ୍ଟ୍ରେଶନ ହୋଇସାରିଛି। ଡିଜିଟାଲ ଇନ୍‌ଫ୍ରାରେ ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି। ଅଦ୍ୟାବଧି ୫୦ଲକ୍ଷ ଘର ଏହା ପହଞ୍ଚତ୍ସାରିଛି। ବର୍ଷକ ଭିତରେ ଜିଓ ଗିଗାଫାଇବର ସାରା ଦେଶରେ ପହଞ୍ଚତ୍ୟିବ ବୋଲି ମୁକେଶ କହିଛନ୍ତି।
ଜୁନ୍‌ ତ୍ରୈମାସରେ ୧୦,୧୦୪ କୋଟି ଲାଭ
ଜୁନ୍‌ ୩୦ରେ ଶେଷ ହୋଇଥିବା ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କନ୍‌ସୋଲିଡେଟେଡ ନେଟ୍‌ ପ୍ରଫିଟ୍‌ ୬.୮୨ ପ୍ରତିଶତ ବଢ଼ି ୧୦,୧୦୪ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ରାଜସ୍ବ ୨୧.୨୫% ବୃଦ୍ଧି ପାଇ ୧.୬୧ ଲକ୍ଷ କୋଟି ଟଙ୍କା ହୋଇଛି।
ଜିଓର ଲାଭ ୮୯୧ କୋଟି
ରିଲାଏନ୍ସ ଜିଓର ଆର୍ଥିକ ବର୍ଷ ୨୦୨୦ର ପ୍ରଥମ ତ୍ରୈମାସରେ ପ୍ରଦର୍ଶନରେ ଉନ୍ନତି ହୋଇଛି। ଏହି ଅବଧିରେ କମ୍ପାନୀର ଲାଭ ବାର୍ଷିକ ଆଧାରରେ ୪୬ ପ୍ରତିଶତ ବୃଦ୍ଧି ପାଇ ୮୯୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବେ ସମାନ ଅବଧିରେ ଜିଓର ଲାଭ ୬୧୨ କୋଟି ଟଙ୍କା ଥିଲା।
ରିଟେଲ ମାର୍କେଟର କାୟାକଳ୍ପ ବଦଳାଇବ ନ୍ୟୁ କମର୍ସ ଇନିସିଏଟିଭ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଟେଲ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ରିଟେଲ କ୍ଷେତ୍ରରେ ‘ନ୍ୟୁ କମର୍ସ ଇନିସିଏଟିଭ’ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ଏହା ମାଧ୍ୟମରେ ଅସଂଗଠିତ ରିଟେଲ ମାର୍କେଟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯିବ। ଦେଶର ୯୦ ପ୍ରତିଶତ ରିଟେଲ ଅସଂଗଠିତ କ୍ଷେତ୍ରରେ ରହିଛି। ନ୍ୟୁ କମର୍ସ ଏଭଳି ଏକ ପ୍ଲାଟଫର୍ମ ହେବ, ଯାହା ଦ୍ୱାରା ସମସ୍ତ କିରାନା ଦୋକାନକୁ ସହଭାଗୀ କରାଯିବ। ସେ କହିଛନ୍ତି ଯେ, ୩ କୋଟି ବ୍ୟବସାୟୀ ଓ କିରାନା ଦୋକାନ ଭାରତୀୟ କାରବାର ଇକୋସିଷ୍ଟମର ମେରୁଦଣ୍ଡ ହୋଇଛି। ଏଥିରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ରୂପରେ ୨୦ କୋଟିରୁ ଅଧିକ ବ୍ୟକ୍ତିଙ୍କୁ ଜୀବିକା ମିଳୁଛି। ରିଲାଏନ୍ସର ନୂଆ ରିଟେଲ ପ୍ଲାନ୍‌ ଦେଶର ହାଇସ୍ପିଡ୍‌ ଡିଜିଟାଲ ପ୍ଲାଟଫର୍ମକୁ କିରାନା ଦୋକାନ ସହ ଯୋଡିବ। ଏହା ମାଧ୍ୟମରେ ଗ୍ରାହକ ନିଜର ଅର୍ଡର ଦେଇପାରିବେ। ରିଲାଏନ୍ସ ରିଟେଲ କ୍ଷୁଦ୍ର ଦୋକାନୀଙ୍କୁ ଟେକ୍ନୋଲୋଜି ଓ ଭିତ୍ତିଭୂମି ଯୋଗାଇବ। ଏହାଦ୍ୱାରା ସେମାନେ ବଡ଼ ବ୍ୟବସାୟୀଙ୍କ ଭଳି ଶକ୍ତିଶାଳୀ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri