ସେନା ନିୟନ୍ତ୍ରଣରେ ବହୁ କାର୍ଯ୍ୟାଳୟ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ହ୍ରାସ ପାଇଚାଲିଛି। ଏହାର ସୁଯୋଗ ନେଇ ପାକ୍‌ ସୈନ୍ୟବାହିନୀର ଉଚ୍ଚ ଅଧିକାରୀମାନେ ଦେଶକୁ ନିୟନ୍ତ୍ରଣ କରିବା ଲାଗି ଆଗେଇ ଆସିଥିବା ଜଣାପଡ଼ିଛି। ସରକାରଙ୍କ ପ୍ରମୁଖ ଭୂମିକାରେ ସମ୍ପ୍ରତି ଅନେକ ପୂର୍ବତନ ତଥା ବର୍ତ୍ତମାନର ସେନାଧିକାରୀ ରହିଛନ୍ତି। ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ, ବିଦ୍ୟୁତ ନିୟାମକ ଏବଂ କୋଭିଡ୍‌-୧୯ ମହାମାରୀର ମୁକାବିଲା କରୁଥିବା ଦେଶର ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟ ଦାୟିତ୍ୱରେ ସୈନ୍ୟବାହିନୀର ୩ ଅଧିକାରୀ ରହିଛନ୍ତି। ଗତ ଦୁଇମାସ ମଧ୍ୟରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।
ପାକିସ୍ତାନ ଅର୍ଥନୀତିରେ ମାନ୍ଦାବସ୍ଥା, ଆକାଶଛୁଆଁ ଦରଦାମ୍‌ ବୃଦ୍ଧି ଏବଂ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବିରୋଧରେ ମାମଲାର ତଦନ୍ତରେ ଦୁର୍ନୀତି ଆଦି କାରଣରୁ ଇମ୍ରାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ଓ ପ୍ରତିପତ୍ତି ଯଥେଷ୍ଟ ହ୍ରାସ ପାଇଛି। ପାର୍ଲାମେଣ୍ଟରେ ଇମ୍ରାନ୍‌ଙ୍କ ଦଳ ଅକ୍ତିଆରରେ ୪୬ ପ୍ରତିଶତ ଆସନ ରହିଥିବାବେଳେ କେତେକ ଛୋଟ ଦଳର ସମର୍ଥନରେ ସରକାର ଚାଲିଛି। ସେନା ସହାୟତା ନେବା ଶାସକ ଦଳ ପାଇଁ ଗୁରୁତର ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାକିସ୍ତାନରେ ସେନା କ୍ଷମତା ଦଖଲ କରିବା ନୂଆ କଥା ନୁହେଁ। ୭ ଦଶନ୍ଧିର ଇତିହାସରେ ଅଧିକାଂଶ ସମୟ ସୈନ୍ୟବାହିନୀ ପାକିସ୍ତାନକୁ ଶାସନ କରିଛି। ନୂଆ ପାକିସ୍ତାନ ଗଠନର ପ୍ରତିଶ୍ରୁତି ଦେଇ ୨୦୧୮ରେ କ୍ଷମତାକୁ ଆସିଥିତ୍ଲେ ଇମ୍ରାନ୍‌। ତେବେ ପ୍ରତିଶ୍ରୁତି ପାଳନରେ ତାଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିକରୁ ଅଧିକ ସେନା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ଯୋଗୁ ଦେଶର ବିକାଶ ଓ ଶାସନ ପରିଚାଳନାରେ ନାଗରିକଙ୍କର ଯେଉଁ ସ୍ଥାନ ଥିଲା ତାହା ସଙ୍କୁଚିତ ହେବାରେ ଲାଗିଛି ବୋଲି ଆଟଲାଣ୍ଟିକ୍‌ କାଉନସିଲ୍‌ର ଅଣଆବାସିକ ବରିଷ୍ଠ ଗବେଷକ ଉଜେର୍‌ ୟୁନୁସ୍‌ କହିଛନ୍ତି। କରୋନା ମହାମାରୀର ମୁକାବିଲା ସମ୍ପର୍କରେ ସରକାର ଟେଲିଭିଜନରେ ବିବୃତି ଦେଉଥିବାବେଳେ ସେଠାରେ ସେନା ଅଧିକାରୀଙ୍କୁ ଦେଖିବାକୁ ମିଳୁଛି। ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ଅସିମ୍‌ ସଲିମ ବଜଓ୍ବା ଏବେ ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ ଉପଦେଷ୍ଟା ରହିବା ସହ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ରେ ପାକିସ୍ତାନର ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କାର୍ଯ୍ୟକାରିତାର ତଦାରଖ କରୁଛନ୍ତି। କ୍ୟାବିନେଟରେ ୧୨ ସେନା ଅନୁଗତ ରହିଛନ୍ତି। ସେମାନେ ପୂର୍ବତନ ସାମରିକ ଶାସକ ପରଭେଜ୍‌ ମୁଶରଫଙ୍କ ପ୍ରଶାସନରେ ମଧ୍ୟ ଥିଲେ। ଇଜାଜ୍‌ ଶାହ ଗୃହମନ୍ତ୍ରୀ ଥିବାବେଳେ ଅବଦୁଲ ହଫିଜ ଶେଖ୍‌ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ଅଛନ୍ତି। ସେହିପରି ନୂଆ ପାକିସ୍ତାନ ହାଉସିଂ ପ୍ରୋଗ୍ରାମ୍‌ ଟାସ୍କଫୋର୍ସର ସଦସ୍ୟ ଥିବା ଜୈଘାମ୍‌ ରିଜ୍‌ଭି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ମୁଖ୍ୟ ଅର୍ଥନୈତିକ ପ୍ରକଳ୍ପକୁ ପରିଚାଳନା କରୁଛନ୍ତି। ଏହି ସଂସ୍ଥାରେ ଦୁଇ ସେନା ଅଧିକାରୀଙ୍କୁ ଗତ ମାସରେ ନିଯୁକ୍ତି ଦିଆଯାଇଛି। ସେନାର ବ୍ୟବସ୍ଥା ଭଲ ଥିବାରୁ ଏହାକୁ ସରକାରରେ ଅଧିକ ନେତୃତ୍ୱ ଦିଆଯିବା ସପକ୍ଷରେ ରାଜ୍‌ଭି ଯୁକ୍ତି ବାଢ଼ିଛନ୍ତି। ତେବେ ପାକ୍‌ ସୈନ୍ୟବାହିନୀ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ତେବେ ସୈନ୍ୟବାହିନୀର ଅଧିକ ନିକଟତର ହେଉଥିବା ଅଭିଯୋଗକୁ ଇମ୍ରାନ୍‌ ଖଣ୍ଡନ କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri