ସେନା ନିୟନ୍ତ୍ରଣରେ ବହୁ କାର୍ଯ୍ୟାଳୟ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ହ୍ରାସ ପାଇଚାଲିଛି। ଏହାର ସୁଯୋଗ ନେଇ ପାକ୍‌ ସୈନ୍ୟବାହିନୀର ଉଚ୍ଚ ଅଧିକାରୀମାନେ ଦେଶକୁ ନିୟନ୍ତ୍ରଣ କରିବା ଲାଗି ଆଗେଇ ଆସିଥିବା ଜଣାପଡ଼ିଛି। ସରକାରଙ୍କ ପ୍ରମୁଖ ଭୂମିକାରେ ସମ୍ପ୍ରତି ଅନେକ ପୂର୍ବତନ ତଥା ବର୍ତ୍ତମାନର ସେନାଧିକାରୀ ରହିଛନ୍ତି। ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ, ବିଦ୍ୟୁତ ନିୟାମକ ଏବଂ କୋଭିଡ୍‌-୧୯ ମହାମାରୀର ମୁକାବିଲା କରୁଥିବା ଦେଶର ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟ ଦାୟିତ୍ୱରେ ସୈନ୍ୟବାହିନୀର ୩ ଅଧିକାରୀ ରହିଛନ୍ତି। ଗତ ଦୁଇମାସ ମଧ୍ୟରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।
ପାକିସ୍ତାନ ଅର୍ଥନୀତିରେ ମାନ୍ଦାବସ୍ଥା, ଆକାଶଛୁଆଁ ଦରଦାମ୍‌ ବୃଦ୍ଧି ଏବଂ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବିରୋଧରେ ମାମଲାର ତଦନ୍ତରେ ଦୁର୍ନୀତି ଆଦି କାରଣରୁ ଇମ୍ରାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ଓ ପ୍ରତିପତ୍ତି ଯଥେଷ୍ଟ ହ୍ରାସ ପାଇଛି। ପାର୍ଲାମେଣ୍ଟରେ ଇମ୍ରାନ୍‌ଙ୍କ ଦଳ ଅକ୍ତିଆରରେ ୪୬ ପ୍ରତିଶତ ଆସନ ରହିଥିବାବେଳେ କେତେକ ଛୋଟ ଦଳର ସମର୍ଥନରେ ସରକାର ଚାଲିଛି। ସେନା ସହାୟତା ନେବା ଶାସକ ଦଳ ପାଇଁ ଗୁରୁତର ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାକିସ୍ତାନରେ ସେନା କ୍ଷମତା ଦଖଲ କରିବା ନୂଆ କଥା ନୁହେଁ। ୭ ଦଶନ୍ଧିର ଇତିହାସରେ ଅଧିକାଂଶ ସମୟ ସୈନ୍ୟବାହିନୀ ପାକିସ୍ତାନକୁ ଶାସନ କରିଛି। ନୂଆ ପାକିସ୍ତାନ ଗଠନର ପ୍ରତିଶ୍ରୁତି ଦେଇ ୨୦୧୮ରେ କ୍ଷମତାକୁ ଆସିଥିତ୍ଲେ ଇମ୍ରାନ୍‌। ତେବେ ପ୍ରତିଶ୍ରୁତି ପାଳନରେ ତାଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିକରୁ ଅଧିକ ସେନା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ଯୋଗୁ ଦେଶର ବିକାଶ ଓ ଶାସନ ପରିଚାଳନାରେ ନାଗରିକଙ୍କର ଯେଉଁ ସ୍ଥାନ ଥିଲା ତାହା ସଙ୍କୁଚିତ ହେବାରେ ଲାଗିଛି ବୋଲି ଆଟଲାଣ୍ଟିକ୍‌ କାଉନସିଲ୍‌ର ଅଣଆବାସିକ ବରିଷ୍ଠ ଗବେଷକ ଉଜେର୍‌ ୟୁନୁସ୍‌ କହିଛନ୍ତି। କରୋନା ମହାମାରୀର ମୁକାବିଲା ସମ୍ପର୍କରେ ସରକାର ଟେଲିଭିଜନରେ ବିବୃତି ଦେଉଥିବାବେଳେ ସେଠାରେ ସେନା ଅଧିକାରୀଙ୍କୁ ଦେଖିବାକୁ ମିଳୁଛି। ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ଅସିମ୍‌ ସଲିମ ବଜଓ୍ବା ଏବେ ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ ଉପଦେଷ୍ଟା ରହିବା ସହ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ରେ ପାକିସ୍ତାନର ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କାର୍ଯ୍ୟକାରିତାର ତଦାରଖ କରୁଛନ୍ତି। କ୍ୟାବିନେଟରେ ୧୨ ସେନା ଅନୁଗତ ରହିଛନ୍ତି। ସେମାନେ ପୂର୍ବତନ ସାମରିକ ଶାସକ ପରଭେଜ୍‌ ମୁଶରଫଙ୍କ ପ୍ରଶାସନରେ ମଧ୍ୟ ଥିଲେ। ଇଜାଜ୍‌ ଶାହ ଗୃହମନ୍ତ୍ରୀ ଥିବାବେଳେ ଅବଦୁଲ ହଫିଜ ଶେଖ୍‌ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ଅଛନ୍ତି। ସେହିପରି ନୂଆ ପାକିସ୍ତାନ ହାଉସିଂ ପ୍ରୋଗ୍ରାମ୍‌ ଟାସ୍କଫୋର୍ସର ସଦସ୍ୟ ଥିବା ଜୈଘାମ୍‌ ରିଜ୍‌ଭି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ମୁଖ୍ୟ ଅର୍ଥନୈତିକ ପ୍ରକଳ୍ପକୁ ପରିଚାଳନା କରୁଛନ୍ତି। ଏହି ସଂସ୍ଥାରେ ଦୁଇ ସେନା ଅଧିକାରୀଙ୍କୁ ଗତ ମାସରେ ନିଯୁକ୍ତି ଦିଆଯାଇଛି। ସେନାର ବ୍ୟବସ୍ଥା ଭଲ ଥିବାରୁ ଏହାକୁ ସରକାରରେ ଅଧିକ ନେତୃତ୍ୱ ଦିଆଯିବା ସପକ୍ଷରେ ରାଜ୍‌ଭି ଯୁକ୍ତି ବାଢ଼ିଛନ୍ତି। ତେବେ ପାକ୍‌ ସୈନ୍ୟବାହିନୀ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ତେବେ ସୈନ୍ୟବାହିନୀର ଅଧିକ ନିକଟତର ହେଉଥିବା ଅଭିଯୋଗକୁ ଇମ୍ରାନ୍‌ ଖଣ୍ଡନ କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri